ETV Bharat / sports

ଅଲିମ୍ପିକ୍ସ ଭିଲେଜରୁ ଖାଲି ହାତରେ ଫେରିଲେ ଭିନେଶ ଫୋଗାଟ, ଫଟୋ ବଖାଣୁଛି ଦୁଃଖ - Vinesh Phogat leaves Games Village

author img

By ETV Bharat Sports Team

Published : Aug 13, 2024, 12:45 PM IST

Vinesh Phogat Leaves Games Village : ଉଦ୍‌ଯାପିତ ହୋଇଛି ପ୍ୟାରିସ ଅଲିମ୍ପିକ୍ସ 2024 । ହଟାଇ ଦିଆଯାଇଛି ଅଲିମ୍ପିକ୍‌ ଗେମ୍ସ ଭିଲେଜ । ସେପଟେ ନ୍ୟାୟ ଆଶାରେ ଥିବା ଭିନେଶ ଫୋଗାଟ ଖାଲି ହାତରେ ଛାଡ଼ିଛନ୍ତି କ୍ରୀଡ଼ା ଗ୍ରାମ । ଅଧିକ ପଢ଼ନ୍ତୁ

Vinesh Phogat Leaves Games Village
Vinesh Phogat Leaves Games Village (IANS PHOTOS)

ପ୍ୟାରିସ (ଫ୍ରାନ୍ସ) : ଭାରତୀୟ ମହିଳା ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସ 2024ରେ କୁସ୍ତି ଫାଇନାଲକୁ ଯାଇ ଇତିହାସ ରଚିଥିଲେ । ହେଲେ ତାଙ୍କର ଓଜନ ନିର୍ଦ୍ଧାରିତ ବର୍ଗରୁ କେବଳ 100 ଗ୍ରାମ ଅଧିକ ଥିବା ଦର୍ଶାଇ ତାଙ୍କୁ ଫାଇନାଲରୁ ଅଯୋଗ୍ୟ ଘୋଷଣା କରାଯାଇଛି । UWW (United World Wrestling)ର ଏହି ନିଷ୍ପତ୍ତି ବିରୋଧରେ ଭିନେଶ କୋର୍ଟ ଅଫ୍‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ (CAS) ନିକଟକୁ ଯାଇ ରୌପ୍ୟ ପଦକ ଦାବି କରିଛନ୍ତି । ତାଙ୍କର ଆବେଦନ ଶୁଣାଣି ହୋଇଛି ଏବଂ ଆଜି (ଅଗଷ୍ଟ 13) CAS ଏହାର ରାୟ ଶୁଣାଇବେ । ଯାହାକୁ ଭିନେଶଙ୍କ ସମେତ ସାରା ଦେଶବାସୀ ଅପେକ୍ଷା କରିଛନ୍ତି ।

Vinesh Phogat Leaves Games Village
Vinesh Phogat Leaves Games Village (IANS PHOTO)

116 ଫେରି ଆସିଲେଣି; ଏକା ନ୍ୟାୟ ଅପେକ୍ଷାରେ ଫୋଗାଟ :-

ଏହାରି ଭିତରେ ଭାରତୀୟ ମହିଳା ରେସଲର ଭିନେଶ କିନ୍ତୁ ଏପର୍ଯ୍ୟନ୍ତ ଭାରତ ଫେରିନାହାଁନ୍ତି । ଭାରତ ପଠାଇଥିବା 117 ଜଣ ଭାରତୀୟ ଖେଳାଳିଙ୍କ ମଧ୍ୟରୁ 116 ଜଣ ଫେରି ଆସିଥିବାବେଳେ ଭିନେଶ କିନ୍ତୁ ପ୍ୟାରିସରେ ଅଛନ୍ତି । ତେବେ ପ୍ୟାରିସ ଅଲିମ୍ପିକ୍ସ ଶେଷ ହେବା ପରେ ଭିନେଶ ଫୋଗାଟ ପଦକ ଶୁଣାଣି ପୂର୍ବରୁ ଗତକାଲି (ସୋମବାର) କ୍ରୀଡା ଗ୍ରାମ (Olympic Games Village) ଛାଡିଛନ୍ତି । ଅଲିମ୍ପିକ୍ସର ଉଦ୍‌ଯାପନୀ ସମାରୋହରେ ଭାରତୀୟ ବ୍ରୋଞ୍ଜ ପଦକ ବିଜେତା ଶୁଟର ମନୁ ଭାକର ଏବଂ ହକି କିମ୍ବଦନ୍ତୀ ପିଆର ଶ୍ରୀଜେଶ ଭାରତର ଧ୍ବଜା ବାହକ ଥିଲେ । ଏହି ଉଦ୍‌ଯାପନୀ ସହିତ ଆଥଲେଟ ମାନଙ୍କ ପାଇଁ ରହିଥିବା ଅଲିମ୍ପିକ୍ ଗ୍ରାମକୁ ମଧ୍ୟ ହଟାଇ ଦିଆଯାଇଥିଲା ।

ଅଲିମ୍ପିକ୍ସ ଭିଲେଜ ଛାଡ଼ିଲେ ଭିନେଶ :-

ନ୍ୟାୟ ପାଇବା ଆଶାରେ ଥିବା ଭାରତୀୟ ମହିଳା ରେସଲର ଭିନେଶ ଫୋଗାଟ ରୌପ୍ୟ ପଦକ ଆଶାରେ ଦୁଃଖର ସହ ଅଲିମ୍ପିକ୍ ଭିଲେଜ ଛାଡିଛନ୍ତି । ଏହି ସମୟର ଅନେକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ପଦକ ନନେଇ ଅଲିମ୍ପିକ୍ ଭିଲେଜ ଛାଡିବାର ଯନ୍ତ୍ରଣା ଭିନେଶଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଛି । ନିଜ କିଟ୍‌ ବ୍ୟାଗ୍‌ ପ୍ୟାକ୍‌ କରିବାବେଳେ, କେବଳ ସେହି ପଦକଟିର ଅନୁପସ୍ଥିତି ଭିନେଶଙ୍କୁ ନିଶ୍ଚିତ ଭାବରେ ଅନୁଭବ ହେଉଥିବ, ଯାହା ତାଙ୍କ ହାତକୁ ଆସି ମଧ୍ୟ ଖସିଗଲା । ଯେଉଁ ରେସଲରଙ୍କୁ ଭିନେଶ ପରାସ୍ତ କରିଥିଲେ, ସେ ରୌପ୍ୟ ପଦକ ନେଇ ଘରକୁ ଫେରି ଗଲେଣି, କିନ୍ତୁ ଲଗାତାର ତିନିଟି ମ୍ୟାଚ୍‌ରେ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିଥିବା ଭିନେଶଙ୍କ ହାତ ଏବେ ମଧ୍ୟ ଖାଲି ଅଛି ।

ଏହା ମଧ୍ୟ ପଢ଼ନ୍ତୁ...ଫାଇନାଲ ମ୍ୟାଚ୍‌ ପୂର୍ବରୁ କେମିତି ବଢ଼ିଲା ଓଜନ ? CAS ଆଗରେ ବଡ଼ ଖୁଲାସା କଲେ ଭିନେଶ ଫୋଗାଟ - WHY VINESH PHOGAT WEIGHT INCREASE

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.