ETV Bharat / state

NAC ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟରେ ଅସନ୍ତୋଷ, ବିକାଶ ମଞ୍ଚର କେସିଙ୍ଗା ବନ୍ଦ - 12 Hours Bandh In Kesinga

Kesinga Bandh: କେସିଙ୍ଗା ଏନଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ ଡାକରା । ଅଧିକ ପଢନ୍ତୁ,

ଏନଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଆଜି ୧୨ଘଣ୍ଟିଆ କେସିଙ୍ଗା ବନ୍ଦ

author img

By ETV Bharat Odisha Team

Published : Jan 31, 2024, 2:01 PM IST

ଏନଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଆଜି ୧୨ଘଣ୍ଟିଆ କେସିଙ୍ଗା ବନ୍ଦ

କଳାହାଣ୍ଡି: ଆଜି ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ । ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ ଶାସନ ପ୍ରତିବାଦରେ ଆଜି କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଫଳରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସମ୍ପର୍ଣ୍ଣ ଯାତାୟତ ମଧ୍ୟ ଠପ୍ ରହିଛି । ସେପଟେ ଏହି ବନ୍ଦ ଡାକରାକୁ ସମସ୍ତ ରାଜନୈତିକ ଓ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି ।

ବିଗତ ଦୁଇଦିନ ଧରି ଏନଏସି ଅଫିସ୍ ସମ୍ମୁଖରେ ଗଣଧାରାଣା ଦିଆଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କର୍ଣ୍ଣପାତ ନ କରିବାରୁ ଶେଷରେ ଆଜି ରାଜରାସ୍ତାକୁ ଓହ୍ଲାଇ ବନ୍ଦ ଡାକରା ଦେଇଛନ୍ତି କେସିଙ୍ଗାବାସୀ । କେସିଙ୍ଗା ଏନଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବି ହୋଇଛି । ଯଦି ଏନଏସି ନିର୍ବାହୀ ଅଧିକାରୀଙ୍କୁ ବଦଳି ନ କରାଯାଏ, ତେବେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ଏବଂ ଏଥିପାଇଂ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଆନ୍ଦୋଳନକାରୀଙ୍କ ଅଭିଯୋଗ, " ନିର୍ବାହୀ ଅଧିକାରୀ ମନମୁଖି ନୀତି, ସ୍ୱେଚ୍ଛାଚାରୀ ଶାସନ ଚଳାଇବା ସହ ଲୋକଙ୍କୁ ଦୁଃବ୍ୟବହାର କରୁଛନ୍ତି । ଲୋକେ ଅଭିଯୋଗ କରିବାକୁ ଆସିଲେ ସେ ଶୁଣନ୍ତି ନାହିଁ । ଲୋକଙ୍କ ଫୋନ୍ ବ୍ଲକ କରିଦିଅନ୍ତି । ଏମିତି କି କାଉନସିଲରଙ୍କୁ ବି ସେ ଦୁଃବ୍ୟବହାର କରିବାକୁ ପଛାନ୍ତି ନାହିଁ । ଗତ କିଛି ଦିନ ତଳେ କାଉନସିଲ୍ ମିଟିଂ ସମୟରେ ମଧ୍ୟ କୌଣସି ନିର୍ବାଚିତ ପ୍ରତିନିଧିଙ୍କ କଥା କୁ ନ ଶୁଣି ଓଲଟା ଝଗଡ଼ା କରିଥିଲେ । ଯାହା ଫଳରେ ସମସ୍ତ କାଉନସିଲର ମିଟିଂରୁ ଚାଲି ଯାଇଥିଲେ ।" ଏନେଇ ଅନେକ ଥର ଜନସାଧାରଣ ଓ କାଉନସିଲର ଜିଲ୍ଲାପାଳ ଓ ନଗର ଉନ୍ନୟନ ବିଭାଗ ନିକଟରେ ଅଭିଯୋଗ କରି ଆସିଛନ୍ତି ଲୋକେ ।

ଏହା ମଧ୍ୟ ପଢନ୍ତୁ: ବିଜେପିର ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ, ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ବିଳମ୍ବ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଏପରିକି ଗତ ଦୁଇ ଦିନ ହେଲା କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ହେଲେ ଜିଲ୍ଲା ପ୍ରଶାସନ ଏହାର କୌଣସି ସମାଧାନ କରିନଥିବାରୁ ଆଜି ଆନ୍ଦୋଳନ ତୀବ୍ର ହୋଇଛି । ଫଳରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଆଜି ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ ଡାକରା ଦିଆଯାଇଛି । ଏହି ଡାକରାକୁ ସମସ୍ତ ରାଜନୈତିକ ଓ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି । ଏଥିସହ ଲୋକେ ସ୍ବଇଚ୍ଛାରେେ ସମସ୍ତ ଦୋକାନ ବଜାର ବନ୍ଦ ରଖି ଏହାକୁ ସମର୍ଥନ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.