ETV Bharat / state

କୋଲ୍‌ ୱାସେରୀ ମାଲିକାନାକୁ ନେଇ ଗୋଷ୍ଠୀ ସଂଘର୍ଷ: ଫୁଟିଲା ଶତାଧିକ ଗୁଳି, ୧୫ ଅଟକ - Coal Washery Dispute - COAL WASHERY DISPUTE

Coal Washery Dispute: କୋଲ୍‌ ୱାସେରୀ ମାଲିକାନାକୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଗୁଳିକାଣ୍ଡ ସହ ବୋମାମାଡ଼ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Coal Washery Dispute
Coal Washery Dispute (ETV Bharat Odisha)
author img

By ETV Bharat Odisha Team

Published : Jul 5, 2024, 8:19 PM IST

ରାଉରକେଲା: ହେମଗିରିରେ ବଡ଼ ଧରଣର ଗୁଳିକାଣ୍ଡ । ଏହାସହ ବୋମାମାଡ଼ ହୋଇଥିବା ନେଇ ସୂଚନା ରହିଛି । ହେମଗିରି ଅଞ୍ଚଳରେ ବର୍ତ୍ତମାନ ଚାପା ଉତ୍ତେଜନା ଦେଖାଦେଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଗ୍ୟାଙ୍ଗ ୱାର ଦେଖିବାକୁ ମିଳିଛି । ବ୍ୟାପକ ଗୁଳିଚାଳନା ସହ ବ୍ୟାପକ ବୋମାମାଡ଼ ହୋଇଛି । ସୂଚନା ଅନୁସାରେ, ଗତକାଲି (ଗୁରୁବାର) ରାତିରେ ହେମଗିରି ଥାନା ଗର୍ଜନବାହାଲ ଅଞ୍ଚଳରେ କୋଲ୍‌ ୱାସେରି ମାଲିକାନାକୁ ନେଇ ଗଣ୍ଡଗୋଳ ହୋଇଥିଲା । ସୀମାନ୍ତ ଛତିଶଗଡ଼, ରାଇଘର ଓ ସୁନ୍ଦରଗଡ଼ର ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ସହ ଖଣ୍ଡା ବୁଲିଥିଲା । ଏହାସହ ବହୁ ରାଉଣ୍ଡ ଗୁଳିଚାଳନା ହୋଇଥିବା ସୂଚନା ମିଳିଛି । ଏପରିକି କୋଲ ୱାସେରୀ ପ୍ଲାଣ୍ଟରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି । ଘଣ୍ଟାଏ ଧରି ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ ଓ ଗୁଳିଚାଳନା କରିବାରୁ ଅନେକ ଯୁବକ ଆହତ ଏବଂ ଗୁରୁତର ମଧ୍ୟ ହୋଇଛନ୍ତି ।

ସୂଚନା ଅନୁସାରେ, ପ୍ରାୟ ୧୦ ରୁ ୧୨ ଆହତଙ୍କୁ ଛତିଶଗଡ଼ ରାଇଘର ଡାକ୍ତରଖାନ‌ା ନିଆଯାଇଛି । ଜଣକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା‌ରେ ଭର୍ତ୍ତି କରାଯାଇଛି । ସେ ହେଉଛନ୍ତି ଭବାନୀପୁରର ମଣ୍ଟୁ ତୋଲାନି (୩୭) । ସୂଚନା ମୁତାବକ, କୋଲ୍‌ ୱାସେରୀର ମାଲିକାନାକୁ ନେଇ ବହୁ ବର୍ଷ ଧରି ରାଇଘରର ଦୁଇ ମାଲିକଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିଲା । ଜଣେ ମାଲିକ କୋଲ୍‌ ୱାସେରୀରେ ତାଲା ପକାଇ ଦେଇଥିବାବେଳେ ଅନ୍ୟ ଜଣେ ଏହାକୁ ଖୋଲିବାକୁ ଉଦ୍ୟମ କରିଥି‌ଲେ । ଗୁରୁବାର ରାତିରେ ଦୁଇ ଗୋଷ୍ଠୀ ୱାସେରୀରେ ସାମ୍ନାସାମ୍ନି ହୋଇଥିଲେ । କଥା କଟାକଟି, ପାଟିତୁଣ୍ଡରୁ ମାରପିଟ୍ ଆଡ଼କୁ କଥା ଯାଇଥିଲା । ଲୁହା ରଡ୍‌, ବାଡ଼ି‌ରେ ଆକ୍ରମଣ ସହ ବହୁ ମାତ୍ରାରେ ଗୁଳିଚାଳନା, ବୋମା ମାଡ଼ ଓ ଅଫିସ ଭଙ୍ଗାରୁଜା ଆଦି ହୋଇଥିଲା ।

ଏହା ବି ପଢନ୍ତୁ...ଦିଲ୍ଲୀ ରେଷ୍ଟୁରାଣ୍ଟରେ ଦୁବୃର୍ତ୍ତଙ୍କ ଗୁଳିକାଣ୍ଡ, ଜଣେ ମୃତ - Rajouri Garden Firing

ମାରପିଟରେ ସାମିଲ ସୁନ୍ଦରଗଡ଼ର କିଛି ଯୁବକଙ୍କ ମଧ୍ୟ‌ରୁ କେତେ ଜଣ ଆହତ ହୋଇଥିବାବେଳେ ଜଣକୁ ଅପହରଣ କରି ରାଇଘର ନିଆଯାଇଥିବା କୁହାଯାଉଛି । ଖବର ପାଇ ସୁନ୍ଦରଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ହିମାଂଶୁ ବେହେରାଙ୍କ ନେତୃତ୍ବରେ ପୋଲିସ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ନେଇଛନ୍ତି । ତେବେ ଏହି ଘଟଣାର ତଦନ୍ତ ପାଇଁ ପୋଲିସର ଏକ ଟିମ୍‌ ରାଇଘର ଯାଇ ଘଟଣାର ତନାଘନା କରୁଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ରହିଛି । ଏହି ଘଟଣାରେ ୧୫ ଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ଇଟିଭି ଭାରତ,ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.