ETV Bharat / sports

ମହିଳା ଏସିଆ କପ୍‌: ବୋଲରଙ୍କ ପରେ ମାନ୍ଧାନାଙ୍କ ବିସ୍ଫୋରଣ; ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ଭାରତ - Womens Asia Cup 2024 Semi Final - WOMENS ASIA CUP 2024 SEMI FINAL

Womens Asia Cup 2024 Semi Final: ମହିଳା ଏସିଆ କପ୍‌ 2024 ଫାଇନାଲରେ ଭାରତ । ବାଂଲାଦେଶକୁ 80ରେ ଅଟକାଇବା ପରେ 11 ଓଭରରେ କୌଣସି ୱିକେଟ୍‌ ନହରାଇ ଟାର୍ଗେଟ ହାସଲ କରିନେଲେ ଭାରତୀୟ ଓପନର । ମାନ୍ଧାନାଙ୍କ ମ୍ୟାଚ୍‌ ବିଜୟୀ ଅର୍ଦ୍ଧଶତକ । ଅଧିକ ପଢ଼ନ୍ତୁ

Womens Asia Cup 2024 Semi Final
Womens Asia Cup 2024 Semi Final (ETV Bharat Odisha)
author img

By ETV Bharat Sports Team

Published : Jul 26, 2024, 4:37 PM IST

Updated : Jul 26, 2024, 5:28 PM IST

ଦାମ୍ବୁଲ୍ଲା (ଶ୍ରୀଲଙ୍କା): ମହିଳା ଏସିଆ କପ୍‌ ଫାଇନାଲ୍‌ରେ ଭାରତ । ବୋଲରଙ୍କ ପରେ ଚମକିଲେ ଓପନର । ସ୍ମୃତି ମାନ୍ଧାନା ଓ ଶେଫାଳୀ ବର୍ମାଙ୍କ ମ୍ୟାଚ୍‌ ବିଜୟୀ ପାଳି ବଳରେ ସେମିରେ ବାଂଲାଦେଶକୁ 10 ୱିକେଟ୍‌ରେ ମାତ ଦେଲା ଭାରତ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍‌ ହରାଇ କେବଳ 80 ରନ କରିପାରିଥିଲେ ବାଂଲାଦେଶ ମହିଳା । ଜବାବରେ ଫାଇନାଲ୍‌ରେ ପହଞ୍ଚିବା ପାଇଁ ଭାରତୀୟ ଦଳ ଆଗରେ ରହିଥିଲା କେବଳ 81 ରନର ବିଜୟ ଲକ୍ଷ୍ୟ । ଯାହାକୁ କୌଣସି ୱିକେଟ୍‌ ନହରାଇ କେବଳ 11 ଓଭରରେ ହାସଲ କରିନେଇଛି ଭାରତ । ଓପନର ସ୍ମୃତି ମାନ୍ଧାନା (55) ଓ ଶେଫାଳୀ ବର୍ମା (26)ଙ୍କ ମ୍ୟାଚ୍‌ ବିଜୟୀ ପାଳି ବଳରେ କୌଣସି ୱିକେଟ୍‌ ନହରାଇ ଟାର୍ଗେଟ ହାସଲ କରିବା ସହ ଫାଇନାଲ୍‌ରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ । ଆରମ୍ଭରୁ ପ୍ରଭାବଶାଳୀ ବୋଲିଂ ପାଇଁ ରେଣୁକା ଠାକୁର ସିଂ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ।

ବାଂଲାଦେଶ ପାଳି:-

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ବାଂଲାଦେଶ ଅଧିନାୟିକା ନିଗାର ସୁଲତାନା । ହେଲେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ ଦଲୀୟ ଓପନର । ପ୍ରଥମରୁ ଆକ୍ରମଣାତ୍ମକ ସଟ୍‌ ଖେଳିଥିବା ଦିଲାରା ଅଖତର ନିଜ ଯୋଜନା ଜାରି ରଖିବାରେ ସଫଳ ହୋଇନଥିଲେ । ପ୍ରଥମ ଓଭରରେ ହିଁ ତାଙ୍କୁ ପାଭିଲିୟନ ଫେରାଇଥିଲେ ଭାରତୀୟ ବୋଲର ରେଣୁକା ଠାକୁର ସିଂ । ଗୋଟିଏ ପଟେ ଦଳର ପରିସ୍ଥିତି ବୁଝି ବିଚାରି ଅଧିନାୟିକା ନିଗାର ସୁଲତାନା ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ଦଳର ବ୍ୟାଟିଂ ଅର୍ଡରକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଥିଲେ ଭାରତୀୟ ବୋଲିଂ ବାହିନୀ । ବାଂଲା ଅଧିନାୟିକା ନିଗାର ସୁଲତାନା 51 ବଲରୁ ଦଳ ପାଇଁ ସର୍ବାଧିକ 32 ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୋର୍ନା ଅଖତର (19)ଙ୍କ ବ୍ଯତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିପାରିନଥିଲେ । ଫଳରେ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍‌ ହରାଇ କେବଳ 80 ରନ ହିଁ କରିପାରିଥିଲା ବାଂଲାଦେଶ ।

ଭାରତ ବୋଲିଂ: ସେମିଫାଇନାଲ୍‌ ଭଳି ବଡ଼ ମଞ୍ଚରେ ଭାରତୀୟ ମହିଳା ଦଳ ବେଶ ଶୃଙ୍ଖଳାର ସହ ବୋଲିଂ କରିଥିଲେ । ଦଳ ପକ୍ଷରୁ ରେଣୁକା ସିଂ ଠାକୁର ଓ ରାଧା ଯାଦବ ସବୁଠାରୁ ପ୍ରଭାବୀ ବୋଲିଂ ପ୍ରଦର୍ଶନ କରିଥିଲେ । ରେଣୁକା 4 ଓଭରରୁ 10 ରନ ବ୍ୟୟରେ 3 ୱିକେଟ୍‌ ଦଖଲ କରିଥିବାବେଳେ 4 ଓଭରରୁ 14 ରନ ବ୍ୟୟରେ 3 ୱିକେଟ୍‌ ହାସଲ କରିଥିଲେ ରାଧା ଯାଦବ । ଅନ୍ୟମାନଙ୍କ ମଧ୍ୟରେ ପୂଜା ବସ୍ତ୍ରକାର ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ସଫଳତା ସାଉଁଟିଥିଲେ ।

ଭାରତ ପାଳି:-

ଏସିଆ କପ୍‌ ଆଡ଼କୁ ଆଉ ପାଦେ ଅଗ୍ରସର ହୋଇ ଫାଇନାଲ୍‌ରେ ପହଞ୍ଚିବାକୁ ଭାରତ ଆଗରେ 20 ଓଭରରେ କେବଳ 81 ରନର ବିଜୟ ଲକ୍ଷ୍ୟ ଥିଲା । ଜବାବରେ ଚିରାଚରିତ ଢଙ୍ଗରେ ଜବରଦସ୍ତ ପାଳି ଆରମ୍ଭ କରିଥିଲେ ଦୁଇ ଭାରତୀୟ ଓପନର ସ୍ମୃତି ମାନ୍ଧାନା ଓ ଶେଫାଳୀ ବର୍ମା । ଆରମ୍ଭରୁ ରକ୍ଷଣାତ୍ମକ ଢଙ୍ଗରେ ବ୍ୟାଟିଂ ଆରମ୍ଭ କରିଥିବା ସ୍ମୃତି ଧିରେ ଧିରେ ନିଜ ପାଳିକୁ ଗତି ଦେଇଥିଲେ । 38 ବଲରେ ଏକ ଚୌକା ମାରି ନିଜର ଅର୍ଦ୍ଧଶତକ ହାସଲ କରି ଭାରତକୁ ବିଜୟ ଦ୍ବାରଦେଶରେ ପହଞ୍ଚାଇଥିଲେ ସ୍ମୃତି ମାନ୍ଧାନା । କ୍ରମାଗତ ଏହାପର ବଲକୁ ଆଉ ଏକ ଚୌକା ପାଇଁ ପଠାଇ ଭାରତକୁ ବିଜୟୀ କରାଇଥିଲେ ମାନ୍ଧାନା । ସେ ଆଜିର ମ୍ୟାଚ୍‌ରେ ମୋଟ 39 ବଲରୁ 55 ରନର ଦମଦାର ପାଳି ଖେଳିଛନ୍ତି । ଅନ୍ୟପଟେ ସ୍ମୃତିଙ୍କୁ ଭରପୁର ସାଥ ଦେଇଥିଲେ ସାଥି ଓପନର ଶେଫାଳୀ ବର୍ମା । ସେ ମଧ୍ୟ 28 ବଲରୁ 26 ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଦଳର ବିଜୟରେ ନିଜର ଭୂମିକା ନିର୍ବାହ କରିଥିଲେ ।

ବାଂଲାଦେଶ ବୋଲିଂ: ସେମିଫାଇନାଲ୍‌ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ କେବଳ 80 ରନକୁ ଡିଫେଣ୍ଡ କରିବା ବାଂଲାଦେଶୀ ବୋଲରଙ୍କ ପାଇଁ ଏତେ ସହଜ ନଥିଲା । ଫଳରେ ଆରମ୍ଭରୁ ହିଁ ଚାପଗ୍ରସ୍ତ ହୋଇପଡ଼ିଥିଲା ଦଳର ବୋଲିଂ ବିଭାଗ । କୌଣସି ବୋଲର ଗୋଟିଏ ମଧ୍ୟ ୱିକେଟ୍‌ ହାସଲ କରିବାରେ ସଫଳ ହୋଇନଥିଲେ । ଫଳରେ ସେମିରୁ ବିଦାୟ ନେଇଛି ବାଂଲାଦେଶ ମହିଳା ଦଳ ।

ଏହା ମଧ୍ୟ ପଢ଼ନ୍ତୁ...ମହିଳା ଏସିଆ କପ୍‌ ସେମିଫାଇନାଲ୍‌: ପ୍ରଥମେ ବୋଲିଂ କରୁଛି ଭାରତ; ଜାଣନ୍ତୁ କେମିତି ରହିଛି ଦଳ - INDW vs BANW Semifinal 1

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 26, 2024, 5:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.