ETV Bharat / state

NAC ମାନ୍ୟତା ଦାବିରେ 12 ଘଣ୍ଟିଆ କୁଜଙ୍ଗ ବନ୍ଦ

Kujang Bandh:କୁଜଙ୍ଗକୁ ସରକାର ଅବହେଳା କରୁଥିବା ଅଭିଯୋଗ । NAC ମାନ୍ୟତା ପାଇଁ 12 ଘଣ୍ଟିଆ ବନ୍ଦ ପାଳନ । ନିର୍ବାଚନ ପୂର୍ବରୁ ଏନ୍ଏସି ମାନ୍ୟତା ପ୍ରଦାନ ନ କରାଯାଏ । ତେବେ ଭୋଟ୍ ବର୍ଜନ କରିବା ପାଇଁ ଧମକ ଦେଇଛନ୍ତି କୁଜଙ୍ଗବାସୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 2, 2024, 6:25 PM IST

NAC ମାନ୍ୟତା ଦାବିରେ 12 ଘଣ୍ଟିଆ କୁଜଙ୍ଗ ବନ୍ଦ
NAC ମାନ୍ୟତା ଦାବିରେ 12 ଘଣ୍ଟିଆ କୁଜଙ୍ଗ ବନ୍ଦ
NAC ମାନ୍ୟତା ଦାବିରେ 12 ଘଣ୍ଟିଆ କୁଜଙ୍ଗ ବନ୍ଦ

ଜଗତସିଂହପୁର: ଜୋର ଧରିଲା NAC ମାନ୍ୟତା ଦାବି । ଜଗତସିଂହପୁର ଜିଲ୍ଲା କୁଜଙ୍ଗକୁ NAC ମାନ୍ୟତା ଦାବିରେ ଆଜି 12 ଘଣ୍ଟିଆ ବନ୍ଦ ପାଳନ ହୋଇଛି । ଆଜି (ଶନିବାର) ଦିନ କୁଜଙ୍ଗ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି । କୁଜଙ୍ଗକୁ NAC ମାନ୍ୟତା ଦେବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗ ହୋଇଛି ।

ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଞ୍ଚଳରେ ଆଜି 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । କୁଜଙ୍ଗ ସୁରକ୍ଷା ମଞ୍ଚ ପକ୍ଷରୁ ଅଭିଯୋଗ କରିଛି ଯେ, କୁଜଙ୍ଗ ଅଞ୍ଚଳ ଏକ ସମ୍ବେଦନଶୀଳ ସ୍ଥାନ ଭାବରେ ବେଶ ଜଣାଶୁଣା । ଏହି ତହସିଲ ଅଧିନରେ ପୂର୍ବ ଭାରତର ସର୍ବ ବୃହତ ବନ୍ଦର ଭାବେ ପାରାଦ୍ୱୀପ ପୋର୍ଟ ରହିଛି ।ଏବଂ ବହୁ ଶିଳ୍ପ କାରଖାନା ରହିଛି । ସେହିପରି ଏଠାରେ ସବଜେଲ, ଓ ସବ କୋର୍ଟ ମଧ୍ୟ ରହିଛି । କୁଜଙ୍ଗ ଉପରେ ପାରାଦ୍ୱୀପ ସମେତ ଏରସମା ଅଞ୍ଚଳର ଲୋକମାନେ ମଧ୍ୟ ନିର୍ଭର କରନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଲା ରାଜ୍ୟ ସରକାର ସମଗ୍ର ରାଜ୍ୟରେ 35ଟି ଅଞ୍ଚଳକୁ NAC ମାନ୍ୟତା ପ୍ରଦାନ କରିଥିବା ବେଳେ କ'ଣ ପାଇଁ କୁଜଙ୍ଗକୁ NACରେ ସାମିଲ କରାଗଲା ନାହିଁ । ତାହାକୁ ନେଇ ପ୍ରଶ୍ନ କରିଛନ୍ତି । ଆଜି କୁଜଙ୍ଗରେ ଦୋକାନ ବଜାର ସମେତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ।

ପୂର୍ବରୁ ବିଭିନ୍ନ ସଂଗଠନ କୁଜଙ୍ଗକୁ NAC ମାନ୍ୟତା ପ୍ରଦାନ କରିବା ପାଇଁ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ନିକଟରେ ଦାବି ଜଣାଇଥିଲେ । ଏପରିକି ଟି ଅଧ୍ୟକ୍ଷ ଯେତେବେଳେ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସିଥିଲେ, ସେହି ସମୟରେ ମଧ୍ୟ ତାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ପରିତାପର ବିଷୟ ରାଜ୍ୟ ସରକାର କ'ଣ ପାଇଁ କୁଜଙ୍ଗ ଭଳି ଏକ ସ୍ଥାନକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ କରିବାକୁ କୁଣ୍ଠା ବୋଧ କରୁଛନ୍ତି ବୋଲି ଆନ୍ଦୋଳନକାରୀ ମାନେ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....NAC ଦାବିରେ 12 ଘଣ୍ଟିଆ ମନମୁଣ୍ଡା ବନ୍ଦ, ଜନଜୀବନ ପ୍ରଭାବିତ

ଆନ୍ଦୋଳନକାରୀ ମାନେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ଏଥିପ୍ରତି ପୁନର୍ବିଚାର କରିବାର ଆବଶ୍ୟକତା ରହିଛି । ଯେ ପର୍ଯ୍ୟନ୍ତ ସରକାର କୁଜଙ୍ଗକୁ NAC ମାନ୍ୟତା ପ୍ରଦାନ ନ କରିଛନ୍ତି । ସେ ପର୍ଯ୍ୟନ୍ତ କୁଜଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପେକେଟିଂ କରାଯିବା ସହିତ ଆନ୍ଦୋଳନ ଜାରି ରହିବ । ଯଦି ସାଧାରଣ ନିର୍ବାଚନ ପୂର୍ବରୁ ଏନ୍ଏସି ମାନ୍ୟତା ପ୍ରଦାନ ନ କରାଯାଏ । ତେବେ କୁଜଙ୍ଗବାସୀ ଭୋଟ୍ ବର୍ଜନ କରିବେ ବୋଲି ଧମକ ଦେଇଛନ୍ତି ।

ଇଟିଭି ଭାରତ ,ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.