ETV Bharat / sports

ହାଇଦ୍ରାବାଦରେ ରୋହିତ କ୍ରେଜ୍‌, ବିରିୟାନୀ ପାର୍ଟି ହୋଷ୍ଟ କଲେ ତିଲକ୍‌ - Mumbai Indians Team In Hyderabad

Mumbai Indians Team In Hyderabad: ଆସନ୍ତାକାଲି ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ SRH । ଟିମ ମଙ୍ଗଳବାର ହାଇଦ୍ରାବାଦରେ ପହଞ୍ଚିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ରୋହିତ କ୍ରେଜ୍‌ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 26, 2024, 8:25 PM IST

Mumbai Indians Team In Hyderabad
Mumbai Indians Team In Hyderabad

ହାଇଦ୍ରାବାଦ: ଭାରତରେ ଏବେ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଜାରି ରହିଛି ଆଇପିଏଲ କ୍ରେଜ୍‌ । ଯେଉଁଠି ଆଇପିଏଲ ମ୍ୟାଚ ଅନୁଷ୍ଠିତ ହେଉଛି ସେଠାରେ ଉଠୁଛି ପଡୁଛି ଷ୍ଟାଡିୟମ । ଆସନ୍ତାକାଲି (ବୁଧବାର) ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌ ଥିବାରୁ ଆଜି ତେଲେଙ୍ଗାନାର କ୍ୟାପିଟାଲ ସିଟି ହାଇଦ୍ରାବାଦରେ ପହଞ୍ଚିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଟିମ । ତେବେ ଟିମ ଏୟାରପୋର୍ଟରେ ପହଞ୍ଚିବା ପରେ ହିଟମ୍ୟାନ ରୋହିତ ଶର୍ମାଙ୍କ କ୍ରେଜ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ସେପଟେ ଟିମର ଅନ୍ୟତମ ସଦସ୍ୟ ତିଲକ ବର୍ମା ହୋମ ଟାଉନ ପହଞ୍ଚିବା ପରେ ସାଥୀ ଖେଳାଳିଙ୍କ ଲାଗି ବିରିୟାନୀ ପାର୍ଟିର ଆୟୋଜନ କରିଥିବା ଜଣାପଡ଼ିଛି ।

ଏୟାରପୋର୍ଟରେ MI ଟିମକୁ ଜୋରଦାର ସ୍ବାଗତ:- ଆଜି ମୁମ୍ବାଇ ଇଣ୍ଡିଆନ୍ସ ଟିମ ହାଇଦ୍ରାବାଦରେ ପହଞ୍ଚିଥିବା ବେଳେ ଏହାର ଭିଡିଓ ମୁମ୍ବାଇ ଇଣ୍ଡିଆନ୍ସ ଅଫିସିଆଲ ସୋସିଆଲ ମିଡିଆ ପେଜରେ ସେୟାର କରାଯାଇଛି । ହାଇଦ୍ରାବାଦରେ ମୁମ୍ବାଇ ଇଣ୍ଡିଆନ୍ସର ଅନେକ ଫ୍ୟାନ୍ସ ଥିବା ବେଳେ ଟିମକୁ ଜୋରଦାର ସ୍ବାଗତ କରାଯାଇଛି । ଯାହାର ଦୃଶ୍ୟ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ପ୍ରଶଂସକମାନେ 'ମୁମ୍ବାଇ ଇଣ୍ଡିଆନ୍ସ ୱେଲକମ ଟୁ ହାଇଦ୍ରାବାଦ' ବ୍ୟାନର ଦେଖାଇବା ସହ ଏହି ସମାନ ନାରା ଦେଇ ଟିମକୁ ସ୍ବାଗତ କରିଛନ୍ତି ।

ଏହା ବି ପଢନ୍ତୁ- ଆଜି ମୁହାଁମୁହିଁ ହେବେ ଚେନ୍ନାଇ-ଗୁଜୁରାଟ; ଦ୍ବିତୀୟ ବିଜୟ ଲକ୍ଷ୍ୟରେ 2 ଦଳ

ହାଇଦ୍ରାବାଦରେ ହିଟମ୍ୟାନ କ୍ରେଜ୍‌:- ହାଇଦ୍ରାବାଦରେ ସବୁଠୁ ଅଧିକ କ୍ରେଜ୍‌ ଟିମର ଷ୍ଟାର ବ୍ୟାଟର ରୋହିତ ଶର୍ମାଙ୍କ ଲାଗି ଦେଖିବାକୁ ମିଳିଥିଲା । ରୋହିତ ଶର୍ମା ଯେମିତି ଏୟାରପୋର୍ଟରେ ପହଞ୍ଚିଥିଲେ, ଏହାପରେ ଫ୍ୟାନ୍ସ 'ରୋହିତ-ରୋହିତ' କହି ତାଙ୍କୁ ଚିୟର୍ସ କରିଥିଲେ । ହିଟମ୍ୟାନ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ନିରାଶ କରିନଥିଲେ । ସେ ଫ୍ୟାନ୍ସଙ୍କ ସହିତ ସେଲଫି ନେଇଥିବା ବେଳେ ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଜଣାଇଥିବା ଦେଖିବାକୁ ମିଳିଥିଲା ।

ତିଲକଙ୍କ ବିରିୟାନୀ ପାର୍ଟି:- ହାଇଦ୍ରାବାଦ ଆସି ବିରିୟାନୀ ନ ଖାଇଲେ କିପରି ହେବ । କହିବାକୁ ଗଲେ ବିରିୟାନୀ ହାଇଦ୍ରାବାଦରୁ ଖ୍ୟାତି ଅର୍ଜନ କରିଥିବା ବେଳେ ସାରା ବିଶ୍ବରେ ହାଇଦ୍ରାବାଦି ବିରିୟାନୀ ବହୁତ ଲୋକପ୍ରିୟତା ଅର୍ଜନ କରିଛି । ଏପରିକି ବିରିୟାନୀ କଥା ଆଲୋଚନା କଲେ ହାଇଦ୍ରାବାଦ କଥା ମନକୁ ଆସେ । ତେବେ ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟତମ ପ୍ଲେୟାର ତିଲକ ବର୍ମା ହାଇଦ୍ରାବାଦ ଅଧିବାସୀ ହୋଇଥିବାରୁ ସେ ନିଜ ଟିମମେଟଙ୍କ ଲାଗି ବିରିୟାନୀ ପାର୍ଟିର ଆୟୋଜନ କରିଛନ୍ତି । ହୋମଟାଉନରେ ନିଜ ସାଥୀ ଖେଳାଳିଙ୍କୁ ସରପ୍ରାଇଜ ଦେବା ପୂର୍ବକ ବିରିୟାନୀ ଖୁଆଇଥିବା ବେଳେ ତାଙ୍କ ପିଲାଦିନର କୋଚ୍‌ଙ୍କ ସହିତ ସମସ୍ତଙ୍କୁ ଭେଟ କରାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.