ETV Bharat / sports

ଚାମ୍ପିୟନ୍ସ ଟ୍ରଫିର ଭବିଷ୍ୟତ କ'ଣ ? ପାକିସ୍ତାନ ହାତରୁ ଆୟୋଜନ ଅଧିକାର ଛଡ଼ାଇ ଆଣିବେ ଜୟ ଶାହ ! ନା ସୁଧୁରିବ ସମ୍ପର୍କ ? - Champions Trophy 2025

author img

By ETV Bharat Sports Team

Published : Aug 28, 2024, 7:32 PM IST

Champions Trophy 2025 : ଜୟ ଶାହ ଏସୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ଥିବାବେଳେ ଭାରତକୁ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ଯିବାକୁ ପଡ଼ିନଥିଲା । ଏବେ ସେ ଆଇସିସି ଅଧ୍ୟକ୍ଷ, କ'ଣ ହେବ ଚାମ୍ପିୟନ୍ସ ଟ୍ରଫି ଭବିଷ୍ୟତ ? ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

Champions Trophy 2025 Future
Champions Trophy 2025 Future (ETV Bharat Odisha)

ନୂଆଦିଲ୍ଲୀ : ଆଇସିସିର ନୂଆ ବସ ହୋଇଛନ୍ତି ଜୟ ଶାହ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ନୂଆ ଅଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଶାହ । ମାତ୍ର 36 ବର୍ଷ ବୟସରେ ସର୍ବକନିଷ୍ଠ ଆଇସିସି ଅଧ୍ୟକ୍ଷ ହେବାର ଗୌରବ ଅର୍ଜନ କରିଛନ୍ତି ଜୟ ଶାହ । ଆସନ୍ତା ଡିସେମ୍ବର 1 ତାରିଖରୁ ଶାହ ଆଇସିସି ଚେୟାରମ୍ୟାନ ଭାବେ କାର୍ଯ୍ୟଭାର ସମ୍ଭାଳିବେ । କୁହାଯାଉଥିଲା ଏଥିପାଇଁ ଆଇସିସିର 16 ସଦସ୍ୟଙ୍କ ମଧ୍ୟରୁ ପ୍ରାୟ 15 ସଦସ୍ୟଙ୍କ ସମର୍ଥନ ଜୟ ଶାହଙ୍କ ପ୍ରତି ଥିଲା । ବିସିସିଆଇ ସଚିବ ଏବେ ଆଇସିସି ଅଧ୍ୟକ୍ଷ ନିର୍ବାଚିତ ହେବାପରେ ପୂରା ଦେଶରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ । ଏଭଳି ସ୍ଥିତିରେ ପାକିସ୍ତାନରେ କିନ୍ତୁ ଭାଳେଣି ପଡ଼ିଲାଣି ।

କ'ଣ ହେବ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଭବିଷ୍ୟତ ? :-

ଜୟ ଶାହ ଆଇସିସି ଚେୟାରମ୍ୟାନ ଭାବେ ଦାୟିତ୍ବ ନେବା ପରେ ପାକିସ୍ତାନ ଚିନ୍ତାରେ ପଡ଼ିବାର ମୁଖ୍ୟ କାରଣ ହେଉଛି ଚାମ୍ପିୟନ୍ସ ଟ୍ରଫି 2025 । କାରଣ ଆଗାମୀ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର ପାକିସ୍ତାନକୁ ମିଳିଛି । ଏହାର ପ୍ରସ୍ତୁତିରେ ପିସିବି ଏବେ ଜୋରଦାର ପ୍ରୟାସ ଚଳାଇଛି । ହେଲେ ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ପରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାର ଅଧିକାର ହାତରୁ ଖସିଯିବାର ଭୟ ଏବେ ପାକିସ୍ତାନକୁ ଘାରିଛି । ଏହାର ଅନେକ କାରଣ ମଧ୍ୟ ରହିଛି । ଏହା ପୂର୍ବରୁ ପାକିସ୍ତାନ ଏସିଆ କପ୍‌ 2023 ଆୟୋଜନ କରିଥିଲା । ହେଲେ ପାକିସ୍ତାନ ଯାଇ ଖେଳିବାକୁ ଭାରତ ରାଜି ନହେବାରୁ ଶେଷରେ ହାଇବ୍ରିଡ ମୋଡରେ ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜନ ହୋଇଥିଲା ଏସିଆ କପ୍‌ ।

ଏସିଆ କପ୍‌ 2023କୁ ହାଇବ୍ରିଡ ମୋଡରେ କରାଇଥିଲେ ଶାହ :-

ଏସିଆ କପ୍‌ 2023 ସମୟରେ ଜୟ ଶାହ ବିସିସିଆଇ ସଚିବ ଥିବା ସହିତ ଏସିସି (ଏସୀୟ କ୍ରିକେଟ ପରିଷଦ)ର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ସେହି ସମୟରେ ଭାରତୀୟ ଦଳ କୌଣସି ବି ପରିସ୍ଥିତିରେ ପାକିସ୍ତାନ ଯାଇ ଖେଳିବାକୁ ଆଗ୍ରହ ଦେଖାଇ ନଥିଲା । ଫଳରେ ବିସିସିଆଇ ସଚିବ ତଥା ଏସିସି ଅଧ୍ୟକ୍ଷ ଜୟ ଶାହଙ୍କ ନେତୃତ୍ବରେ ଏସିଆ କପ୍‌ କେବଳ ପାକିସ୍ତାନରେ ଆୟୋଜନ ନହୋଇ ହାଇବ୍ରିଡ ମୋଡରେ ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜନ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ଅର୍ଥାତ ଭାରତର ମ୍ୟାଚ ଗୁଡିକ ଶ୍ରୀଲଙ୍କାରେ ଖେଳାଯାଇଥିଲା । ଏବେ କୌଣସି ପରିସ୍ଥିତିରେ ଆଇସିସି ଅଧ୍ୟକ୍ଷ ହେବା ପରେ ଶାହ ଚାମ୍ପିୟନ୍ସ ଟ୍ରଫି 2025 ନେଇ ଶାହଙ୍କ ଆଭିମୁଖ୍ୟ କ'ଣ ହେବ, ତାହା ଉପରେ ଭାରତ ଓ ପାକିସ୍ତାନ ସମେତ ସମଗ୍ର ବିଶ୍ବର କ୍ରିକେଟପ୍ରେମୀଙ୍କ ନଜର ।

ଏହା ମଧ୍ୟ ପଢ଼ନ୍ତୁ...ICC CHAIRMAN; ଆଇସିସିର ନୂଆ ବସ ହେଲେ ଜୟ ଶାହ, ସର୍ବକନିଷ୍ଠ ଆଇସିସି ଅଧ୍ୟକ୍ଷ ଭାବେ ରେକର୍ଡ, ଭାରତରୁ 5ମ - JAY SHAH BECOMES NEW ICC CHAIRMAN

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.