ETV Bharat / state

ଅସ୍ତ୍ରୋପଚାର ପରେ ଦୃଷ୍ଟି ଶକ୍ତି ହରାଇଲେ ୧୩ ଜଣ, ହସ୍ପିଟାଲକୁ ସିଲ୍ କଲା ପ୍ରଶାସନ - LOSE EYE VISION

author img

By ETV Bharat Odisha Team

Published : Jun 27, 2024, 11:06 PM IST

13 PERSONS LOSE EYE VISION: ଅନୁଗୋଳର ଏକ ଘରୋଇ ଆଇ ହସ୍ପିଟାଲରେ କିଛି ବ୍ୟକ୍ତି ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପରେ ଦୃଷ୍ଟି ଶକ୍ତି ହରାଇଥିବା ଅଭିଯୋଗ ହୋଇଛି । ଉକ୍ତ ହସ୍ପିଟାଲକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

13 PERSONS LOSE EYE VISION
13 PERSONS LOSE EYE VISION (ETV Bharat Odisha)

ଅନୁଗୋଳ: ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଗଲା ଦୃଷ୍ଟି ଶକ୍ତି । ଅସ୍ତ୍ରୋପଚାର ପରେ ଆଉ ଦେଖିପାରୁ ନାହାନ୍ତି କିଛି ବ୍ୟକ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଏକ ଘରୋଇ ଆଖି ହସ୍ପିଟାଲରେ । ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପରେ ଦୃଷ୍ଟି ଶକ୍ତି ହରାଇଛନ୍ତି 13 ଜଣ ବ୍ୟକ୍ତି । ଏହି ଘଟଣା ପ୍ରଘଟ ହେବା ପରେ ପ୍ରଶାସନ ନିଜ ଆଡୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉକ୍ତ ଆଇ ହସ୍ପିଟାଲ ସିଲ୍ କରିିଛି ଜିଲ୍ଲା ପ୍ରଶାସନ ।

ଅନୁଗୋଳ ବ୍ଲକ ଇଙ୍କର ବନ୍ଦ ଗାଁର ଗୋପାଳ ଚନ୍ଦ୍ର ସାହୁ । ଯିଏ କି ଗତ 20 ତାରିଖରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପରେ ଆଉ ଗୋଟିଏ ଆଖିରେ ଦେଖି ପାରୁ ନାହାନ୍ତି । ଅନୁଗୋଳ ସହର ଅମଲା ପଡ଼ାରେ ଥିବା ପ୍ରଧାନ ଆଇ କେୟାର ହସ୍ପିଟାଲରେ ଘଟିଛି ଏହି ଘଟଣା । ଡାକ୍ତରଙ୍କ ଖାମଖିଆଲ ନୀତି ପାଇଁ ଏବେ ରୋଗୀ ହେଉଛନ୍ତି ହନ୍ତସନ୍ତ । ଅନ୍ୟ କେହି କେହି ମଧ୍ୟ ଦୃଷ୍ଟି ଶକ୍ତି ହରାଇ ଥିବା ଅଭିଯୋଗ ହୋଇଛି । ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପରେ ଆଖିରେ ସଂକ୍ରମଣ କାରଣରୁ ଦୃଷ୍ଟି ଶକ୍ତି ହରାଇଛନ୍ତି ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରିଥିବା ରୋଗୀ । ଯାହାର ପରିଣାମ ଭୋଗୁଛନ୍ତି 13 ଜଣ ନିରହ ବ୍ୟକ୍ତି । ଆଗକୁ ତାଙ୍କର ଦୃଷ୍ଟି ଶକ୍ତି ଫେରିବ କି ନାହିଁ ତାହା ସନ୍ଦେହ । କେବଳ ଗୋପାଳ ଏକା ନୁହଁନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୩ ବ୍ୟକ୍ତି ସମାନ ଦଶା ଭୋଗୁଛନ୍ତି ।
ଏହା ମଧ୍ୟ ପଢନ୍ତୁ ....ପୋଲିସ ପଞ୍ଝାରେ ନକଲି ଡ଼ାକ୍ତର, ସରକାରୀ ହସ୍ପିଟାଲରେ ଡୁପ୍ଲିକେଟ୍ ସାର୍ଟିଫିକେଟ ଦେଇ କରୁଥିଲା ଚାକିରି - fake doctor arrested

ସେପଟେ ଘଟଣାକୁ ଚପାଇବା ପାଇଁ ଅସ୍ତ୍ରୋପଚାର କରିଥିବା ଡାକ୍ତର ବିଶ୍ଵଜିତ ଦେ ଓ ତାଙ୍କ ସହଯୋଗୀ ଡାକ୍ତର ଚନ୍ଦ୍ର ଶେଖର ପ୍ରଧାନ ଯେ କି ଏହି ଆଇ କେୟାର ସେଣ୍ଟର ଚଳାଉଛନ୍ତି । ସେମାନେ ସମସ୍ତ ରୋଗୀଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଇ ଚିକିତ୍ସା କରାଉଛନ୍ତି । ସେଠେରେ ଚିକିତ୍ସା କରୁଥିବା ଡାକ୍ତର ଆଖିରେ ସଂକ୍ରମଣ କରାଣରୁ ରୋଗୀମାନେ ଦେଖି ପାରୁ ନଥିବା କହିବା ସହ ଏହା ଏକ ସାଂଘାତିକ ତ୍ରୁଟି ବୋଲି କହିଛନ୍ତି । ତେବେ ଏହି ଘଟଣା ପରେ ପ୍ରଶାସନ ତଦନ୍ତ ଆରମ୍ଭ କରିଛି । ପ୍ରଥମେ ଆଇ କେୟାରକୁ ସିଲ କରିବା ସହ ଏକ ସ୍ୱତନ୍ତ୍ର କମିଟି କରାଯାଇ ,ଏହାର ତଦନ୍ତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.