ETV Bharat / state

NAC ଦାବିରେ ତେଜୁଛି ଅସନ୍ତୋଷ, 12 ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ

Balangir Bangomunda Bandh: NAC ମାନ୍ୟତା ନମିଳିବାରୁ ତେଜିଛି ଜନ ଅସନ୍ତୋଷ । ଆଜି 12 ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡ଼ାକରା ଦେଇଛନ୍ତି ଅଞ୍ଚଳବାସୀ । ଅଧିକ ପଢ଼ନ୍ତୁ,

12 ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡାକରା
12 ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡାକରା
author img

By ETV Bharat Odisha Team

Published : Feb 27, 2024, 2:52 PM IST

Updated : Feb 27, 2024, 4:33 PM IST

NAC ଦାବିରେ ତେଜୁଛି ଅସନ୍ତୋଷ, 12 ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ

ବଲାଙ୍ଗୀର: NAC ମାନ୍ୟତା ନମିଳିବାରୁ ତେଜିଛି ଜନ ଅସନ୍ତୋଷ । ରାଜ୍ୟ ସରାକାର 35ଟି ନୂଆ ଏନଏସି ଘୋଷଣା କରିଛନ୍ତି । କିନ୍ତୁ ବଲାୀଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାକୁ ବହୁଦିନ ଧରି ଏନଏସି ମାନ୍ୟତା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ଏହାକୁ ଏନଏସି ମାନ୍ୟତା ମିଳିନଥିବାରୁ ବିକ୍ଷୋଭ ପ୍ରଦର୍ଶନ ସହ ଆଜି 12 ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡ଼ାକରା ଦେଇଛନ୍ତି ବଙ୍ଗୋମୁଣ୍ଡାବାସୀ । ବନ୍ଦ ଡାକରା ପ୍ରଭାବରେ ଯାତାୟତଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି ।

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାକୁ ଏନଏସି ଦାବି ନେଇ ଆଜି 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଯେଉଁଥିରେ ଦୋକାନ ବଜାର ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ଥିବା ବେଳେ ଲୋକ ଓ ବିଭିନ୍ନ ସଙ୍ଗଠନ ରାଜା ରାସ୍ତାରେ ଧାରଣା ଦେଇଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାର ଦୁଇଟି ବ୍ଲକକୁ ଏନ୍ଏସି ଘୋଷଣା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ପୂର୍ବରୁ ଏନ୍ଏସି ମାନ୍ୟତା ନେଇ ସମାନ୍ତରାଳ ଭାବେ ବଲାଙ୍ଗୀରର ଲୋଇସିଂହା ଓ ବଙ୍ଗୋମୁଣ୍ଡାରେ ଦାବି ହୋଇ ଆସୁଥିଲା । ହେଲେ ଏହି ଦୁଇ ବ୍ଲକ ଏନଏସି ମାନ୍ୟତାରୁ ବାଦ୍ ପଡ଼ିଥିବା ବେଳେ ଏଠିକାର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏହାକୁ ନେଇ ଲୋଇସିଂହାବାସୀ ଗତକାଲି (ସୋମବାର) ଲୋଇସିଂହା ବନ୍ଦ କରି ପ୍ରତିବାଦ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଜୋର ଧରିଲା ଏନଏସି ମାନ୍ୟତା ଦାବି, ୨୮ରେ ବୋଲଗଡ଼ ବନ୍ଦ

ସେହିପରି ଆଜି ବଲାଙ୍ଗୀର ବଙ୍ଗୋମୁଣ୍ଡାବାସୀ ବଙ୍ଗୋମୁଣ୍ଡାକୁ 12 ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ଲୋକ ତଥା ବିଭିନ୍ନ ସଂଗଠନ ରାଜା ରାସ୍ତାରେ ଆନ୍ଦୋଳନ କରୁଛନ୍ତି । ସେମାନଙ୍କର ଏହି ବନ୍ଦ ଡାକରାରେ ବଙ୍ଗୋମୁଣ୍ଡାରେ ଆଜି ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏବଂ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସାଧାରଣ ଜୀବନଯାପନ ଠପ୍ ହୋଇଯାଇଛି । ତେବେ ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, ବଙ୍ଗୋମୁଣ୍ଡାକୁ ଏନ୍ଏସି ଦାବି ନେଇ ଦୀର୍ଘ ଦିନରୁ ଆନ୍ଦୋଳନ ହୋଇ ଆସିଛି । ଏପରିକି ସରକାର ପ୍ରତିଶ୍ରୁତି ଦେବା ସହ 20 ଏନ୍ଏସି ଦାବି ମଧ୍ୟରେ ଏହା ଅଛି ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ନିକଟରେ 35ଟି ନୂଆ ଏନ୍ଏସି ଘୋଷଣା ହୋଇଥିବା ବେଳେ ଏଥିରୁ ବଙ୍ଗୋମୁଣ୍ଡା ବାଦ୍ ପଡିବା ତାଙ୍କ ପ୍ରତି ପ୍ରତାରଣା ବୋଲି କହିଛନ୍ତି । ଯାହାକୁ ନେଇ ଆଜି ବଙ୍ଗୋମୁଣ୍ଡାବାସୀ ଆନ୍ଦୋଳନ କରୁଥିବା ବେଳେ ଦାବି ପୁରଣ ନହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ବଙ୍ଗୋମୁଣ୍ଡାବାସୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Feb 27, 2024, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.