ETV Bharat / state

ପ୍ରକାଶ ପାଇଲା 2022 OAS ରେଜଲ୍ଟ; ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର, ଟପ୍-10ରେ 5 ମହିଳା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୁଭେଚ୍ଛା

ପ୍ରକାଶ ପାଇଲା ଓଏଏସ ୨୦୨୨ ପରୀକ୍ଷା ଫଳ । କୃତକାର୍ଯ୍ୟ ହୋଇଛନ୍ତି ୬୮୩ ପରିକ୍ଷାର୍ଥୀ । ଦେଖନ୍ତୁ ଟପ୍ ୧୦ ରେ ରହିଛି କାହାର ନାମ ।

author img

By ETV Bharat Odisha Team

Published : 2 hours ago

Updated : 12 minutes ago

Odisha Civil Services Examination
Odisha Civil Services Examination (ETV Bharat Odisha)

କଟକ: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ । ୨୦୨୨ର ଫଳାଫଳ ଆଜି ପ୍ରକାଶିତ ହୋଇଅଛି । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ। ଟପ୍ ଟେନ୍‌ରେ ୫ ମହିଳା ଓ ୫ ପୁରୁଷ । ଶ୍ବେତାଶ୍ରୀ ମହାପାତ୍ର ଓଏଏସ୍‌ ଟପ୍ପର। ଶ୍ବେତାଶ୍ରୀ ମହାପାତ୍ର ଓଏଏସ୍‌ ଟପ୍ପର ହୋଇଥିବା ବେଳେ ପ୍ରିଙ୍କିଲ ପରବୀନ ପରିଡ଼ା ଦ୍ବିତୀୟ, ଦୀପ୍ତିରଞ୍ଜନ ପତି ତୃତୀୟ ସ୍ଥାନରେ ରହିଛନ୍ତି ।

ତେବେ ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ, ପଞ୍ଚମ ସ୍ଥାନରେ ଆଜାଦ ସାହୁ, ଷଷ୍ଠ ସ୍ଥାନରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଳ କୁମାର ମହାନ୍ତି, ଦଶମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି । ତେବେ ଟପ ୧୦୦ ମଧ୍ୟରେ ୪୧ ଜଣ ଝିଅ ବିଭିନ୍ନ ସ୍ଥାନରେ ରହିଥିବା ବେଳେ ମୋଟ ଆକାରରେ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

ଓଏଏସ୍‌ ରେଜଲ୍ଟ ଶ୍ବେତାଶ୍ରୀ ଟପ୍ପର

  • ପ୍ରକାଶ ପାଇଲା ୨୦୨୨ର ଓଏଏସ୍‌ ରେଜଲ୍ଟ
  • ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ
  • ଟପ୍ ଟେନ୍‌ରେ ୫ ମହିଳା ଓ ୫ ପୁରୁଷ
  • ଶ୍ବେତାଶ୍ରୀ ମହାପାତ୍ର ଓଏଏସ୍‌ ଟପ୍ପର
  • ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ
  • ପ୍ରିଙ୍କିଲ ପରବୀନ ପରିଡ଼ା ଦ୍ବିତୀୟ, ଦୀପ୍ତିରଞ୍ଜନ ପତି ତୃତୀୟ

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥଲା , ଯଥା:- ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର । ଓଡିଶା ସିଭିଲ ସର୍ଭିସ, ୨୦୨୨ ପରୀକ୍ଷାର ବିଜ୍ଞାପନରେ ସମୁଦାୟ ୬୮୩ ( ୨୨୭-ମହିଳା) ପଦବୀ ପାଇଁ ପ୍ରକାଶିତ ହୋଇଥିଲା । OAS ବା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ସମୁଦାୟ ୯୨୯୧୪ (୩୪୭୧୨-ମହିଳା) ପ୍ରାର୍ଥୀ ଆବେଦନ କରିଥିଲେ ଏବଂ ଏହା ମଧ୍ୟରୁ ୪୦୫୮୬ (୧୪୮୫୨-ମହିଳା) ପ ଅନୁଷ୍ଠିତ ହୋଇଥିବା ପ୍ରାରମ୍ଭିକ ପରୀକ୍ଷା ଦେଇଥିଲେ ।

ଏହା ବି ପଢନ୍ତୁ- ବରିଷ୍ଠ IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ , 6 ବର୍ଷ ପାଇଁ ନିଯୁକ୍ତ କଲେ ରାଜ୍ୟ ସରକାର - OPSC Chairman Arun Sarangi

ଏହା ବି ପଢନ୍ତୁ- ମୋହନ ମାଝୀ ସରକାରରେ ପୁଣି ନିଯୁକ୍ତି; ସାମ୍ବାଦିକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ ଆବେଦନ ତାରିଖ, ପ୍ରକ୍ରିୟା - opsc recruitment 2024

ଏହି ପରୀକ୍ଷା ରେ ୮୨୨୦ (୨୭୩୦-ମହିଳା) ଜଣ ପରୀକ୍ଷାର୍ଥୀ ଏହି ପ୍ରାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଓଡିଶା ସିଭିଲ ସର୍ଭିସ (ମୁଖ୍ୟ) ପରୀକ୍ଷା, ୨୦୨୨ର ମେନ ପରୀକ୍ଷାରେ ୬୬୩୯ (୨୩୩୭-ମହିଳା) ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ । ଏହା ମଧ୍ୟରୁ ୧୩୬୭ (୪୯୩-ମହିଳା) ପ୍ରାର୍ଥୀଙ୍କୁ ଦସ୍ତାବିଜ ଯାଞ୍ଚ ଏବଂ ସାକ୍ଷାତକାର ପରୀକ୍ଷା ପାଇଁ କଟକ ସ୍ଥିତ ଓଡିଶା ଲୋକସେବା ଆୟୋଗର କାର୍ଯ୍ୟାଳୟକୁ ଡକାଯାଇଥିଲା ।

swetashree-mohapatra-tops
swetashree-mohapatra-tops (ETV Bharat Odisha)

ଏହା ବି ପଢନ୍ତୁ- ଅକ୍ଟୋବର ୨୭ରେ OAS ପ୍ରିଲିମ୍ସ, OPSC ୱେବସାଇଟରେ ପୂରା ସୂଚନା - OPSC Prelims Date

ଏହା ବି ପଢନ୍ତୁ- OPSC: ଓପିଏସସି OCS-୨୦୨୨ ପରୀକ୍ଷା ଫଳ ପ୍ରକାଶ; ୧୩୬୭ କୃତକାର୍ଯ୍ୟ, ଏହି ଦିନ ସାକ୍ଷାତକାର ପରୀକ୍ଷା

OAS RESLUT
OAS RESLUT (ETV Bharat Odisha)

ଓଡିଶା ଲୋକସେବା ଆୟୋଗ ଓଡିଶା ସିଭିଲ ସର୍ଭିସ ପରୀକ୍ଷା,ରେ ୨୦୨୨ ପାଇଁ ୬୮୩ ସଂଖ୍ୟକ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିଶ କରିଛନ୍ତି ଏବଂ ଶ୍ୱେତାଶ୍ରୀ ମହାପାତ୍ର ଏହି ଚୟନ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ଦଶଜଣ ପ୍ରାର୍ଥୀଙ୍କ ମଧ୍ୟରେ ୦୫ ଜଣ ମହିଳା ପ୍ରାର୍ଥୀନୀ ସ୍ଥାନିତ ହୋଇଛନ୍ତି । ଏହି ଚୟନ ତାଲିକାରେ ଅଣସଂରକ୍ଷିତ ବର୍ଗରେ ୩୮୭ (୧୪୨-ମହିଳା), ସାମାଜିକ ଓ ଶିକ୍ଷଗତ ପଛୁଆ ବର୍ଗରେ ୭୧ (୨୩-ମହିଳା), ଅନୁସୂଚିତ ଜାତି ବର୍ଗରେ ୮୯ (୩୬-ମହିଳା), ଅନୁସୂଚିତ ଜନଜାତି ବର୍ଗରେ ୧୩୬ (୫୭-ମହିଳା), ପୂର୍ବତନ ସାମରିକ ସେବା କର୍ମଚାରୀ ବର୍ଗରେ ୧୪, କ୍ରୀଡାବିତ ବର୍ଗରେ ୦୧ ଏବଂ ଶାରୀରିକ ଅକ୍ଷମ ବର୍ଗରେ ୨୩ (୦୫- ମହିଳା) ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଅଛି ।

ଚୟନ ତାଲିକାରେ ମୋଟ ୨୫୮ ମହିଳା ପ୍ରାର୍ଥୀନୀଙ୍କୁ ସୁପାରିଶ କରାଯାଇଛି ।ଏବଂ ଏହାର ସମ୍ପୂର୍ଣ୍ଣ ଚୟନ ତାଲିକା ଓଡିଶା ଲୋକସେବା ଆୟୋଗର ୱେବସାଇଟwww.opsc.gov.in ରେ ଉପଲବ୍ଧ ହୋଇଅଛି ଏନେଇ ଲୋକ ସେବା ଆୟୋଗ ପକ୍ଷରୁ ସୂଚନା ।

Last Updated : 12 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.