ETV Bharat / state

ତେଜୁଛି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି, ନବରଙ୍ଗପୁର-କୋରାପୁଟ ବନ୍ଦ - demand district based recruitment - DEMAND DISTRICT BASED RECRUITMENT

ଅବିଭକ୍ତ କୋରାପୁଟ ଜିଲ୍ଲାରେ ତେଜୁଛି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି । ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବି ।

ତେଜୁଛି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି , ନବରଙ୍ଗପୁର-କୋରାପୁଟ ବନ୍ଦ
ତେଜୁଛି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି , ନବରଙ୍ଗପୁର-କୋରାପୁଟ ବନ୍ଦ (ETV Bharat Odisha)
author img

By ETV Bharat Odisha Team

Published : Oct 4, 2024, 7:41 PM IST

ନବରଙ୍ଗପୁର/କୋରାପୁଟ: ଦିନକୁ ଦିନ ଜୋର ଧରୁଛି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି । ନବରଙ୍ଗପୁର ଠାରୁ କୋରାପୁଟ ସବୁଠି ପ୍ରତିବାଦର ସ୍ବର । ଜିଲ୍ଲାରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ପଦବୀରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି କରିବା ଦାବିରେ ନବରଙ୍ଗପୁରରେ ୧୨ ଘଣ୍ଟା ବନ୍ଦ ପାଳନ କରାଯଉଛି ।

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି:

ତେଜୁଛି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି , ନବରଙ୍ଗପୁର-କୋରାପୁଟ ବନ୍ଦ
ତେଜୁଛି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି , ନବରଙ୍ଗପୁର-କୋରାପୁଟ ବନ୍ଦ (ETV Bharat Odisha)

ବିଗତ କିଛି ଦିନ ପୂର୍ବେ ଜିଲ୍ଲାରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇ ଏଗ୍ରିମେଣ୍ଟ ପେପର ପୈଠ କରିବା ସମୟରେ ନବରଙ୍ଗପୁରର ବିଭିନ୍ନ ସଙ୍ଗଠନ ତରଫରୁ ଏହାକୁ ବିରୋଧ କରି ମିଶନ ଶକ୍ତିର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାର୍ଥୀ ହିଁ ଏଗ୍ରିମେଣ୍ଟ ପେପର ଦାଖଲ କରିବା ପାଇଁ ଅନୁମତି ଦେଇଥିବା ବେଳେ ଅନ୍ୟ ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଭିତରକୁ ଛାଡି ନଥିଲେ । ଏହା ପର ଠାରୁ ଅବିଭକ୍ତ କୋରାପୁଟ ଜିଲ୍ଲା ସହ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଜିଲ୍ଲା ଭିତ୍ତିକ ନିଯୁକ୍ତି ସମ୍ପର୍କରେ ଆନ୍ଦୋଳନ ଜୋର ଧରିଥିଲା ।

ନବରଙ୍ଗପୁର ବନ୍ଦ:

ଆଜି (ଶୁକ୍ରବାର) ନବରଙ୍ଗପୁର ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ ଡାକରା ଦିଆଯାଇଥିଲା । ଏହି ଡାକରାରେ କଂଗ୍ରେସ ଓ ବିଜୁ ଜନତା ଦଳ ମଧ୍ୟ ସାମିଲ ହୋଇଛନ୍ତି । ସହରର ଚାଉଁରିଆଗୁଡା ଛକ ଓ ମାଝୀଗୁଡା ଛକ ସମେତ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିଲେ । ଫଳରେ ସହର ମଧ୍ୟ ଦେଇ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଔଷଧ ଦୋକାନ, ଆମ୍ବୁଲାନ୍ସ ଭଳି ଜରୁରୀ ସେବା ଯୋଗାଉଥିବା ସଂସ୍ଥା ଗୁଡିକୁ ବନ୍ଦରୁ ବାଦ ଦିଆଯାଇଥିବା ବେଳେ ଅନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଥିଲା ।

ଏହା ମଧ୍ୟ ପଢନ୍ତୁ ....ଦୁର୍ଗନ୍ଧରେ ନାକ ଫାଟୁଛି; କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ - Sanitation worker protest

ଏହା ମଧ୍ୟ ପଢନ୍ତୁ ....ଗାନ୍ଧୀ ଜୟନ୍ତୀରେ ରାସ୍ତାକୁ ଓହ୍ଲାଇଲେ ଗାନ୍ଧୀବାଦି ନେତା, କଲେ ମଦ ବିରୋଧୀ ଆନ୍ଦୋଳନ - DEMAND FOR LIQUOR BAN

ଏହା ମଧ୍ୟ ପଢନ୍ତୁ ....ସ୍କୁଲ ଅବ୍ୟବସ୍ଥା ଜଣାଇବାକୁ ୨୫ କିମି ଚାଲିଲେ ଛାତ୍ରୀ, ଜିଲ୍ଲାପାଳଙ୍କୁ ଜଣାଇଲେ ଦୁଃଖ - Tribal School Students Walk 25 Km

ଗଣଧାରଣା ପାଇଁ ଚେତାବନୀ:

ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ନିଯୁକ୍ତି ନପାଇ ନବରଙ୍ଗପୁର ଜିଲ୍ଲାର ପିଲା ବାହାର ଜିଲ୍ଲାକୁ ଦାଦନ ଖଟିବାକୁ ଯାଉଥିବା କହିଛନ୍ତି ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି । ଏଥିପାଇଁ କନିଷ୍ଠ ଶିକ୍ଷକ ପଦବୀ ଜିଲ୍ଲା ଭିତ୍ତିକ କରିବା, ପେଶା ଆଇନ ଲାଗୁ କରିବା ଏବଂ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀକୁ ଜିଲ୍ଲା ଭିତ୍ତିକ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ୫ ତାରିଖ ନବରଙ୍ଗପୁର ଜିଲ୍ଲାରେ କଳା ଦିବସ ପାଳନ କରିବା ସହ ଦାବି ପୂରଣ ନେହେଲେ 6, 7 ଓ 8 ତାରିଖ ତିନିଦିନ ଧରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯିବ ବୋଲି ଚେତାବନୀ ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି ।

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ କୋରାପୁଟ ବନ୍ଦ:

ଭିତ୍ତିକ ନିଯୁକ୍ତି ନେଇ ଆଜି କୋରାପୁଟ ଜିଲ୍ଲାରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l ମିଳିତ କ୍ରିୟାନୁଷ୍ଠାନ କମିଟି ଦେଇଥିବା 12 ଘଣ୍ଟିଆ ବନ୍ଦ ପାଳନକୁ କଂଗ୍ରେସ, ବିଜେଡି ସମେତ ବିଭିନ୍ନ ସଂଘ ସମର୍ଥନ କରିଥିବା ବେଳେ ବିଜେପି ନିଜକୁ ଏହି ଆନ୍ଦୋଳନରୁ ବାହାରେ ରଖିଛି । କୋରାପୁଟ ପିଲାଙ୍କୁ ନିଯୁକ୍ତି ଦାବିରେ 14 ଗୋଟି ବ୍ଲକରେ ଏହାର ପ୍ରଭାବ ଦେଖିବା ମିଳିଛି । ବନ୍ଦ ପ୍ରଭାବ ଯୋଗୁଁ ଦୋକାନ ବଜାର ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ଇଟିଭି ଭାରତ, ନବରଙ୍ଗପୁର/ କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.