ETV Bharat / state

ରାଉରକେଲାରେ ୧୬ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ, ଅଂଶୁଘାତ ସନ୍ଦେହ - Unnatural Deaths in Rourkela

author img

By ETV Bharat Odisha Team

Published : May 30, 2024, 11:04 PM IST

Updated : May 31, 2024, 9:59 AM IST

Ten Suspicious Death in Rourkela: ଆଜି ରାଉରକେଲା ରାଉରକେଲା ସରକାରୀ ଡାକ୍ତରଖାନାରେ ୧୬ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

Ten Suspicious Death in Rourkela
Ten Suspicious Death in Rourkela (ETV Bharat Odisha)

ରାଉରକେଲା: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସବୁଠାରେ ଗୁଳୁଗୁଳି ସାଙ୍ଗକୁ ଅନୁଭୂତ ହେଉଛି ଅସହ୍ୟ ଗରମ । ଏହା ମଧ୍ୟରେ ଆଜି ରାଉରକେଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ତେବେ ଜଣେ ନୁହେଁ କି ଦୁଇ ଜଣ ନୁହେଁ ରାଉରକେଲା ସରକାରୀ ଡାକ୍ତରଖାନାରେ ୧୬ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁର କାରଣ ଅଂଶୁଘାତ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ସାଢ଼େ ଗୋଟିଏରୁ ରାତି ୮ଟା ମଧ୍ୟରେ ଅର୍ଥାତ ମାତ୍ର ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଏହି ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୮ ଜଣ ମୃତ ଅବସ୍ଥାରେ ହସ୍ପିଟାଲ ପହଞ୍ଚିଥିଲେ । ଅନ୍ୟପଟେ ଆଉ ୨ ଜଣ ହସ୍ପିଟାଲରେ ପହଞ୍ଚିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ସେମାନଙ୍କର ହିଟ୍‌ୱେଭ୍‌ କାରଣରୁ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ତେବେ ମୃତକଙ୍କ ଶରୀରର ତାପମାତ୍ରା ୧୦୨ ଡିଗ୍ରିରୁ ଅଧିକ ଥିବା ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ । ମୃତ ଅବସ୍ଥାରେ ଆସିଥିବାରୁ ସେମାନଙ୍କର ହିଷ୍ଟ୍ରି ଷ୍ଟଡି କରାଯାଇ ନଥିବା ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଝାଡ଼ତରଙ୍ଗର ଗଣେଶ ତନ୍ତ୍ରୀ, କୁତ୍ରାର ପ୍ରେମଲତା ଏକ୍କା, ଛେଣ୍ଡର ମଞ୍ଜୁ ବାରିକ, ହାତୀବାଡ଼ିର ମୁନି କୁମ୍ବାର, ବ୍ରାହ୍ମଣୀତରଙ୍ଗର ସାବିତ୍ରୀ ଗୌଡ଼ ରହିଥିବା ବେଳେ ଆଉ ପାଞ୍ଚ ଜଣଙ୍କ ବିଷୟରେ ଜଣାପଡ଼ିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ.. ତତଲା କଡେଇରେ ବଲାଙ୍ଗୀର, ଅଂଶୁଘାତରେ 3 ମୃତ ! - Sunstroke Death In Balangir

ସେହିପରି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ରାଣୀ ପାଲି ଗ୍ରାମର ରାମଚନ୍ଦ୍ର ଗଡତିଆ, ବଲାଙ୍ଗୀର ବେହେରା ପାଲି ଗ୍ରାମର ଅଶୋକ ନାୟକ ଓ ସିକାଛିଡାର ଜିତେନ୍ଦ୍ର ପ୍ରସାଦଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବାର ତାଙ୍କ ସମ୍ପର୍କୀୟ ଆଜି ଅଭିଯୋଗ ଆଣିଛନ୍ତି । ରାଣୀ ପାଲିର ରାମ ଚନ୍ଦ୍ର ଗଡତିଆ ଗାଧୋଇବାକୁ ଯାଇଥିବା ବେଳେ ଟାଣ ଖରାରେ ରାସ୍ତାରେ ଅସୁସ୍ଥ ହୋଇ ଅଚେତ୍ ହୋଇଥିଲେ । ସେହିପରି ବେହେରା ପାଳିତ ଅଶୋକ ନାୟକ କାମ କରି ଘରକୁ ଫେରୁଥିବା ବେଳେ ଗାଁ ପାକ ଏକ ପଡିଆ ନିକଟରେ ସେ ଟଳି ପଡ଼ିଥିଲେ ।ସମାନ ଭାବରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିକା ଛିଡା ଗ୍ରାମରେ ଥିବା ଦେଶୀ ମଦ ଭାଟି ମ୍ୟାନେଜର ଜିତେନ୍ଦ୍ର ତିୱାରୀ ଭାଟିରେ ଥିବା ବେଳେ ଅଚେତ୍ ହୋଇ ଯାଇଥିଲେ । ପୋଲିସ୍ ସବୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁ କାରଣ ଜଣା ପଡ଼ିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ରାଉରକେଲା

Last Updated : May 31, 2024, 9:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.