ETV Bharat / state

ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ୧୦୬୧ ପିଜିଟି ପଦବୀ, ଜାଣନ୍ତୁ କେବେଠୁ କରିବେ ଆବେଦନ - Odisha PGT Recruitment

Odisha PGT Recruitment: ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୦୬୧ ସ୍ନାତକୋତ୍ତର ଶିକ୍ଷକ । ଏଥିପାଇଁ ମାର୍ଚ୍ଚ ୧୮ ତାରିଖରୁ ଆରମ୍ଭ ହେବ ଆବେଦନ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 16, 2024, 9:19 AM IST

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ଖାଲିଥିବା ପିଜିଟି ପଦବୀ । ୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ବା ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ (PGT) ପଦବୀ ପୂରଣ ନିମନ୍ତେ ଆବେଦନ ପତ୍ର ଆହ୍ବାନ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୪୮୮ ବର୍ଗ (୨) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ପାଇଁ ୨୩ ଗୋଟି ବିଭିନ୍ନ ବିଷୟରେ ୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ ନିମନ୍ତେ ରାଜ୍ୟ ପ୍ରବରଣ ମଣ୍ଡଳୀ (State Selection Board) ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଉଛି ।

ଉକ୍ତ ପଦବୀ ପାଇଁ ଦରମା ହାର ୪୪ ହଜାର ୯୦୦ ଟଙ୍କାରୁ ୧ ଲକ୍ଷ ୪୨ ହଜାର ୪୦୦ ରହିଛି, ଯାହାକି ଦରମା ପୁନଃ ନିର୍ଦ୍ଧାରଣ ନିୟମ ୨୦୧୭ର ଦରମା ସାରଣୀ ସ୍ତର ୧୦ ଓ ଶ୍ରେଣୀ ୧ର ଅନ୍ତର୍ଭୁକ୍ତ ଅଟେ । ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀମାନେ ଏସଏସବିର ଉପଲବ୍ଧ ୱେବସାଇଟ www.ssbodisha.ac.in ଲିଙ୍କ କରି ଅନଲାଇନ ମାଧ୍ୟମରେ ୧୮ ମାର୍ଚ୍ଚ ୨୦୨୪ ଅପରାହ୍ନ ୧ଟା ଠାରୁ ୧୮ ଏପ୍ରିଲ ୨୦୨୪ ରାତି ୧୧.୪୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । ସବିଶେଷ ବିବରଣୀ ପାଇଁ ଉପରୋକ୍ତ ୱେବସାଇଟକୁ ପରିଦର୍ଶନ କରିବାକୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ପୂର୍ଣ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଶିକ୍ଷକଙ୍କ ପାଇଁ ସୁବିଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ପୂର୍ବରୁ ବଢିଲା କନିଷ୍ଠ ଶିକ୍ଷକ ବେତନ, ମିଳିବ ମାସିକ 20 ହଜାର

ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (Junior Teacher) (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବିକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩ ହଜାର ୮୦୦ ପରିବର୍ତ୍ତେ ୨୦ ହଜାର ଟଙ୍କା କରିବା ପାଇଁ ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟରେ କାର୍ଯ୍ୟରତ ୧୨ ହଜାର ୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ । ଏଥିପାଇଁ ବାର୍ଷିକ ଅତିରିକ୍ତ ୯୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପୂରଣ ହେବ ଖାଲି ଥିବା ପଦବୀ, ନିୟୋଜିତ ହେବେ ୧୦ ହଜାର କନିଷ୍ଠ ଶିକ୍ଷକ

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.