ETV Bharat / sports

Virat Kohli Deepfake video; କୋହିଲଙ୍କ ଡିପ୍‌ଫେକ୍ ଭିଡିଓ ଭାଇାଲ; 'ଟିମ୍ ଇଣ୍ଡିଆରେ ଜଣେ ହିଁ ବିରାଟ କୋହଲି, ଗିଲଙ୍କୁ ସମାଲୋଚନା' - Virat Kohli Deepfake video

author img

By ETV Bharat Sports Team

Published : Aug 29, 2024, 2:32 PM IST

Updated : Aug 29, 2024, 2:56 PM IST

Virat Kohli Deepfake video: ଏହା ପ୍ରଥମ ଘଟଣା ନୁହେଁ ଯେ କୌଣସି କ୍ରିକେଟରଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହେଉଛି । ଏହା ପୂର୍ବରୁ ପୂର୍ବତନ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ଡିପ୍‌ଫେକ୍‌ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭାଇରାଲ ଡିପ୍‌ଫେକ୍‌ ଭିଡିଓରେ କୋହଲିଙ୍କ ସ୍ୱର ଓ ଚେହେରାକୁ ଅନୁକରଣ କରାଯାଇଛି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସିର ବ୍ୟବହାରରେ । ଅଧକ ପଢନ୍ତୁ

Virat Kohli Shubman Gill
Virat Kohli Shubman Gill (AFP Photo)

ନୂଆଦିଲ୍ଲୀ; ଭାରତୀୟ କ୍ରିକେଟ ଟିମର ଷ୍ଟାର ତଥା ଭେଟେରାନ ବ୍ୟାଟର ବିରାଟ କୋହଲି ପୁଣି ଚର୍ଚ୍ଚାରେ । ସୋସିଆଲ ମିଡିଆ ଖୋଲୁଖୋଲୁ ଭାଇରଲ ହେଉଛି କ୍ରିକେଟ ଆଇକନ ତଥା ଲିଜେଣ୍ଡଙ୍କ ଡିପ୍‌ଫେକ୍ ଭିଡିଓ । ଇଣ୍ଟରନେଟର ସେନସେସନ୍ ବର୍ତ୍ତମାନ ପୁଣି ଭାଇରାଲ ଭିଡିଓ ତାହା ପୁଣି ଏଆଇ ( କୃତିମ ବୁଦ୍ଧିମତା) ଦ୍ବାରା ନିର୍ମିତ ଡିପ୍‌ଫେକ ଭିଡିଓର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ କୋହଲିଙ୍କ ଏକ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହା ବି ପଢନ୍ତୁ- Ashwin IPL all time XI; ଅଶ୍ବୀନଙ୍କ ସର୍ବକାଳୀନ ଆଇପିଏଲ୍ ଟିମ; ଧୋନୀ କ୍ୟାପଟେନ୍, କୋହଲି ଓପନର, ଗେଲ-ପୋଲାର୍ଡ-ପାଣ୍ଡ୍ୟାଙ୍କୁ ମିଳିଲାନି ସ୍ଥାନ - RAVICHANDRAN ASHWIN

ଏହି ଡିପ୍‌ଫେକ୍ ଭିଡିଓରେ ଷ୍ଟାର କ୍ରିକେଟର କୋହଲି ୟଙ୍ଗ୍ ଷ୍ଟାର ଶୁଭମନ ଗିଲଙ୍କୁ ସମାଲୋଚନା କରୁଛନ୍ତି । ଖାଲି ସେତିକି ନୁହେଁ, ଏହି ଭିଡିଓରେ କୋହଲି ନିଜକୁ ଟିମ୍ ଇଣ୍ଡିଆର ଏକମାତ୍ର ଆଉ କେବଳ ଟିମ୍ ଇଣ୍ଡିଆରେ ଜଣେ ବିରାଟ କୋହଲି ଅଛନ୍ତି ବୋଲି କହୁଛନ୍ତି । ଏହା ସହିତ ଗିଲଙ୍କୁ କୋହଲି ବନିବାକୁ ହେଲେ ବହୁତ ଲମ୍ବା ଯାତ୍ରା କରିବାକୁ ପଡିବବୋଲି କହୁଛନ୍ତି । ପ୍ରଥମରୁ ଆସି କିଛି ବର୍ଷ କିମ୍ବା କିଛି ଇନିଂସରେ ଭଲ ଖେଳିଦେଲେ କେହି କୋହଲି ହୋଇଯିବେନି ବରଂ ବର୍ଷ ବର୍ଷର ପରିଶ୍ରମ ଏବଂ ସ୍ଥିର ପ୍ରଦର୍ଶନ ଦେବାକୁ ପଡିବ ବୋଲି ଭାଇରାଲ ଭିଡିଓରେ କହିଛନ୍ତି କୋହଲି ।

ଏହା ବି ପଢନ୍ତୁ- ଅଲିମ୍ପିକ୍ସରେ ଓଡ଼ିଆଙ୍କ ଭାଗ୍ୟ ସୀମିତ ! ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଥାଇ ମଧ୍ୟ ବାହାରୁ ନାହାନ୍ତି ଖେଳାଳି - Odia Players in Olympics

ଭାଇରାଲ ଭିଡିଓରେ କୋହଲି କହୁଛନ୍ତି, "ଯେତେବେଳେ ମୁଁ ଅଷ୍ଟ୍ରେଲିଆରୁ ଫେରିଲି ମୁଁ ଜାଣିଲି କେତେ ପରିଶ୍ରମ କଲେ କ୍ରିକେଟରେ ଦିଗଜ୍ ଶ୍ରେଣୀରେ ସାମିଲ ହେବେ । ମୁଁ ଗିଲଙ୍କୁ କିଛି ବର୍ଷ ଧରି ଅତି ନିକଟରୁ ଦେଖୁଛି, କାହାର ଟିକିଏ ହେଲେ ବି ସନ୍ଦେହ ନାହିଁ ଯେ ଗିଲ ବାସ୍ତବରେ ବହୁତ ଟ୍ୟାଲେଣ୍ଟେଡ୍ ଅର୍ଥାତ ଗିଲଙ୍କ ନିକଟରେ କ୍ରିକେଟର କଳା ଭରପୁର ରହିଛି । ତେବେ ଜଣଙ୍କୁ ଶ୍ରେଷ୍ଟ କ୍ରିକେଟର ଅର୍ଥାତ ଲିଜେଣ୍ଡ କ୍ଲବରେ ପହଞ୍ଚିବାକୁ ହେଲେ ବହୁତ ପରିଶ୍ରମ କରି ସ୍ଥିର ଏବଂ ନିରନ୍ତର ପ୍ରଦର୍ଶନ କରିବାକୁ ପଡିବ । ଖାଲି ଜଣେ ଖେଳାଳିଙ୍କ ନିକଟରେ କ୍ରିକେଟର କଳା ଥିଲେ ହେବନି ଲିଜେଣ୍ଡ ହେବାକୁ ହେଲେ କ୍ରିକେଟକୁ ଶ୍ରେଷ୍ଠ ସ୍ଥରରେ ଖେଳିବାକୁ ପଡିବ । ତେବେ ଗିଲଙ୍କ ଟେକନିକ୍ ବା ଖେଳିବା ଶୈଳୀ ଅତି ଚମତ୍କାର କିନ୍ତୁ ସେ ବର୍ତ୍ତମାନ ଆମଠୁ ଆଗରେ ନୁହଁନ୍ତି । ଲୋକମାନେ ତାଙ୍କୁ ପରବର୍ତ୍ତୀ ବିରୋଟ କୋହଲି କୁହନ୍ତି ତେବେ ମୁଁ ଏଠାରେ ସଭିଙ୍କୁ କହିଦଉଛି କି ଟିମ୍ ଇଣ୍ଡିଆରେ କେବଳ ମାତ୍ର ଜଣେ ହିଁ ବିରୋଟ କୋହଲି ଅଛନ୍ତି । ମୁଁ ସବୁଠାରୁ କଷ୍ଟକର ବୋଲରଙ୍କୁ ଖେଳିଛି, ଫସଥିବା ମ୍ୟାଚରେ ରନ ସ୍କୋର କରି ଟିମକୁ ଜିତାଇଛି । ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଏପରିକି 10 ବର୍ଷ ଧରି ଏପରି ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସୁଛି । ଆପଣଙ୍କ ମାତ୍ କିଛିଟା ଭଲ ଇନିଂସ ପାଇଁ ଗିଲଙ୍କୁ ମୋ ସହିତ ତୁଳନା କରିପାରିବେ ନାହିଁ । ଯଦି ମୁଁ ଭୁଲ ନିଷ୍ପତ୍ତି ନିଅ, ବାହାରେ ବସେ ଏବଂ ତାଳି ମାରେ ।"

Last Updated : Aug 29, 2024, 2:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.