ETV Bharat / state

ବାମ୍ଫିରୁ ୧୨ ଫୁଟିଆ ଅଜଗର ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ - 12 feet long Python rescued

author img

By ETV Bharat Odisha Team

Published : Apr 12, 2024, 9:31 PM IST

Python rescued: ୧୨ ଫୁଟିଆ ଅଜଗର ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନର ୪ ଜଣିଆ ଟିମ । କଟକ ଜିଲ୍ଲା ଖୁଣ୍ଟୁଣି ଅଞ୍ଚଳରେ ଥିବା ଏକ ବାମ୍ଫିରୁ ଉଦ୍ଧାର ହେଲା ଅଜଗର । ଅଧିକ ପଢ଼ନ୍ତୁ

Python rescued
Python rescued
Python rescued

ଭୁବନେଶ୍ବର/କଟକ: କଟକ ଜିଲ୍ଲା ଖୁଣ୍ଟୁଣି ଅଞ୍ଚଳରେ ଥିବା ଏକ ବାମ୍ଫିରୁ ୧୨ ଫୁଟିଆ ଅଜଗର ଉଦ୍ଧାର । ଅଜଗରକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନର ୪ ଜଣିଆ ଟିମ । ବନ ବିଭାଗର କର୍ମଚାରୀଙ୍କ ଉପସ୍ଥିତରେ ଉଦ୍ଧାର ଅଜଗରକୁ କପିଳାସ ଜଙ୍ଗଲରେ ଛାଡ଼ି ଦିଆଯାଇଛି ।

କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅଧୀନ ଗୋଡ଼ିସାହି ଗ୍ରାମ ପାଖରେ ଥିବା ବାମ୍ଫିରେ ଏକ ଅଜଗର ସାପ ଗଳିପଡିଥିଲା । ପ୍ରାୟ ତିନି ଦିନ ହେଲା ଅଜଗର ସାପ ସେଠାରେ ପଡି ରହିଥିଲା । ସ୍ଥାନୀୟ ଗ୍ରାମବାସୀ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ସାପ ଉଦ୍ଧାର କରିବା ବଦଳରେ କେବଳ ବାମ୍ଫି ନିକଟରୁ ବୁଲି ଫେରି ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ସ୍ଥାନୀୟ ଫରେଷ୍ଟର ସବିତା ରାଉତ ଆଜି ସକାଳୁ ୨୬ ଜଣ ବନ କର୍ମଚାରୀ ଓ ଜାଲ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଆଜି ଆଉ ଅଜଗର ସାପ ଦେଖା ଯାଉନଥିଲା । ତେଣୁ ବନ କର୍ମଚାରୀଙ୍କର ବୁଦ୍ଧି କାମ ଦେଇନଥିଲା । ଏହା ପରେ ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରାଯାଇଥିଲା । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କଠାରୁ ଖବର ପାଇ ଏକ ୪ ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ସାପ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ବାମ୍ଫି ଭିତରେ ପଥର ଓ ଇଟା ଯୋଡେଇ ପାଖରେ ଥିବା ଏକ ଖୋପ ଭିତରେ ଅଜଗର ପଶି ରହିଥିଲା । ଅଜଗରକୁ ସେଇ ଖୋପ ଭିତରେ ଦେଖିବା ପାଇଁ ପ୍ରଥମେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଲଳିତ ମୋହନ ପଣ୍ଡା ବାମ୍ଫି ଭିତରେ ପଶିଲେ । ସାପକୁ ଦେଖିବା ପରେ ସେ କେଞ୍ଚି ବାହାର କରିବା ପାଇଁ ଚେଷ୍ଟା କରିଥିଲେ । ସାପ ଲଳିତଙ୍କ ମୁହଁକୁ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ଥିଲା । ତେଣୁ ସେ ଶୁଭେନ୍ଦୁଙ୍କ ପରାମର୍ଶରେ ଫୁଲ ହେଲମେଟ ପିନ୍ଧି କାଚ ପକାଇଥିଲେ । ସାପକୁ ସେଇ ଖୋପ ଭିତରୁ ବାହାର କରିବାକୁ ଚେଷ୍ଟା କରିବାବେଳେ ସତକୁ ସତ ଅଜଗର ଆକ୍ରମଣ କରିଥିଲା । ହେଲମେଟ ଯୋଗୁଁ ଲଳିତ ରକ୍ଷା ପାଇଗଲେ ।

ଏହା ମଧ୍ୟ ପଢ଼ନ୍ତୁ...ସାପକୁ ଅସ୍ତ୍ର କରି ଅପରାଧ, ରୋକିବାକୁ ସରକାରୀ ଉଦ୍ୟମ ଲୋଡ଼ା; ଭିସେରା ସାମ୍ପୁଲ ସଂଗ୍ରହ ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଚିଠି

ସାପଟି ଏହାପରେ ମୁହଁକୁ ଖୋପ ଭିତରେ ଭର୍ତ୍ତି କରି ଲାଞ୍ଜକୁ ବାହାରକୁ ରଖିଲା । ଏହା ପରେ ସ୍ନେକ ହେଲ୍ପ୍‌ ଲାଇନର ଅନ୍ୟତମ ସଦସ୍ୟ ଅସିତ କୁମାର ପ୍ରଧାନ ବାମ୍ଫି ଭିତରକୁ ପଶିଥିଲେ । ଲଳିତ ସିଡିର ତଳେ ଠିଆ ହୋଇ ଅଜଗର ଲାଞ୍ଜକୁ ଧରିଥିଲେ । ଉପରେ ଠିଆ ହୋଇ ଅସିତ କିଛି ଇଟାକୁ ଖୋଳିବାକୁ ଲାଗିଲେ । ଅଜଗର ଅସିତଙ୍କୁ ଆକ୍ରମଣ କରିବାରୁ ପୁଣି ହେଲମେଟ ପିନ୍ଧିଥିବା ଲଳିତ ଉପରକୁ ଗଲେ । କିଛି ସମୟ ପରେ ଅଜଗର ବାହାରି ପଡ଼ିଥିଲା । ବାମ୍ଫି ତଳକୁ ଯାଇ ଅଜଗରକୁ ବ୍ୟାଗ ଭିତରେ ଭର୍ତ୍ତି କରିଥିଲେ । ବାମ୍ଫି ଉପରେ ଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅମିତ ସାହୁ ଏବଂ ସ୍ମୃତି ରଞ୍ଜନ ରାଉତ ସାପ ଭର୍ତ୍ତି ବ୍ୟାଗକୁ ରଶି ସାହାଯ୍ୟରେ ଉପରକୁ ଟେକି ଆଣିଥିଲେ ।

ଅଜଗରର ଲମ୍ବ ୧୨ ଫୁଟରୁ ଅଧିକ ରହିଛି । ଉଦ୍ଧାର ହୋଇଥିବା ଅଜଗରଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି । ତେଣୁ ସାପକୁ ନିକଟସ୍ଥ କପିଳାସ ଜଙ୍ଗଲରେ ଛାଡି ଦିଆଯାଇଛି । ବନ କର୍ମଚାରୀଙ୍କ ଉପସ୍ଥିତିରେ ସାପକୁ ଛାଡ଼ି ଦିଆଯାଇଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ଲଳିତ ମୋହନ ପଣ୍ଡା ।

ଇଟିଭି ଭାରତ, ଭୁବନେଶ୍ବର/କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.