ETV Bharat / state

ମଝି ନଈରେ ଅଟକିଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ ବର୍ତ୍ତିଲେ 100ରୁ ଅଧିକ ଯାତ୍ରୀ - ମଝି ନଈରେ ଅଟକିଲା ଡଙ୍ଗା

Boat stuck in mid river: ମଝି ନଦୀରେ ଅଟକିଲା 2ଟି ଯାତ୍ରୀବାହୀ ଡଙ୍ଗା । କେନ୍ଦ୍ରାପଡା ବାହାକୁଦ ଘାଟରୁ ପାରାଦ୍ୱୀପକୁ ଯାଉଥିବା ବେଳେ ଅଘଟଣ । ଅଳ୍ପକେ ବର୍ତ୍ତିଲେ 100ରୁ ଅଧିକ ଯାତ୍ରୀ । ଅଧିକ ପଢନ୍ତୁ

Boat stuck in mid river
ମଝି ନଈରେ ଅଟକିଲା ଯାତ୍ରୀବାହୀ ଡଙ୍ଗା
author img

By ETV Bharat Odisha Team

Published : Jan 30, 2024, 3:43 PM IST

ମଝି ନଈରେ ଅଟକିଲା ଯାତ୍ରୀବାହୀ ଡଙ୍ଗା

କେନ୍ଦ୍ରାପଡା: ମଝି ନଦୀରେ ଅଟକିଲା 2ଟି ଯାତ୍ରୀବାହୀ ଡଙ୍ଗା । ଅଳ୍ପକେ ବର୍ତ୍ତିଲେ 100ରୁ ଅଧିକ ଯାତ୍ରୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବାହାକୁଦ ଘାଟରୁ ପାରାଦ୍ୱୀପକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ପାଖାପାଖି 3 ଘଣ୍ଟା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଏବେବି ବାଇକ ସମେତ ଅନ୍ୟାନ୍ୟ ଜିନିଷପତ୍ର ଡଙ୍ଗାରେ ରହିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁ 2ଟି ଯାକ ଡଙ୍ଗା ଅଚଳ ହୋଇ ଯାଇଥିବା ସୂଚନା ରହିଛି । ଅନ୍ୟପଟେ ଏତେ ବଡ ଅଘଟଣ ଘଟିଯାଇଥିଲେ ବି ପ୍ରଶାସନ ତରଫରୁ କୌଣସି ଅଧିକାରୀଙ୍କ ଦେଖା ମିଳିନଥିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ସରକାରଙ୍କ ବିକାଶକୁ ଆଇନା ଦେଖାଉଛି ଲେଞ୍ଜିଗୁଡା, ଆଜିବି ଏଠି ସ୍କୁଲ ଯିବା ପାଇଁ ଦେଶୀ ଡଙ୍ଗା ଭରସା

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବାହାକୁଦ ଘାଟରୁ ପ୍ରତିଦିନ ବନ୍ଦର ନଗରୀ ପାରାଦ୍ୱୀପକୁ ଡଙ୍ଗା ପାରି ହୋଇ ଲୋକମାନେ ଯାଇଥାନ୍ତି । ଆଜି(ମଙ୍ଗଳବାର) ସକାଳ ୬ଟାରେ ବାହାକୁଦ ମୂଷାଡ଼ିଆ ଫେରିଘାଟର 2ଟି ଡଙ୍ଗା ପାରଦ୍ୱୀପ ଅଭିମୁଖେ ବାହାରିଥିଲା । ଏହି 2ଟି ଯାତ୍ରୀବାହୀ ଡଙ୍ଗାରେ 100ରୁ ଅଧିକ ଲୋକେ ଯାଉଥିଲେ । ଏଥି ସହ ଡ଼ଙ୍ଗାରେ ୧୨ଟି ବାଇକ୍ ସହିତ ବ୍ଯବସାୟ ପାଇଁ ଅନେକ ପରିବାପତ୍ର ମଧ୍ୟ ଥିଲା । ମାତ୍ର ମଝି ନଦୀରେ 2ଟା ଯାକ ଡଙ୍ଗା ଅଚଳ ହୋଇଯାଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ 2ଟି ଯାକ ଡ଼ଙ୍ଗା ଅଚଳ ହୋଇ ମଝି ନଦୀରେ ଅଟକି ରହିଥିଲା ।

ଏହାମଧ୍ୟ ପଢନ୍ତୁ..ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

ଡଙ୍ଗାରେ ଥିବା ଲୋକମାନେ ଏନେଇ ଭୟଭୀତ ହୋଇପଡିଥିଲେ । ଦୀର୍ଘ 3 ଘଣ୍ଟା ଧରି ନଦୀ ମଝିରେ ଫସି ରହିଥିଲେ ଯାତ୍ରୀ । 3 ଘଣ୍ଟା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିଛନ୍ତି । ତେବେ ପେଟପାଣା ପାଇଁ କାମ କରିବାକୁ ଯିବାକୁ ଅପେକ୍ଷା କରିଥିବା ଯାତ୍ରୀମାନେ ଛୋଟ ଛୋଟ ମାଛ ଧରା ଡଙ୍ଗାରେ ଅସୁରକ୍ଷିତ ଭାବେ ପ୍ରତିଦିନ କେନ୍ଦ୍ରପଡାରୁ ପାରାଦ୍ୱୀପ ଆସୁଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଯାତ୍ରା ବେଶ ବିପଦଜ୍ଜନକ ହୋଇଥିବା ବେଳେ ଏଭଳି ଅସୁରକ୍ଷିତ ଭାବେ ପାରି ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି l ଅନ୍ୟପଟେ ଏତେ ବଡ ଅଘଟଣ ଘଟିଯାଇଥିଲେ ବି ପ୍ରଶାସନ ତରଫରୁ କୌଣସି ଅଧିକାରୀଙ୍କ ଦେଖା ମିଳିନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.