ETV Bharat / sports

ମହିଳା ଏସିଆ କପ୍‌ ସେମିଫାଇନାଲ୍‌: ପ୍ରଥମେ ବୋଲିଂ କରୁଛି ଭାରତ; ଜାଣନ୍ତୁ କେମିତି ରହିଛି ଦଳ - INDW vs BANW Semifinal 1

author img

By ETV Bharat Sports Team

Published : Jul 26, 2024, 2:19 PM IST

Womens Asia Cup 2024 INDW vs BANW Semifinal 1: ମହିଳା ଏସିଆ କପ୍‌ 2024 ପ୍ରଥମ ସେମିଫାଇନାଲ୍‌ରେ ଟସ୍‌ ଜିତିଲା ବାଂଲାଦେଶ । ପ୍ରଥମେ ବୋଲିଂ କରୁଛି ଭାରତୀୟ ମହିଳା ଦଳ । ଅଧିକ ପଢ଼ନ୍ତୁ

INDW vs BANW Semifinal 1
INDW vs BANW Semifinal 1 (ANI Photos)

ଦାମ୍ବୁଲା (ଶ୍ରୀଲଙ୍କା): ମହିଳା ଏସିଆ କପ୍‌ 2024 ପ୍ରଥମ ସେମିଫାଇନାଲ୍‌ରେ ମୁହାଁମୁହିଁ ହେଉଛନ୍ତି ଭାରତ ଓ ବାଂଲାଦେଶ । ତେବେ ପ୍ରଥମ ସେମିରେ ଟସ୍‌ ଜିତିଛି ବାଂଲାଦେଶ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ବାଂଲାଦେଶ ଅଧିନାୟିକା ନିଗାର ସୁଲତାନା । ଯେଉଁଥିପାଇଁ ପ୍ରଥମେ ବୋଲିଂ କରୁଛି ହରମନପ୍ରୀତ କୌରଙ୍କ ନେତୃତ୍ବାଧିନ ଭାରତୀୟ ଦଳ ।

ଟସ୍‌ ଜିତିଲା ବାଂଲାଦେଶ, ପ୍ରଥମେ ବୋଲିଂ କରିବ ଭାରତ:-

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଏହି ସେମିଫାଇନାଲ ମ୍ୟାଚରେ ଟସ୍ ଜିତିଛି ବାଂଲାଦେଶ । ଦଳର ଅଧିନାୟିକା ନିଗାର ସୁଲତାନାଙ୍କ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଟସ୍‌ ଜିତିବା ପରେ ସେ କହିଛନ୍ତି, "ଆମେ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଛୁ । ୱିକେଟ୍ ଭଲ ରହିଛି । ଆମେ ଏଠାରେ 2ଟି ମ୍ୟାଚ୍ ଖେଳିଛୁ, ବଲ୍ ବ୍ୟାଟ୍‌କୁ ଭଲ ଭାବରେ ଆସୁଥିଲା । ଆମେ ବିନା ଚାପରେ ବ୍ୟାଟିଂ କରିବାକୁ ଚାହୁଁଛୁ । ଆମକୁ ବ୍ୟାଟିଂ ୟୁନିଟ୍ ଉପରେ କାମ କରିବାର ଆବଶ୍ୟକ । ଯଦି ଆମେ ସାମୂହିକ ଭାବରେ ପ୍ରଦର୍ଶନ କରିବୁ, ଆମେ ଭଲ ପ୍ରଦର୍ଶନ କରିବୁ ।" ସେପଟେ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଦଳକୁ ନେଇ ବେଶ ଆଶାବାଦୀ ରହିଛନ୍ତି ଭାରତୀୟ ଅଧିନାୟିକା ହରମନପ୍ରୀତ କୌର । ତେବେ ଭାରତୀୟ ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି ।

ଭାରତୀୟ (ମହିଳା) ଦଳ: ଶେଫାଳୀ ବର୍ମା, ସ୍ମୃତି ମାନ୍ଧାନା, ଉମା ଛେତ୍ରୀ, ହରମନପ୍ରୀତ କୌର (ଅଧିନାୟିକା), ଜେମିମା ରୋଡ୍ରିଗେସ୍‌, ରିଚା ଘୋଷ (ୱିକେଟ୍‌ କିପର), ଦିପ୍ତୀ ଶର୍ମା, ପୂଜା ବସ୍ତ୍ରକାର, ରାଧା ଯାଦବ, ତନୁଜା କନୱର, ରେଣୁକା ସିଂ ଠାକୁର

ବାଂଲାଦେଶ (ମହିଳା) ଦଳ: ଦିଲାରା ଅଖତର, ମୁର୍ଶିଦା ଖତୁନ, ନିଗାର ସୁଲତାନା (ଅଧିନାୟିକା ଓ ୱିକେଟ୍‌ କିପର), ରୁମାନା ଅହମ୍ମଦ, ଇସମା ତାଞ୍ଜିମ, ରିତୁ ମୋନି, ରବୈୟା ଖାନ, ଶୋର୍ନା ଅଖତର, ନାହିଦା ଅଖତର, ଜାହନାରା ଆଲମ, ମାରୁଫା ଅଖତର

ଏହା ମଧ୍ୟ ପଢ଼ନ୍ତୁ...କାହା ଭୁଲ ପାଇଁ ଜଣଙ୍କ ପରେ ଜଣେ ଛାଡୁଛନ୍ତି ଓଡିଶା; କାହିଁକି ଦୋଷ ମୁଣ୍ଡାଉନି OCA, BCCI ନିୟମକୁ କରୁଛି କି ଢାଲ ? - Why crickets leaving Odisha

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.