![ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ ଆୟୋଜିତ](https://etvbharatimages.akamaized.net/etvbharat/prod-images/24-02-2024/od-bbsr-04-25th-mines-environment-and-minerals-7209787_24022024154439_2402f_1708769679_796.jpg)
ଭୁବନେଶ୍ବର: ୨୫ ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ ଭୁବନେଶ୍ୱରରେ ଅନୁଷ୍ଠିତ । 'ସ୍ଥାୟୀ ଖଣି ସହିତ ଭବିଷ୍ୟତକୁ ସୁରକ୍ଷିତ ରଖିବା' ବିଷୟବସ୍ତୁକୁ ନେଇ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି । ମାଇନ୍ସ ଏମଡିଆରଡି, ଆଇବିଏମର ମୁଖ୍ୟ ନିୟନ୍ତ୍ରକ ପୀୟୁଷ ନାରାୟଣ ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ।
୮୭ ଟି ଖଣିକୁ ଏକତ୍ରିତ କରି ଆଞ୍ଚଳିକ ଭୁବନେଶ୍ୱର କେନ୍ଦ୍ରର ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ ଅଧୀନରେ ଏହି ବାର୍ଷିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଓଡିଶା ସରକାରଙ୍କ ସମ୍ପୁର୍ଣ୍ଣ ମାଲିକାନା ଅଧିନସ୍ଥ ଓଡିଶା ଖଣି ନିଗମ ବା ଓଏମସିର ଦୈତାରି ଆଇରନ ଓର ମାଇନ୍ସ ଚଳିତ ବର୍ଷ ଏହାର ରୋପ୍ୟ ଜୟନ୍ତୀ ଉତ୍ସବ ଆୟୋଜନ କରିଛି । ଚଳିତ ବର୍ଷର 'ସ୍ଥାୟୀ ଖଣି ସହିତ ଭବିଷ୍ୟତକୁ ସୁରକ୍ଷିତ ରଖିବା' ବିଷୟବସ୍ତୁକୁ ନେଇ ୨୫ ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ କାର୍ଯ୍ୟକ୍ରମ ପାଳିତ ହୋଇଛି । ଅନ୍ତିମ ଦିବସର ଶେଷ ସନ୍ଧ୍ୟାରେ ପୁରସ୍କାର ବିତରଣ ଉତ୍ସବ ମଧ୍ୟ ଆୟୋଜନ ହୋଇଛି ।
![ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ ଆୟୋଜିତ](https://etvbharatimages.akamaized.net/etvbharat/prod-images/24-02-2024/od-bbsr-04-25th-mines-environment-and-minerals-7209787_24022024154439_2402f_1708769679_710.jpg)
ଅଧିକ ପଢନ୍ତୁ- ରାଜ୍ୟରେ ୧୫ ରତ୍ନ ପଥର ଖଣିର ନିଲାମ, ଫେବୃଆରୀ ୯ ସୁଦ୍ଧା ଟେଣ୍ଡର ଦାଖଲ
ମାଇନ୍ସ ଏମଡିଆରଡି, ଆଇବିଏମର ମୁଖ୍ୟ ନିୟନ୍ତ୍ରକ ପୀୟୁଷ ନାରାୟଣ ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି । ସେହିପରି ଆଇବିଏମ କୋଲକାତାର କଣ୍ଟ୍ରୋଲର ଅଫ ମାଇନ୍ସ ଶୈଳେନ୍ଦ୍ର କୁମାର ଓ ଅପରେସନ ନିର୍ଦ୍ଦେଶକ ସବ୍ୟସାଚୀ ମହାନ୍ତି ଗେଷ୍ଟ ଅଫ ଅନର ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ରିଜିଓନାଲ କଣ୍ଟ୍ରୋଲର ଅଫ ମାଇନ୍ସ ଅରୁଣ କୁମାର, ଡେପୁଟି କଣ୍ଟ୍ରୋଲର ଅଫ ମାଇନ୍ସ ରାଜେଶ କୁମାର ଦାସ, କ୍ଷୀରୋଦ ଚନ୍ଦ୍ର ବ୍ରହ୍ମା, ନିର୍ଦ୍ଦେଶକ (ପ୍ରୋଜେକ୍ଟ ଓ ପ୍ଲାନିଂ) ଓଏମସି, ଚେୟାରମେନ, ଏମଇଏମସି, ଏମ. ମୁଥୁମାରୀ, ବିଜନେସ ହେଡ ମାଇନ୍ସ (ଫେକର - ବେଦାନ୍ତ) ଭାଇସ ଚେୟାରମେନ, ଏମଇଏମସି ଏବଂ ପିନାକୀ ମଲ୍ଲିକ, ଏଜିଏମ, ଓଏମସି, ଜେନେରାଲ ସେକ୍ରେଟାରୀ ପ୍ରମୁଖ ଉପସ୍ଥିତ ଥିଲେ ।
![ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ ଆୟୋଜିତ](https://etvbharatimages.akamaized.net/etvbharat/prod-images/24-02-2024/od-bbsr-04-25th-mines-environment-and-minerals-7209787_24022024154439_2402f_1708769679_230.jpg)
ଭୁବନେଶ୍ବର ଅଞ୍ଚଳର ଭାରତୀୟ ବ୍ୟୁରୋ ଅଫ ମାଇନ୍ସ ଅଧୀନରେ ୩୦ ନଭେମ୍ବରରୁ ୬ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକଳାପ । ସଂସ୍ଥା ମାନଙ୍କ ମଧ୍ୟରେ ପରିବେଶ ସଚେତନତା ଏବଂ ଖଣିଜ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ନିରନ୍ତର ଖଣି ଅଭ୍ୟାସ ବିଷୟରେ ସଚେତନତା ସୃଷ୍ଟି ପାଇଁ ଯାଞ୍ଚ ଏବଂ ପ୍ରତିଯୋଗିତା ମଧ୍ୟ ଏହି ଅବସରରେ ଆୟୋଜନ କରାଯାଇଛି । ବୃକ୍ଷରୋପଣ, ବର୍ଜ୍ୟବସ୍ତୁ ଡମ୍ପିଂ ପରିଚାଳନା, ମୃତ୍ତିକା ଉପର ସ୍ତର ସଂରକ୍ଷଣ ଓ ପରିଚାଳନା, ପୁନରୁଦ୍ଧାର ଏବଂ ପୁନର୍ବାସ, ସବ - ଗ୍ରେଡ ଖଣିଜ ପଦାର୍ଥ ପରିଚାଳନା ଏବଂ ଖଣି ଉପଯୋଗ ସୁବିଧା, ମନିଟରିଂ ଏବଂ ସଷ୍ଟେନେବଲ ମାଇନିଙ୍ଗ ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟଦକ୍ଷତା ଉପରେ ଆଧାର କରି ଯାଞ୍ଚ ଦଳଗୁଡିକ ଖଣିଗୁଡିକର ମୂଲ୍ୟାଙ୍କନ କରିଛନ୍ତି ।
ଏଥି ସହିତ ପ୍ରଦର୍ଶନୀ ଷ୍ଟଲଗୁଡିକରେ ସ୍ଥାୟୀ ଖଣି ଅଭ୍ୟାସ, ପରିବେଶ ପରିଚାଳନା ଏବଂ ବୈଷୟିକ ପ୍ରଗତି ପାଇଁ ପ୍ରତିବଦ୍ଧ କମ୍ପାନୀଗୁଡିକ ନିଜର ଉନ୍ନତମାନର ଡିଜାଇନ ପ୍ରଦର୍ଶନ ହୋଇଛି । ଏଥି ମଧ୍ୟରେ ଓଡ଼ିଶା ଖଣି ନିଗମ, ଉତ୍କଳ ଆଲୁମିନା, ଟାଟା ଷ୍ଟିଲ, ଏବଂ ଇଏସଆରଆଇ ଇଣ୍ଡିଆ, କୋଇର ଜିଓଟେକ୍ସଟାଇଲ୍ସ, ବେଦାନ୍ତ ଫାସୋର, ଆଲ୍ଟେରା ସଲ୍ୟୁସନ ଏଲଏଲପି, ଗରୁଡ ଏରୋସ୍ପେସ୍, ଆଇଆର ଟେକ୍ନୋଲୋଜି ସର୍ଭିସେସ ପିଭି ଲିମିଟେଡ, ଓଏଫଡ଼ିସି ଲିମିଟେଡ, କେରଳର କୋଇର ନିଗମ, ଇକୋଡିଆ, ସ୍ୱାନ ଏନଭାଇରନମେଣ୍ଟ ପ୍ରାଇଭେଟ ଲିମିଟେଡ ଏବଂ ଅନ୍ୟମାନଙ୍କ ମଧ୍ୟରେ ଏଚପି ପଲିମର୍ଶ ପ୍ରାଇଭେଟ ଲିମିଟେଡ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର