ETV Bharat / state

ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବ ASI, ଆବଶ୍ୟକ ପଡିଲେ ହୋଇପାରେ ଲେଜର ସ୍କାନିଂ - ASI To Inspect Ratna Bhandar

author img

By ETV Bharat Odisha Team

Published : Jul 22, 2024, 8:59 PM IST

ASI To Inspect Ratna Bhandar: ରତ୍ନଭଣ୍ଡାର ସ୍ଥିତି କେବେ ଯାଞ୍ଚ ହେବ ଓ ଭିତର ଭଣ୍ଡର ମରାମତି କେବେ ହେବ ? ସେନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ପୂରା ଖବର ପଢନ୍ତୁ ।

ASI To Inspect Ratna Bhandar
ASI To Inspect Ratna Bhandar (ETV Bharat Odisha)

ଭୁବନେଶ୍ବର: ରତ୍ନଭଣ୍ଡାର ନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ । ଦିନେ ଦୁଇ ଦିନ ଭିତରେ ରତ୍ନଭଣ୍ଡାର ସ୍ଥିତି ASI ଯାଞ୍ଚ କରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଏହାପରେ ଭିତର ଭଣ୍ଡାର ମରାମତି ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଦିନେ ଦୁଇଦିନ ମଧ୍ୟରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବ ASI । ଯାଞ୍ଚ କଲା ପରେ ଭିତର ଭଣ୍ଡାର ମରାମତି ନେଇ ନିଷ୍ପତ୍ତି ନିଆଯିବ । ଲେଜର ସ୍କାନିଂ ହେବ କି ନାହିଁ ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ । ଏନେଇ SOP ପ୍ରସ୍ତୁତ ସରିଛି ।"

କେବେ ଖୋଲିଥିଲା ରତ୍ନଭଣ୍ଡାର?

ଜୁଲାଇ ୧୪ ତାରିଖରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବାଧୀନ 11ଜଣିଆ ଉଚ୍ଚସ୍ତରୀୟ କମିଟି ତତ୍ତ୍ବାବଧାନରେ ଦୀର୍ଘ 46 ବର୍ଷ ପରେ ‘ରତ୍ନଭଣ୍ଡାର’ ଖୋଲାଯାଇଛି । ବାହାର ଭଣ୍ଡାରରୁ ରତ୍ନ ଅଳଙ୍କାର ବାହାର କରାଯାଇ ଶ୍ରୀମନ୍ଦିର ଭିତର ବେଢାରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ କରାଯିବା ପରେ ଏହାକୁ ପୁନଃ ସିଲ୍‌ କରାଯାଇଛି ।

କେଉଁଠି ଅଛି ରତ୍ନ ଅଳଙ୍କାର ?

ଜୁଲାଇ ୧୮ରେ ଆଉ ଥରେ ଖୋଲିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଶୁଭବେଳା ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଭିତର ଭଣ୍ଡାର ଖୋଲାଯାଇଥିଲା । ଏହା ପରେ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି । ନୂଆ ସିନ୍ଦୁକରେ ରହିଛି ଅଳଙ୍କାର । ଭିତର ରତ୍ନ ଭଣ୍ଡାରର ଅଳଙ୍କାରକୁ ଶ୍ରୀମନ୍ଦିର ଭିତରେ ଖଟଶେଯ ଗୃହରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି ।

ଏହା ବି ପଢନ୍ତୁ...ଜଗନ୍ନାଥ ସେନାକୁ ଘାରିଲା ରତ୍ନ ଲୁଟ ହେବା ଭୟ, ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଭେଟି କଲା ଏମିତି ଦାବି - RATNA BHANDAR ORNAMENTS COUNTING

କେବେ କରାଯିବ ଗଣତି ?

ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି ପ୍ରସଙ୍ଗରେ ପୂର୍ବରୁ ପ୍ରତିକ୍ରିୟା ରଖିଥିଲେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ସେ କହିଥିଲେ, "SOPରେ ଥିବା ଦୁଇଟି କାର୍ଯ୍ୟ ଶେଷ ହୋଇଛି । ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ସ୍ଥାନାନ୍ତର ସରିଛି । ଏବେ ତୃତୀୟ କାର୍ଯ୍ୟ ମଣତି ଓ ଗଣତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।"

ତୁରନ୍ତ ରତ୍ନଗଣତି ଦାବି:

ରତ୍ନଭଣ୍ଡାର ଖୋଲାଯିବା ପରେ ଏହା ଭିତରେ ଥିବା ରତ୍ନ ଅଳଙ୍କାରକୁ ମଧ୍ୟ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଛି । ରତ୍ନ ଅଳଙ୍କାର ଗଣତିରେ ବିଳମ୍ବ କରାଯାଉଥିବାରୁ ଜଗନ୍ନାଥ ସେନା ପକ୍ଷରୁ ବିରୋଧ କରାଯାଇଛି । ରାଜ୍ୟ ସରକାର ରତ୍ନ ଅଳଙ୍କାର ଗଣତି କରି ସାର୍ବଜନୀନ କରିବାକୁ ଦାବି କରିଛି ଜଗନ୍ନାଥ ସେନା । ଏହାସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ 4 ଦଫା ସମ୍ବଳିତ ଏକ ଦାବିପତ୍ର ଜଗନ୍ନାଥ ସେନା ପକ୍ଷରୁ ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.