ETV Bharat / state

ମହାନଦୀରେ ହେବ 2 ବ୍ୟାରେଜ; ସରକାର ଦେଲେ ସର୍ଭେ ନିର୍ଦ୍ଦେଶ, ଚିଠି ଲେଖିଲେ EIC - Barrages In The Mahanadi

author img

By ETV Bharat Odisha Team

Published : Jul 3, 2024, 9:10 PM IST

Survey And Investigation For Mahanadi River Front Development: ମହାନଦୀରେ 2ଟି ବ୍ରିଜ ସହ ବ୍ୟାରେଜ ନିର୍ମାଣ ଲାଗି ଯୋଜନା । ମାନେଶ୍ବର ଓ ଦେଓଗାଁରେ ବ୍ରିଜ କମ ବ୍ୟାରେଜ ହେବାର ସମ୍ଭାବନା ଅଧିକ ରହିଛି । ଅଧିକ ପଢ଼ନ୍ତୁ

Mahanadi River
Mahanadi River (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ସରକାର ବଦଳିବା ପରେ ଆରମ୍ଭ ହୋଇଛି ମହାନଦୀ ବଞ୍ଚାଅ ଅଭିଯାନ । ମହାନଦୀରେ 2ଟି ବ୍ରିଜ ସହ ବ୍ୟାରେଜ ନିର୍ମାଣ ଲାଗି ଯୋଜନା ହେଉଥିବା ଜଣାପଡିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ପକ୍ଷରୁ ମହାନଦୀ ବେସିନର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ମହାନଦୀ ଉପରେ 2ଟି ବ୍ୟାରେଜ ଓ ସହରର ଅଯୋଧ୍ୟା ସରୋବରକୁ ବିକଶିତ ପାଇଁ ସର୍ଭେ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ଗତକାଲି ବୁର୍ଲା ସ୍ଥିତ ମହାନଦୀ ବେସିନର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସମ୍ବଲପୁରର ସମଲେଶ୍ବରୀ ମନ୍ଦିର ସମ୍ମୁଖରେ ଉନ୍ନୟନ ଲାଗି ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମହାନଦୀରେ ବ୍ରିଜ ସହ ବ୍ୟାରେଜ ନିର୍ମାଣ ପାଇଁ ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାନଦୀର ରେଲୱେ ବ୍ରିଜ ବା ମହାନଦୀ ବ୍ରିଜ-1 ନିକଟରୁ ଦେଓଗାଁ ପର୍ଯ୍ୟନ୍ତ ଏହି ସର୍ଭେ ହେବ । ଏଥିରେ 2ଟି ବ୍ରିଜ ସହ ବ୍ୟାରେଜ ନିର୍ମାଣ ହେବ । ମାନେଶ୍ବର ଓ ଦେଓଗାଁରେ ବ୍ରିଜ କମ ବ୍ୟାରେଜ ହେବାର ସମ୍ଭାବନା ଅଧିକ ରହିଛି । ମାନେଶ୍ବର ଓ ଦେଓଗାଁରେ ବ୍ରିଜ କମ ବ୍ୟାରେଜ ନିର୍ମାଣ ହେଲେ କୌଣସି ପରିବାର ବିସ୍ଥାପିତ ହେବେ ନାହିଁ ।

ସେହିଭଳି ସମ୍ବଲପୁର ଅଯୋଧ୍ୟା ସରୋବରକୁ ବିକାଶିତ କରାଯିବ ବୋଲି ଦର୍ଶାଯାଇଛି । ଏଠାରେ ବ୍ୟାରେଜ ନିର୍ମାଣ ହେଲେ ପର୍ଯ୍ୟଟନର ବିକାଶ ହୋଇପାରିବ । ଅଣ-ମୌସୁମୀ ସମୟରେ ମହାନଦୀରେ ଜଳ ସଙ୍କଟ ସୃଷ୍ଟି ହୋଇଥାଏ । ଉପର ମୁଣ୍ଡରେ ଅର୍ଥାତ ଛତିଶଗଡ଼ରେ 32ରୁ ଅଧିକ ବ୍ୟାରେଜ ନିର୍ମାଣ ହୋଇଥିବାରୁ ଓଡିଶା ଅସୁବିଧାର ସମ୍ମୁଖୀନ ହେଉଥିବା ଓଡିଶା ସରକାର ଅଭିଯୋଗ କରିଆସୁଛନ୍ତି । ଯାହାକୁ ନେଇ ଓଡିଶା ଓ ଛତିଶଗଡ଼ ମୁହାଁମୁହିଁ ହୋଇ ରହିଛନ୍ତି । ଏନେଇ ହୋଇଥିବା ମାମଲା ଏବେ ବିଚାରାଧୀନ ରହିଛି । ଓଡିଶା ସରକାରଙ୍କ ପକ୍ଷରୁ ହୀରାକୁଦ ପରେ ମହାନଦୀ ତଳ ମୁଣ୍ଡରେ କୌଣସି ସ୍ଥାନରେ ଡ୍ୟାମ କିମ୍ବା ବ୍ୟାରେଜ ନିର୍ମାଣ କରିନାହାନ୍ତି । ସମ୍ବଲପୁର ସହରରେ ବ୍ରିଜ ସହ ବ୍ୟାରେଜ ନିର୍ମାଣ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି । ଯାହା ଫଳରେ ଜଳ ସମସ୍ୟା ସମାଧାନ ସହ ପର୍ଯ୍ୟଟନର ବିକାଶ ପାଇଁ ବାରମ୍ବାର ଏହି ଦାବି ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଏବେ ଟ୍ରିପଲ ଇଞ୍ଜିନ ସରକାର, ବାହାନା ନକରି ମହାନଦୀ ବିବାଦର ସମାଧାନ କରନ୍ତୁ: ବିଜେଡି - ODISHA CHHATTISGARH WATER DISPUTE

ବିନାଖଣ୍ଡି ଓ ଫାସକୁଦା ଅଞ୍ଚଳରେ ବ୍ରିଜ ସହ ବ୍ୟାରେଜ ନିର୍ମାଣ କରିବାକୁ 2014ରୁ ପ୍ରସ୍ତାବ ରହିଛି । କିନ୍ତୁ ଫାଇଲରେ ରହିଯାଇଛି ପ୍ରସ୍ତାବିତ ବିନାଖଣ୍ଡି ଓ ଫାସକୁଦା ବ୍ରିଜ ସହ ବ୍ୟାରେଜ ପ୍ରସଙ୍ଗ । 10 ବର୍ଷ ତଳୁ ପ୍ରସ୍ତାବ ଦିଆଯାଇଥିବା ଏହି ପ୍ରକଳ୍ପ ଶୀତଳ ଭଣ୍ଡାରରେ ରହିଛି । ସର୍ଭେ ପାଇଁ କ୍ୟାବିନେଟରେ ପ୍ରସ୍ତାବ ପାରିତ ସତ୍ତ୍ବେ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ । ସେ ସମୟରେ 43 କୋଟି ଟଙ୍କା ବିନିମୟରେ ଏହି ବ୍ରିଜ ସହ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ଫାଇଲରେ ରହିଛି । ପୁଣି ଥରେ 2019ରେ 45 କୋଟି ଟଙ୍କା ବଜେଟରେ ବ୍ରିଜ ସହ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲା ସମ୍ବଲପୁର ଜଳସେଚନ ଡିଭିଜନ । ଏ ନେଇ ସର୍ଭେ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.