ETV Bharat / state

ଆଉ ନାହିଁ ନନ୍ଦନ, ବାଘୁଣୀ ସାରା ପ୍ରେମରେ ପଡି ପଳେଇ ଆସିଥିଲା ନନ୍ଦନକାନନ - Nandan Tiger Dies

TIGER DEATH IN NANDANKANAN: ନନ୍ଦନ ବାଘର ମୃତ୍ୟୁ ହୋଇଛି । ୧୮ ବର୍ଷ ବୟସ୍କ ନନ୍ଦନ ଗତ ତିନିମାସ ଧରି ଅସୁସ୍ଥ ରହିଥିଲା । ଆର୍ଥ୍ରାଇଟିସ ରୋଗରେ ପୀଡିତ ରହିଥିଲା ନନ୍ଦନ ।ଅଧିକ ପଢନ୍ତୁ

ଆଉ ନାହିଁ ନନ୍ଦନ, ନନ୍ଦନକାନନରେ ନନ୍ଦନର ମୃତ୍ୟୁ
ଆଉ ନାହିଁ ନନ୍ଦନ, ନନ୍ଦନକାନନରେ ନନ୍ଦନର ମୃତ୍ୟୁ (ETV Bharat Odisha)
author img

By ETV Bharat Odisha Team

Published : May 11, 2024, 10:26 PM IST

ଆଉ ନାହିଁ ନନ୍ଦନ, ନନ୍ଦନକାନନରେ ନନ୍ଦନର ମୃତ୍ୟୁ (ETV Bharat Odisha)

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ମହାବଳ ବାଘ ନନ୍ଦନର ମୃତ୍ୟୁ ଘଟିଛି । ବାର୍ଦ୍ଧକ୍ୟ ଜନିତ କାରଣ, ପଛ ଗୋଡ଼ ପାରାଲିସିସ କାରଣରୁ ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲା ନନ୍ଦନ । ଓୟୁଏଟି ବିଶେଷଜ୍ଞ ଏବଂ ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ ତାର ଚିକିତ୍ସା ଜାରି ରଖିଥିଲେ ସୁଦ୍ଧା ଆଜି ସକାଳୁ ତାର ମୃତ୍ୟୁ ହୋଇଛି । ବ୍ୟବଚ୍ଛେଦ ପରେ ମୃତୁର କାରଣ ଜଣାପଡ଼ିବ । ୨୦୧୩ ମସିହାରେ ନନ୍ଦନ ଏବଂ ସାରା ବାଘୁଣୀ ପ୍ରେମରେ ପଡି ନନ୍ଦନକାନନ ଭିତରକୁ ପଶି ଆସିଥିଲା ତାକୁ ନନ୍ଦନକାନନ କର୍ତ୍ତୃପକ୍ଷ କାବୁ କରିଥିଲେ ।

୧୮ ବର୍ଷ ବୟସ୍କ ନନ୍ଦନ ଗତ ତିନିମାସ ଧରି ଅସୁସ୍ଥ ରହିଥିଲା । ଅଣ୍ଟାରେ ଆର୍ଥ୍ରାଇଟିସ ରୋଗରେ ପୀଡିତ ରହିଥିଲା । ଏନେଇ ଓୟୁଏଟି ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଚିକିତ୍ସାକ ଓ ବିଶେଷଜ୍ଞମାନେ ଉକ୍ତ ନନ୍ଦନକୁ ଚିକିତ୍ସା କରୁଥିଲେ । କିନ୍ତୁ ଦୁଃଖଦ ଭାବରେ ଆଜି ତାର ସକାଳ ସମୟରେ ମୃତ୍ୟୁ ଘଟିଛି । ତେବେ ନନ୍ଦନର ସ୍ୱାସ୍ଥ୍ୟବସ୍ଥା ଗତ ଫେବୃଆରୀ ମାସରୁ ସ୍ୱାସ୍ଥ୍ୟବସ୍ଥା ଖରାପ ରହିଥିଲା ।

ନନ୍ଦନ'ର ସଂକ୍ଷିପ୍ତ ଇତିହାସ:
ବିଶେଷ ଭାବରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧ ନମ୍ବର ବାଘ ଖୁଆଡ଼ ଫିଡିଂ ଚାମ୍ବରରେ ରହୁଥିଲା ବାଘ ‘ନନ୍ଦନ’। ୨୦୧୩ ମାର୍ଚ୍ଚ ୨୪ ତାରିଖରେ ସାତକୋଶିଆ ଅଭୟାରଣ୍ୟରୁ ଏହି ବାଘ ପ୍ରାଣୀ ଉଦ୍ୟାନ ଭିତରକୁ ପଶି ଆସିଥିଲା । ପରବର୍ତ୍ତୀ ସମୟରେ ଏହି ବାଘର ନାମ ‘ନନ୍ଦନ’ ନାମରେ ନାମିତ କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ସଂରକ୍ଷିତ ପ୍ରଜନନ ପାଇଁ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରଖାଗଲା । ୨୦୧୬ ଏପ୍ରିଲ ୨୦ ତାରିଖରେ ନନ୍ଦନକୁ ନନ୍ଦନକାନନର ଜନ୍ମିତ ବାଘୁଣୀ ‘ମେଘା’ ସହିତ ମିଳନ କରାଯାଇଥିଲା । ସେମାନଙ୍କ ଔରସରୁ ୨ଟି ଅଣ୍ଡିରା ବାଘ ଜନ୍ମ ହୋଇଥିଲେ । ୨୦୧୬ ଅକ୍ଟୋବର ୨୯ ତାରିଖରୁ ଜଙ୍ଗଲୀ ବାଘ ନନ୍ଦନକୁ ପର୍ଯ୍ୟଟକଙ୍କୁ ପ୍ରଦର୍ଶିତ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ .....କଲରାପତରିଆ ବାଘର ମୃତଦେହ ଉଦ୍ଧାର, ମୃତ୍ୟୁ କାରଣ ଅସ୍ପଷ୍ଟ - Tiger Found Dead

ନନ୍ଦନ ବାଘର ସଂରକ୍ଷଣ ପ୍ରଜନନ: ବାଘର ସଂରକ୍ଷଣ ପ୍ରଜନନ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଉ ଏକ ପ୍ରାଣୀ ଯୋଡ଼ି ହୋଇଥିଲା । ଯାହା ବେଙ୍ଗଲ ଟାଇଗର ନନ୍ଦନ । ନନ୍ଦନ ହେଉଛି ସଂରକ୍ଷଣ ପ୍ରଜନନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣକାରୀ ହୋଇଥିଲା । ସମୁଦାୟ ନଅଟି ଛୁଆ ନନ୍ଦନ ଔରସରୁ ଜନ୍ମିତ ହୋଇଥିଲେ । ପ୍ରଥମ କରି ୨୦୧୬ ମସିହା ଏପ୍ରିଲ ୧୪ ତାରିଖରେ ନନ୍ଦନ ଔରସରୁ ଜନ୍ମିତ ହୋଇଥିଲେ ବାହୁବଲୀ ଏବଂ କୁନ୍ଦନ ନାମକ ୨ ଅଣ୍ଡିରା ଛୁଆ । ପରବର୍ତ୍ତୀ ସମୟରେ ୭ଟି ଛୁଆ ନନ୍ଦନ ଔରସରୁ ଜନ୍ମିଥିଲେ।

ରୋଗ ଏବଂ ଚିକିତ୍ସାର: ନନ୍ଦନର ପଛ ଅଙ୍ଗରେ ୨୦୨୩ ମସିହା ଡିସେମ୍ବର ୬ ତାରିଖରେ ଅନେକ ଅସୁବିଧା ଦେଖାଯାଇଥିଲା । ଓୟୁଏଟିର ଏକ ଟିମ୍ ନିରନ୍ତର ଭାବରେ ଚିକିତ୍ସା କରିଆସୁଥିଲେ । ଡାକ୍ତରୀ ଦଳ ମଧ୍ୟ ଅନେକ ବାର ପରୀକ୍ଷା କରୁଥିଲେ । ତେବେ ୨୦୨୪ ଫେବୃଆରୀ ୩ ତାରିଖରେ ଅସ୍ଥିର କାରଣରୁ ଏକ୍ସ-ରେ ଚିତ୍ର ଉଠାଯାଇଥିଲା । ଦେଖାଯାଇଥିଲା ଯେ, ବିଭିନ୍ନ ଅଙ୍ଗ ଏବଂ ମେରୁଦଣ୍ଡ କିଛି ଅଂଶରେ ପାରାଲିସିସ ହୋଇପଡ଼ିଥିଲା ଜଣାପଡିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.