ETV Bharat / state

ଅବକାରୀ ବିଭାଗ ଓ ଫ୍ଲାଇଙ୍ଗ ସ୍କ୍ବାର୍ଡକୁ ସଫଳତା, ଜବତ ହେଲା 104 ପେଟି ବିଅର - Liquor Seized in Cuttack

author img

By ETV Bharat Odisha Team

Published : May 10, 2024, 7:39 AM IST

Liquor Seized In Cuttack: କଟକ ଜିଲ୍ଲା ଏରକଣା ବଜାରରୁ ଜବତ ହେଲା ବିପୁଳ ପରିମାଣର ବିଅର । ଅବକାରୀ ଟିମ୍ ସାଲେପୁର ଓ ନିଶ୍ଚିନ୍ତ କୋଇଲି ଏରକଣା ବଜାରରୁ 104 ପେଟି ବିଅର ଜବତ କରିବା ସହ ଜଣଙ୍କୁ ଗିରଫ କରିଛନ୍ତି । ଅଧିକ ପଢ଼ନ୍ତୁ

Liquor Seized in Cuttack
Liquor Seized in Cuttack (ETV Bharat Odisha)

କଟକ: କଟକ ଜିଲ୍ଲା ଅବକାରୀ ବିଭାଗକୁ ସଫଳତା । ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ବାର୍ଡ ପକ୍ଷରୁ ସାଲେପୁର ଓ ନିଶ୍ଚିନ୍ତ କୋଇଲି ଅଞ୍ଚଳର ଏରକଣା ବଜାରଠାରେ ଏକ ଘର ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଅର ଜବତ ହୋଇଛି । ଘଟଣାରେ ନରସିଂହ ରାଓ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବିଭାଗ । ତେବେ ଏହି ବିଅର ଗୋଦାମରୁ ଆସି ସପିଂ କମ୍ପେକ୍ସ ଘରକୁ ଆସିଥିବା ସୂଚନା ମିଳିଛି । ଏକ ସାମ୍ମାଦିକ ସମ୍ମିଳନୀ ଯୋଗେ ଗୁରୁବାର ଜିଲ୍ଲା ଅବକାରୀ ସୁପରିଟେଡେଣ୍ଟ ଦେବାଶିଷ ପଟେଲ ଏହାର ବିସ୍ତୃତ ସୂଚନା ଦେଇଛନ୍ତି ।

କଟକ ଜିଲ୍ଲା ଅବକାରୀ ସୁପରି ଟେଡେଣ୍ଟଙ୍କ ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ଖବର ପାଇଲେ ଯେ, ସାଲେପୁର ଓ ନିଶ୍ଚିନ୍ତ କୋଇଲି ଏରକଣା ବଜାରର ଏକ ଘରେ ବିପୁଳ ପରିମାଣର ମଦ ରହିଛି। ଖବର ପାଇ ସେମାନେ ଏରକଣା ବଜାରକୁ ଯାଇଥିଲେ । ଏରକଣା ବଜାରରେ ଥିବା ସପିଂ କମ୍ପେକ୍ସ ଘରୁ 104 ପେଟି ବିଅର ଜବତ କରିଛନ୍ତି । ତେବେ ଏହା ଡ୍ୟୁଟି ପେଡ଼ ବିୟର ହୋଇଥିବା ବେଳେ ଏହା ଏକ ଗୋଦାମରୁ ଆସିଥିବା ଜଣାପଡ଼ିଛି । ଏବେ ଏହି ଘଟଣାରେ ଅବକାରୀ ବିଭାଗ ଅଧିକ ତଦନ୍ତ କରିଛି । ତେବେ ଏହି ବିଅର କେଉଁଠାରୁ ଆସିଲା ଏବଂ ଏହା କେଉଁଠାକୁ ଯାଇଥାନ୍ତା ତାର ସୂଚନା ତଦନ୍ତ ପରେ ମିଳିପାରିବ । ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ନରସିଂହ ରାଓ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଅବକାରୀ ସୁପରିଟେଡେଣ୍ଟ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ନବରଙ୍ଗପୁରରେ ମାଓ ଅପରେସନ, ଜଣେ ନକ୍ସଲ ନିହତ - Mao Operatio

ଅନ୍ୟପଟେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ କାରବାରକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ 477ଟି ଅବକାରୀ ମାମଲା ଦାୟର ହୋଇଛି । ଏହି ଘଟଣାରେ 430 ଊର୍ଦ୍ଧ୍ବ ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି । ସେହିପରି ଅନେକ ଅଭିଯୁକ୍ତ ଫେରାର ରହିଛନ୍ତି ।

ପୂର୍ବରୁ କରାଯାଇଥିବା ଚଢ଼ାଉରେ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦେଶୀ ମଦ, ପୋଚ, ଗଞ୍ଜେଇ ଓ ବ୍ରାଉନସୁଗାର ଜବତ କରାଯାଇଛି । ତା’ ଛଡ଼ା ଏପର୍ଯ୍ୟନ୍ତ 30ଟି ଦୁଇ ଚକିଆ ଏବଂ 5ଟି ଚାରିଚକିଆ ଯାନ ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ତିନି କୋଟି ହେବ ବୋଲି ଦେବାଶିଷ ପଟେଲ ସୂଚନା ଦେଇଛନ୍ତି । ଆଗମୀ ଦିନରେ ଅବକାରୀ ଟିମ ନିର୍ବାଚନ ଫ୍ଲାଇଂ ସ୍କ୍ବାର୍ଡ ପକ୍ଷରୁ ଅଧିକରୁ ଅଧିକ ନଜର ରଖାଯିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.