ETV Bharat / state

ରାଜ୍ୟରେ ସୃଷ୍ଟି ହେବ 25 ହଜାରରୁ ଉର୍ଦ୍ଧ୍ବ ନିଯୁକ୍ତି, ୪୦୬୬.୭୧ କୋଟି ଟଙ୍କାର ୨୨ଟି ପ୍ରକଳ୍ପକୁ ଅନୁମୋଦନ

author img

By ETV Bharat Odisha Team

Published : Mar 5, 2024, 10:12 AM IST

SLSWCA Meeting For Economic Growth of Odisha: ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ କମିଟି ବୈଠକ । ବୈଠକରେ ୪୦୬୬.୭୧ କୋଟି ଟଙ୍କା ମୂଲ୍ୟର ୧୨ଟି ଜିଲ୍ଲାରେ ୨୨ ପ୍ରକଳ୍ପକୁ ଅନୁମୋଦନ । ଅଧିକ ପଢ଼ନ୍ତୁ

୪୦୬୬.୭୧ କୋଟି ଟଙ୍କାର ୨୨ଟି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା ଏସଏଲଏସଡବ୍ଲ୍ୟୁସିଏ କମିଟି ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪୦୬୬.୭୧ କୋଟି ଟଙ୍କା ମୂଲ୍ୟର ୧୨ଟି ଜିଲ୍ଲାରେ ୨୨ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ସବୁଜ ଶକ୍ତି ଉପକରଣ, ରାସାୟନିକ, ବୟନ ଓ ପୋଷାକ, ଇସ୍ପାତ, ଲୌହ ଓ ଫେରୋ ଆଲଏଜ୍, ଆଲୁମିନିୟମ ଡାଉନଷ୍ଟ୍ରିମ, ଖାଦ୍ୟ ପ୍ରକ୍ରିୟାକରଣ, ଶକ୍ତି ଓ ଅକ୍ଷୟ ଶକ୍ତି, ଆଇଟି ଭିତ୍ତିଭୂମି, ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ ସମେତ ବିଭିନ୍ନ କ୍ଷେତ୍ରରେ ୨୨ଟି ନୂତନ ପ୍ରକଳ୍ପକୁ ଏସଏଲଏସ୍ଡବ୍ଲ୍ୟୁସିଏ ସବୁଜ ସଙ୍କେତ ଦେଇଛି । ଏହାଦ୍ବାରା ପ୍ରାୟ ୨୫,୫୨୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଓଡ଼ିଶାର ଅର୍ଥନୈତିକ ବିକାଶ ହେବ ବୋଲି ଆଶା କରାଯାଉଛି ।

ସବୁଜ ଶକ୍ତି କ୍ଷେତ୍ରରେ ୱାରିକ୍ଲିନ ଏନର୍ଜି ସଲ୍ୟୁସନ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାରେ ଇଲେକ୍ଟ୍ରୋଲାଇଜର ଉତ୍ପାଦନ କାରଖାନା ସ୍ଥାପନ କରିବ । ଯେଉଁଥିରେ ୪୩୫ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ଅଟକଳ କରାଯାଇଛି । ରସାୟନିକ କ୍ଷେତ୍ରରେ ବାଲେଶ୍ୱରର ଶାଲିମାର ପେଣ୍ଟସ ଲିମିଟେଡ ଏହାର ବାର୍ନିସ ରଙ୍ଗ ଏବଂ ଏହାର ପ୍ରୟୋଗାତ୍ମକ ଉତ୍ପାଦ ପ୍ରକଳ୍ପ ପ୍ରତିଷ୍ଠା ହେବ । ୧୩୫ କୋଟି ଟଙ୍କା ବିନିଯୋଗରେ ୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ କଟକ ଓ ଢେଙ୍କାନାଳରେ କମ୍ପ୍ରେସ୍ଡ ବାୟୋ ଗ୍ୟାସ, ଫର୍ମେଣ୍ଟେଡ ଅର୍ଗାନିକ ସାର ଉପରେ ୨୪୨.୪୨ କୋଟି ଟଙ୍କା ବିନିଯୋଗରେ ଦୁଇଟି ନୂତନ ପ୍ରକଳ୍ପ ଆରମ୍ଭ କରିବ । ଏଥିରେ ୧୩୮ ଜଣଙ୍କୁ ନିଯୁକ୍ତି ପ୍ରଦାନ ସୁଯୋଗ ସୃଷ୍ଟି କରିବ ।

ଏସଏସଆଇଏଲ ପେଣ୍ଟ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ରଙ୍ଗ ଓ ଆନୁଷଙ୍ଗିକ ଉତ୍ପାଦ ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା କରିବ । ୧୫୦ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ୨୦୦ ଜଣଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି । ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ଓଏଫ ବି ଟେକ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାରେ ପୁରୁଷ ଓ ମହିଳାଙ୍କ କ୍ୟାଜୁଆଲ ଟପ ଆଣ୍ଡ ବଟମ ୱେୟାର, ଡେନିମ ଜିନ୍ସ, ମହିଳା ପୁରୁଷ ଓ ଶିଶୁଙ୍କ ପାଇଁ ବୁଣା ପୋଷାକ ସହ ଚମଡ଼ା ଉତ୍ପାଦ ପାଇଁ ପ୍ରକଳ୍ପ ପ୍ରତିଷ୍ଠା କରିବ । ୮୫୭ କୋଟି ବିନିଯୋଗରେ ଏକ ପ୍ରକଳ୍ପ ଆରମ୍ଭ କରୁଛି । ଯାହା ୧୫୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ୫୨.୫୦ କୋଟି ଟଙ୍କା ବିନିଯୋଗରେ ୧୦୨୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କଟକରେ ରେଡିମେଡ ପୋଷାକ ଉତ୍ପାଦନ ୟୁନିଟ ପାଇଁ ମେସର୍ସ ଏନରିଚ କ୍ଲୋଦିଂ ଆଇଏନସି ଏହାର ପ୍ରକଳ୍ପର ଶୁଭାରମ୍ଭ କରୁଛି ।

ବୈଷୟିକ ବୟନ ଶିଳ୍ପ କ୍ଷେତ୍ରରେ ଖୋର୍ଦ୍ଧା ଶାଲିମାର ଓ୍ଵାୟାର୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ୭୬ କୋଟି ଟଙ୍କା ବ୍ୟୟ ଅଟକଳରେ ସିନ୍ଥେଟିକ ଫେବ୍ରିକ ଫର ଇଣ୍ଡଷ୍ଟ୍ରିଆଲ ଫିଲଟ୍ରେସନ ପ୍ରକଳ୍ପ ଆରମ୍ଭ କରୁଛନ୍ତି । ଯଦ୍ୱାରା ୧୦୦ ଜଣଙ୍କୁ ନିଯୁକ୍ତି ମିଳିବ । ଧାତବ ଡାଉନଷ୍ଟ୍ରିମ କ୍ଷେତ୍ରରେ ବିଏମଡବ୍ଲ୍ୟୁ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଯାଜପୁରରେ ୭୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ଗାଲ୍ଭାନାଇଜ୍ଡ ତାର, ରଙ୍ଗ କୋଟିଂ ଲାଇନ ଓ କୋଲ୍ଡ ରୋଲିଂ ମିଲରେ ୨୭୬ଟି ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେଗମା ପ୍ରୋଫାଇଲ ପ୍ରାଇଭେଟ ଲିମିଟେଡ ସମ୍ବଲପୁରରେ ୫୪.୨୬ କୋଟି ଟଙ୍କା ବ୍ୟୟରେ ୨୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାର ଷ୍ଟିଲ ଷ୍ଟ୍ରକ୍ଚର ପ୍ରୋଫାଇଲ ଏବଂ ପାଇପ ଉତ୍ପାଦନ ୟୁନିଟ ଆରମ୍ଭ କରୁଛି ।

ସେହିପରି ଶ୍ୟାମ ଷ୍ଟିଲ ଫେବ୍ରିକେସନ ପ୍ରାଇଭେଟ ଲିମିଟେଡ ୯୦ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟରେ ମେଟାଲ ବିମ କ୍ରାସ ବ୍ୟାରିୟର, ଅଷ୍ଟାଗୋନାଲ ଖୁଣ୍ଟ ହାଇ ମାଷ୍ଟ ଓ ସ୍ୱାଗଡ ଖୁଣ୍ଟ ଏବଂ ଆରଡିଏସଓ ଅନୁମୋଦିତ ପୋଲ ଓ ଢାଞ୍ଚା ଉତ୍ପାଦନ କରିବ । ଯାହା ଇସ୍ପାତ ଡାଉନଷ୍ଟ୍ରିମ କ୍ଷେତ୍ରରେ ଖୋର୍ଦ୍ଧାରେ ୧୧୦୦ ଲୋକଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ପ୍ରଦାନ କରିବ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବଜରଙ୍ଗବାଲି ମିନ୍ମେଟ ପ୍ରାଇଭେଟ ଲିମିଟେଡ ତୁରନ୍ତ ପାସ୍ତା ଓ ଭର୍ମିସେଲି, କନ୍ଦମୂଳ ପାଉଡର ଉତ୍ପାଦନ ପାଇଁ ଏକ ୟୁନିଟ ଆରମ୍ଭ କରିବ । ୫୨.୧୦ କୋଟି ଟଙ୍କା ଯୋଗଦାନ କରିବା ସହ ସୁନ୍ଦରଗଡ଼ରେ ୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି । ଖାଦ୍ୟ, ପାନୀୟ ଓ ଆନୁଷଙ୍ଗିକ କ୍ଷେତ୍ରରେ ଓଏଫ ବି ଟେକ ପ୍ରାଇଭେଟ ଲିମିଟେଡ ୧୫୦ କୋଟି ଟଙ୍କାରେ ମକା ଷ୍ଟାର୍ଚ ପାଉଡର, ମେଜ୍ ଜର୍ମ, ମେଜ ଗ୍ଲୁଟେନ, ବ୍ରାନ ଫାଇବର ଏବଂ ଉଚ୍ଚମାନର ବ୍ରାନ ଫାଇବର ଉତ୍ପାଦନ କରିବାକୁ ଯୋଜନା କରିଛି । ଏହା ଦ୍ୱାରା ନବରଙ୍ଗପୁରରେ ୪୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଶକ୍ତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ କୋରାପୁଟରେ ସୌର ପିଭି ପାୱାରରେ ୨୦୦ କୋଟି ଟଙ୍କା ନିବେଶ ଏବଂ ୮୦ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସହିତ ନିବେଶ କରୁଛି । ଟାଟା ଷ୍ଟିଲ ଲିମିଟେଡ ସୁନ୍ଦରଗଡ଼ର ୨୨ ମେଗାୱାଟ ସୌର ପିଭି ପାୱାର ପ୍ଲାଣ୍ଟରେ ୧୨୫.୬୯ କୋଟି ଟଙ୍କା ବିନିଯୋଗ କରି ୨୩ ଜଣଙ୍କୁ ଚାକିରି ସୁଯୋଗ ପ୍ରଦାନ କରୁଛି । ଆଦାନୀ ଟୋଟାଲ ଏନର୍ଜିସ ବାୟୋମାସ ଲିମିଟେଡ ଏହି କ୍ଷେତ୍ର ପାଇଁ କମ୍ପ୍ରେସ୍ଡ ବାୟୋଗ୍ୟାସ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି । ଯାହାର ପ୍ରକଳ୍ପ ମୂଲ୍ୟ ୧୩୬.୫୦ କୋଟି ଟଙ୍କା ରହିଛି । ସମ୍ବଲପୁରରେ ଏହା ୧୮୦ ଜଣଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ପ୍ରଦାନ କରିବ । ଆଇଟି ଭିତ୍ତିଭୂମି କ୍ଷେତ୍ରରେ ପାଇନ ସ୍କୋୟାର ଏଲଏଲପି ଓ ଏକେ ଦାସ ଆସୋସିଏଟସ ପକ୍ଷରୁ ଖୋର୍ଦ୍ଧାରେ ଯଥାକ୍ରମେ ୧୧୦ କୋଟି ଓ ୫୧ କୋଟି ୬୨ ଲକ୍ଷ ଟଙ୍କାର ଆଇଟି ପାର୍କ ଶୁଭାରମ୍ଭ କରୁବ । ଏଥିରେ ଯଥାକ୍ରମେ ୨୫୦ ଓ ୬୧ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ।

ଭିତ୍ତିଭୂମି କ୍ଷେତ୍ରରେ ଜିଓ ଇମ୍ପେକ୍ସ ଆଣ୍ଡ ଲଜିଷ୍ଟିକ୍ସ ପ୍ରାଇଭେଟ ଲିମିଟେଡ ୨୦୭ କୋଟି ଟଙ୍କା ବିନିଯୋଗରେ ଗଞ୍ଜାମର ଛତ୍ରପୁରରେ ଏକ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବ । ଏହା ସହ ଏହାର କାର୍ଯ୍ୟକଳାପକୁ ପ୍ରସାରିତ କରି ୩୫୦୦ଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଆଲୁମିନିୟମ ଡାଉନଷ୍ଟ୍ରିମ କ୍ଷେତ୍ରରେ କାବକନ ଇଣ୍ଡିଆ ଲିମିଟେଡ ଝାରସୁଗୁଡ଼ାରେ ୭୨୦୦୦ ମେଟ୍ରିକ ଟନ କେବୁଲ କଣ୍ଡକ୍ଟର ଉତ୍ପାଦନ କରିବାକୁ ଯୋଜନା ରଖିଛି । ଯେଉଁଥିରେ ୧୦୦ କୋଟି ଟଙ୍କା ବ୍ୟୟ ବରାଦ ଏବଂ ଏକ ହଜାର ନିଯୁକ୍ତି ସୁଯୋଗ ରହିଛି । ଯନ୍ତ୍ରପାତି ଓ ଉପକରଣ କ୍ଷେତ୍ର ପାଇଁ ରାଇସ ଲେକ ଓଇଙ୍ଗ ସିଷ୍ଟମସ ଇଣ୍ଡିଆା ଲିମିଟେଡ ୫୧ କୋଟି ପ୍ରକଳ୍ପ ବ୍ୟୟରେ ସାମଗ୍ରୀ ପରିଚାଳନା ପ୍ରଣାଳୀ ପାଇଁ ପୁଞ୍ଜିନିବେଶ କରିବ । ଖୋର୍ଦ୍ଧାରେ ୬୫ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ।

ଏହା ମଧ୍ୟ ପଢ଼ନ୍ତୁ...ଶିଳ୍ପ ବିକାଶରେ ଓଡ଼ିଶାର ଅଗ୍ରଣୀ ଭୂମିକା: ୧୯ ପ୍ରକଳ୍ପକୁ ଅନୁମୋଦନ, ସୃଷ୍ଟି ହେବ ୧୩ ହଜାର ୬୬୩ ନିଯୁକ୍ତି

ପରିବହନ ଓ ସଂରକ୍ଷଣ କ୍ଷେତ୍ରରେ କୋଲି କମର୍ସିଆଲ ଏଲଏଲପି ଅନୁଗୁଳରେ ୭୭.୧୨ କୋଟି ଟଙ୍କା ବିନିଯୋଗରେ ରେଳ ସାଇଡିଂ ମାଧ୍ୟମରେ କୋଇଲା ପରିବହନ ପ୍ରକଳ୍ପର ଶୁଭାରମ୍ଭ କରିବ । ଏଥିରେ ୧୮୨ ଜଣଙ୍କୁ ରୋଜଗାର ପ୍ରଦାନ କରୁଛି । ସାମୂହିକ ପ୍ରୟାସରେ ୪,୦୬୬.୭୧ କୋଟି ଟଙ୍କା ବିନିଯୋଗରେ ଏହି ୨୨ ରୂପାନ୍ତରଣକାରୀ ପ୍ରକଳ୍ପ ୨୪,୩୭୫ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଯାହା କି ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି ଏବଂ ଅର୍ଥନୈତିକ ସମୃଦ୍ଧି ବୃଦ୍ଧି ପାଇଁ ପଥ ପ୍ରଶସ୍ତ କରିବ । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.