ETV Bharat / state

ଆସନ୍ତା ୫ବର୍ଷରେ ୧୮୫୮ ଡାକ୍ତରଖାନା ହେବ ‘ଆମ ହସ୍ପିଟାଲ’

author img

By ETV Bharat Odisha Team

Published : Feb 26, 2024, 8:13 PM IST

Updated : Feb 26, 2024, 8:20 PM IST

AMA Hospital: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା । ଆସନ୍ତା ୫ ବର୍ଷରେ ରାଜ୍ୟରେ ୧୮୫୮ ଡାକ୍ତରଖାନା ହେବ ‘ଆମ ହସ୍ପିଟାଲ’ । ଅଧିକ ପଢନ୍ତୁ

AMA Hospital
AMA Hospital
ଆସନ୍ତା ୫ ବର୍ଷରେ ୧୮୫୮ ଡାକ୍ତରଖାନା ହେବ ‘ଆମ ହସ୍ପିଟାଲ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ସୋମବାର) ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ୬୭ଟି ‘ଆମ ହସ୍ପିଟାଲ’ ଉଦଘାଟନ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲେସିସ ସେଣ୍ଟର, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡାରେ BMRC କାର୍ଡିଆକ କେୟାର ହସ୍ପିଟାଲ ଲୋକାର୍ପିତ କରିଛନ୍ତି । ଏହା ସହିତ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଉପଜିଲ୍ଲା ଡାକ୍ତରଖାନାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆମ ହସ୍ପିଟାଲରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଫୋକସ ହେଉଛି ରୋଗୀଙ୍କ ସୁବିଧା ଓ ସେମାନଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ‘ଆମ ହସ୍ପିଟାଲ’ ଗୁଡିକ ଏକ ନୂଆ ଯୁଗ ରାଜ୍ୟରେ ଆରମ୍ଭ କରିବ । ସରକାରୀ ହସ୍ପିଟାଲରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୂପାନ୍ତରର ଚିତ୍ରକୁ ଆମ ହସ୍ପିଟାଲ ଆହୁରି ଉଜ୍ଜ୍ବଳ କରିବ । 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ମିଳିଥିବା ପ୍ରସ୍ତାବ ଓ ମୋ ସରକାର ଜନମତ ସଂଗ୍ରହ ଭିତ୍ତିରେ ଆମ ହସ୍ପିଟାଲ ଆରମ୍ଭ ହୋଇଛି । ଏହା ସରକାରୀ ସ୍ତରରେ ଆମର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ । 5T ଉପକ୍ରମରେ ହସ୍ପିଟାଲ ଗୁଡିକର ଭିତ୍ତିଭୂମି ବ୍ୟବସ୍ଥା, ରେଗୀଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଏବଂ ସେବା ଯୋଗାଇବା ପଦ୍ଧତିରେ ଉନ୍ନତି ଆଣାଯାଇଛି। ଗୁଣବତ୍ତାକୁ ମଧ୍ୟ ଏଠାରେ ସୁନିଶ୍ଚିତ କରାଯାଇଛି ।"

ଏହା ବି ପଢନ୍ତୁ- ରୋଗୀଙ୍କୁ ମିଳିବ ଉତ୍ତମ ସ୍ବାସ୍ଥ୍ୟସେବା, ୧୫ ଜିଲ୍ଲାରେ ଲୋକାର୍ପିତ ହେଲା ୬୭ ଆମ ହସ୍ପିଟାଲ

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥି ପାଇଁ ୨୦୨୩-୨୮ ମଧ୍ୟରେ ୩୩ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି । ସଂପ୍ରତି ୧୪୯ଟି ଡାକ୍ତରଖାନାର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି । ଲୋକଙ୍କୁ ଭଲ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଗତ ୧ ବର୍ଷ ମଧ୍ୟରେ ୪,୦୦୦ ଡାକ୍ତର ଓ ୩,୭୦୦ ରୁ ଅଧିକ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି । ଧନୀ, ଗରୀବ ସମସ୍ତଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସାରା ଓଡିଶାରେ ମଡେଲ ହୋଇଛି । ଓଡିଶାବାସୀଙ୍କ ଚିକିତ୍ସା ଚିନ୍ତା ଦୂର କରିଛି । ‘ମୋ ପାଇଁ ସବୁ ଜୀବନ ମୂଲ୍ୟବାନ’ ଏହି ମନ୍ତ୍ରକୁ କାର୍ଯ୍ୟକାରୀ କରି ଆମେ ସମସ୍ତଙ୍କ ସହଯୋଗରେ ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ସ୍ବପ୍ନ ନିଶ୍ଚୟ ପୂରଣ କରିବୁ ।"

ଏହା ବି ପଢନ୍ତୁ- ୧୫ ଜିଲ୍ଲାରେ ୭୩ ଆମ ହସ୍ପିଟାଲ, ୫ ଉପଖଣ୍ଡ ଡାଏଲେସିସ ସେଣ୍ଟର ଉଦଘାଟିତ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଜାରୀ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଓଡିଶାର ଜନସାଧାରଣ ପ୍ରାଇଭେଟ ହସ୍ପିଟାଲ ଭଳି ସୁବିଧା ସୁଯୋଗ ସରକାରୀ ହସ୍ପିଟାଲରେ ପାଉଛନ୍ତି । 5T ଉପକ୍ରମରେ ସୋନପୁରରେ ଓଡିଶାର ଜିଲ୍ଲାସ୍ତରୀୟ ସବୁଠାରୁ ବଡ ହସ୍ପିଟାଲ ବହୁତ କମ ସମୟ ମଧ୍ୟରେ ପ୍ରତିଷ୍ଠା ହୋଇଛି । ସୋନପୁରବାସୀଙ୍କ ବହୁ ଦିନର ସ୍ୱପ୍ନ ଏହା ମାଧ୍ୟମରେ ସାକାର ହୋଇଛି । କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସଂଯୋଜନା କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୧୪୦ଟି ‘ଆମ ହସ୍ପିଟାଲ’ ଲୋକାର୍ପିତ ହୋଇଛି । ଏଥିପାଇଁ ୭୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ସମସ୍ତଙ୍କ ସହଯୋଗରେ ଏହି କାମ ସଫଳ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 26, 2024, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.