ETV Bharat / state

କେନ୍ଦୁଝର ଦାୟିତ୍ବଭାର ସମ୍ଭାଳିଲେ ୨୦୧୬ ବ୍ୟାଚ ଆଇଏଏସ ବିଶାଲ ସିଂହ - Keonjhar new Collector

New Collector of Keonjhar : ଦାୟିତ୍ଵ ଗ୍ରହଣ କଲେ ନୂତନ ଜିଲ୍ଲାପାଳ । ୨୦୧୬ ବ୍ୟାଚର ଆଇଏଏସ ବିଶାଲ ସିଂହ ଏବେ କେନ୍ଦୁଝର ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ,

କେନ୍ଦୁଝର ନୂତନ ଜିଲ୍ଲାପାଳ
କେନ୍ଦୁଝର ନୂତନ ଜିଲ୍ଲାପାଳ
author img

By ETV Bharat Odisha Team

Published : Jan 30, 2024, 10:53 PM IST

କେନ୍ଦୁଝର ନୂତନ ଜିଲ୍ଲାପାଳ

କେନ୍ଦୁଝର : ଦାୟିତ୍ଵ ଗ୍ରହଣ କଲେ ନୂତନ ଜିଲ୍ଲାପାଳ । ୨୦୧୬ ବ୍ୟାଚର ଆଇଏଏସ ବିଶାଲ ସିଂହ ଏବେ କେନ୍ଦୁଝର ଜିଲ୍ଲାପାଳ । ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକାକୁ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି ବିଶାଲ । ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ହାତକୁ ନେଇଥିବା ପ୍ରକଳ୍ପକୁ ତ୍ଵରାନିତ କରିବେ ।

ମଙ୍ଗଳବାର ଅପରାହ୍ନରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ବିଶାଲ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ଜିଲ୍ଲାର ଆରାଧ୍ୟ ଦେବୀ ମା’ ତାରିଣୀ ଏବଂ ରାଷ୍ଟ୍ରଦେବ ପ୍ରଭୁ ବଳଦେବଜିଉଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକାକୁ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି ବିଶାଲ । ଏଥିସହ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ହାତକୁ ନେଇଥିବା ପ୍ରକଳ୍ପକୁ ତ୍ଵରାନିତ କରି କିଭଳି ଜିଲ୍ଲାର ବିକାଶରେ ସାମିଲ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେବେ। ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଜିଲ୍ଲାରେ କିଭଳି ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରାଯିବ ସେଥିପ୍ରତି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। କେନ୍ଦୁଝର ଜିଲ୍ଲା ଏକ ଦୁର୍ଘଟଣା ପ୍ରବଣ ଜିଲ୍ଲା ଓ ଖଣି ଖାଦାନ ଭରା ହୋଇଥିବା ବେଳେ ଏହାର ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ, ବିଶାଲ ସିଂହ ଏହା ପୂର୍ବରୁ ମାଲକାନଗିରି ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ।

ଏହା ମଧ୍ୟ ପଢ଼ନ୍ତୁ... IAS ସ୍ତରରେ ବଡଧରଣର ଅଦଳବଦଳ; ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବଦଳିଲେ ୧୭ ଜିଲ୍ଲାପାଳ

ତେବେ ଗତ 22 ତାରିଖରେ IAS ସ୍ତରରେ ବଡଧରଣର ଅଦଳବଦଳ କରିଥିଲେ ରାଜ୍ୟ ସରକାର । 17 ଜିଲ୍ଲାପାଳଙ୍କୁ ବଦଳି କରାଯାଇଥିଲା । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ମିଳିଛି । ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି । ବିଜୟ କୁମାର ଦାସ ପୁରୀର ନୂତନ ଜିଲ୍ଲାପାଳ ହୋଇଛନ୍ତି । ଶ୍ରୀକାନ୍ତ ପୃଷ୍ଟି ଉତ୍ତରାଞ୍ଚଳ ଆରଡିସି ଭାବେ ଦାୟିତ୍ବ ପାଇଛନ୍ତି । ଦକ୍ଷିଣାଞ୍ଚଳ ଆରଡିସି ଥିବା ୨୦୦୦ ବ୍ୟାଚର ଆଇଏଏସ ତେମଜେନୱାପଙ୍ଗ ଆଓଙ୍କୁ ନୂଆ ନିଯୁକ୍ତି ମିଳିଛି । ସେ ଏବେ ପବ୍ଲିକ ଏଣ୍ଟରପ୍ରାଇଜେସ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ଏହା ବ୍ୟତିତ କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, କଟକ, ବରଗଡ଼, କୋରାପୁଟ, ଅନୁଗୁଳ, କେନ୍ଦ୍ରାପଡା, ସମ୍ବଲପୁର, ମାଲକାନଗିରି, ବଲାଙ୍ଗୀର, ରାୟଗଡା, ନୟାଗଡ, ଯାଜପୁର, ରାଉରକେଲା, ସୋନପୁର, ବ୍ରହ୍ମପୁର, ବୌଦ୍ଧ ଆଦି ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଦଳବଦଳ କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.