ETV Bharat / sports

'ଭିନେଶ ଫୋଗାଟଙ୍କ ଜୀବନ ଚାଲିଯାଇଥାଆନ୍ତା'; ଓଜନ କମାଇବା ରାତିର ପୂରା କାହାଣୀ କହିଲେ କୋଚ - Vinesh Phogat coach Woller Akos

author img

By ETV Bharat Sports Team

Published : Aug 16, 2024, 2:05 PM IST

Vinesh Phogat coach Woller Akos on Weight Loss Session : ଭିନେଶ ଫୋଗାଟଙ୍କ ଓଜନ କମାଇବା ପାଇଁ ତାଙ୍କ କୋଚ ଓ ଅନ୍ୟ ସହଯୋଗୀ ଷ୍ଟାଫ ଯଥା ସମ୍ଭବ ଚେଷ୍ଟା କରିଥିଲେ । ସେହି ରାତିର ପୂରା କାହାଣୀ ଏକ ଫେସବୁକ ପୋଷ୍ଟରେ ଲେଖି ପରେ ଡିଲିଟ କରିଦେଇଛନ୍ତି କୋଚ ୱଲର ଅକୋସ । ଅଧିକ ପଢ଼ନ୍ତୁ

Vinesh Phogat
Vinesh Phogat (IANS Photo)

ହାଇଦ୍ରାବାଦ : ପ୍ୟାରିସ୍‌ ଅଲିମ୍ପିକ୍ସ 2024ରେ ଫାଇନାଲରେ ପହଞ୍ଚି ଅଯୋଗ୍ୟ ହୋଇଥିଲେ ଭିନେଶ ଫୋଗାଟ । ଷ୍ଟାର ରେସଲରଙ୍କ ହାତରୁ ଛଡ଼ାଇ ନିଆଯାଇଥିଲା ପଦକ । କେବଳ ନିର୍ଦ୍ଧାରିତ ବର୍ଗରୁ କେବଳ 100 ଗ୍ରାମ ଅଧିକ ଓଜନ ଥିବା ଦର୍ଶାଇ ଭିନେଶଙ୍କୁ ଫାଇନାଲ ମ୍ୟାଚ୍‌ ପୂର୍ବରୁ କରାଯାଇଥିଲା ଅଯୋଗ୍ୟ । ତେବେ ଭିନେଶ ନିଜ ଓଜନ କମାଇବା ପାଇଁ ସାରା ରାତି କିଭଳି ପ୍ରୟାସ କରିଥିଲେ, ସେହି ରାତିର ପୂରା କାହାଣୀ କହିଛନ୍ତି ଭିନେଶଙ୍କ କୋଚ ୱଲର ଅକୋସ ।

Vinesh Phogat
Vinesh Phogat (IANS Photo)

ଓଜନ ହ୍ରାସ କରିବା ସମୟରେ ଯାଇଥାଆନ୍ତା ଜୀବନ !:-

ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ଫାଇନାଲ୍ ମ୍ୟାଚ୍‌ର ପୂର୍ବ ରାତିରେ ଭିନେଶଙ୍କ ଓଜନ ହ୍ରାସ ପାଇଁ ଯଥାସମ୍ଭବ ଚେଷ୍ଟା କରାଯାଇଥିଲା । ଭିନେଶଙ୍କ କୋଚ ହଙ୍ଗେରୀର ୱଲର ଅକୋସ ଏକ ୱାର୍କଆଉଟ୍‌ ସେସନ ସମୟରେ ଭିନେଶଙ୍କ ଜୀବନ ଚାଲିଯିବ ବୋଲି ମଧ୍ୟ ଭୟ କରିଯାଇଥିଲେ । ସେ ପ୍ରକାଶ କରିଛନ୍ତି ଯେ ସେ ଏବଂ ଅନ୍ୟ ସମସ୍ତ ସହଯୋଗୀ ଷ୍ଟାଫ ଭିନେଶଙ୍କ ଓଜନ ହ୍ରାସ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ, ଏବଂ ସେ ରାତିରେ ପରଦା ପଛରେ ଥିବା ପ୍ରୟାସ ବିଷୟରେ ବିସ୍ତୃତ ଭାବେ ଖୋଲି କହିଛନ୍ତି ।

'ସେ ପଡ଼ିଯାଇଥିଲେ, ହେଲେ ଆମେ ତାଙ୍କୁ କୌଣସି ପ୍ରକାରେ ଉଠାଇଲୁ' :-

ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ହଙ୍ଗେରୀରେ ଏକ ଫେସବୁକ୍ ପୋଷ୍ଟରେ ଭିନେଶଙ୍କ କୋଚ୍ ଆକୋସ୍ ଲେଖିଛନ୍ତି, 'ସେମିଫାଇନାଲ ପରେ ଭିନେଶଙ୍କ ଓଜନ 2.7 କିଲୋଗ୍ରାମ ଅଧିକ ରହିଥିଲା । ଆମେ 1 ଘଣ୍ଟା 20 ମିନିଟ୍ ବ୍ୟାୟାମ କରିଥିଲୁ, କିନ୍ତୁ 1.5 କିଲୋଗ୍ରାମ ଆହୁରି ଅଧିକ ରହିଲା । ପରେ, 50 ମିନିଟର ୱାର୍କଆଉଟ୍‌ ପରେ ମଧ୍ୟ ତାଙ୍କ ଶରୀରରେ ଗୋଟିଏ ବୁନ୍ଦା ଝାଳ ମଧ୍ୟ ଦେଖାଗଲା ନାହିଁ । ଆମ ପାଖରେ ଆଉ କୌଣସି ବିକଳ୍ପ ବାକି ନଥିଲା । ମଧ୍ୟରାତ୍ରିରୁ ସକାଳ 5:30 ପର୍ଯ୍ୟନ୍ତ, ସେ ବିଭିନ୍ନ କାର୍ଡିଓ ମେସିନ୍ ଏବଂ ରେସଲିଂ ଶୈଳି ଉପରେ ଲଗାତାର 3-4 ଘଣ୍ଟା କାର୍ଯ୍ୟ କରିଥିଲେ । ମଝିରେ କେବଳ ଦୁଇ ତିନି ମିନିଟ୍ ବିଶ୍ରାମ ନେଇ ତା’ପରେ ସେ ପୁଣି ଆରମ୍ଭ କଲେ । ଏହାପରେ ସେ ପଡ଼ିଯାଇଥିଲେ, କିନ୍ତୁ କୌଣସି ପ୍ରକାରେ ଆମେ ତାଙ୍କୁ ଉଠାଇଲୁ, ଏହାପରେ ସେ ଏକ ଘଣ୍ଟା ପୁଣି ବ୍ୟାୟାମ କରିଥିଲେ । ମୁଁ ଜାଣିଶୁଣି ନାଟକୀୟ ବିବରଣୀ ଲେଖୁନାହିଁ, କିନ୍ତୁ ମୋତେ ସେତେବେଳେ ମନେ ହେଉଥିଲା ଯେ ସେ ମରି ଯାଇଥାନ୍ତେ ।'

Vinesh Phogat
Vinesh Phogat (IANS Photo)

ପୋଷ୍ଟ ଡିଲିଟ କରିଦେଇଛନ୍ତି କୋଚ :-

ଭିନେଶଙ୍କ କୋଚ୍‌ ୱଲର ଆକୋସ୍ ଏହି ପୋଷ୍ଟକୁ ହଙ୍ଗେରୀ ଭାଷାରେ ଲେଖିଥିଲେ, ଯାହା ସେ ବର୍ତ୍ତମାନ ହଟାଇ ଦେଇଛନ୍ତି । କିନ୍ତୁ ଏହା ପୂର୍ବରୁ ପୋଷ୍ଟଟିକୁ ପଢାଯାଇଥିଲା । ଏହି ପ୍ରକ୍ରିୟା ପରେ ଭିନେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା ବୋଲି ମଧ୍ୟ ସେ ଲେଖିଥିଲେ । ଡାକ୍ତରଖାନାରୁ ଫେରିବାବେଳେ ଯଦିଓ ଭିନେଶଙ୍କ ହୃଦୟ ଭାଙ୍ଗିଯାଇଥିଲା, ହେଲେ ମଧ୍ୟ ସେ ସକରାତ୍ମକ କାର୍ଯ୍ୟ ଉପରେ ଧ୍ୟାନ ଦେଉଥିଲେ ବୋଲି କୋଚ ଆକୋସ ନିଜ ପୋଷ୍ଟରେ ପ୍ରକାଶ କରିଥିଲେ ।

'ମେଡାଲ, ପୋଡ଼ିୟମ ସାଧାରଣ ବସ୍ତୁ' :-

ଆକୋସ୍ ଆହୁରି ଲେଖିଛନ୍ତି ଯେ, ଡାକ୍ତରଖାନାରୁ ଫେରୁଥିବା ସମୟରେ ସେହି ରାତିରେ ସେମାନଙ୍କ ମଧୟରେ ଏକ ବାର୍ତ୍ତାଳାପ ହୋଇଥିଲା । ବିନେଶ ଫୋଗାଟ କହିଥିଲେ, 'ସାର, ଆପଣ ଦୁଃଖ କରନ୍ତୁ ନାହିଁ । କାରଣ ଆପଣ ମୋତେ କହିଛନ୍ତି ଯେ ଯଦି ମୁଁ ନିଜକୁ ଏକ କଠିନ ପରିସ୍ଥିତିରେ ପାଏ ଏବଂ ମୋତେ ଅତିରିକ୍ତ ଶକ୍ତି ଦରକାର ହୁଏ, ତେବେ ମୁଁ ଭାବିବା ଉଚିତ୍ ଯେ ମୁଁ ଦୁନିଆର ଶ୍ରେଷ୍ଠ ମହିଳା ରେସଲର । ଜାପାନର ୟୁଇ ସୁସାକିଙ୍କୁ ମୁଁ ହରାଇଛି । ମୁଁ ମୋର ଲକ୍ଷ୍ୟ ହାସଲ କରିଛି । ମୁଁ ପ୍ରମାଣ କରିଛି ଯେ ମୁଁ ଦୁନିଆର ସର୍ବୋତ୍ତମ ରେସଲରମାନଙ୍କ ମଧ୍ୟରୁ ଜଣେ । ଆମେ ପ୍ରମାଣ କରିଛୁ ଯେ ଗେମପ୍ଲାନ୍ କାମ କରେ । ପଦକ, ପୋଡିୟମ୍ କେବଳ ସାଧାରଣ ବସ୍ତୁ । ଆମ ପ୍ରଦର୍ଶନକୁ କେହି ଛଡ଼ାଇ ପାରିବେ ନାହିଁ ।'

Vinesh Phogat
Vinesh Phogat (IANS Photo)

କ'ଣ ଥିଲା ପୂରା ଘଟଣା ? :-

ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସ୍‌ଲିଂରେ ସେମିଫାଇାନଲରେ ବିଜୟୀ ହେବାପରେ ଫାଇାନଲରେ ପ୍ରବେଶ କରିଥିଲେ ଭିନେଶ ଫୋଗାଟ । ଏହା ପରଦିନ ତାଙ୍କର ଫାଇନାଲ ମ୍ୟାଚ ରହିଥିଲା । ଏହା ପୂର୍ବରୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । 50 କିଲୋଗ୍ରାମରୁ ମାତ୍ର 100 ଗ୍ରାମ ଅଧିକ ଓଜନ ହେବାରୁ ଫାଇନାଲରୁ ବଞ୍ଚିତ ହେବା ସହ ପଦକ ମଧ୍ୟ ହାତରୁ ଚାଲିଯାଇଥିଲା । ଏହି ଖବର ଶୁଣିବା ପରେ ପୁରା ଭାଙ୍ଗି ପଡିଥିଲେ ଭିନେଶ । ଏହି ହୃଦୟ ବିଦାରକ ଘଟଣାରେ ସମସ୍ତ ଦେଶବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯେତେବେଳେ ଭିନେଶଙ୍କୁ ଓଜନ କରିବାକୁ ନିଆଯାଇଥିଲା, ଏହା ପୂର୍ବ ରାତିସାରା ତାଙ୍କୁ ଏକ କଠିନ ଶାରିରୀକ ପରୀକ୍ଷା ଦେବାକୁ ପଡିଥିଲା । ଲଗାତାର 5 ଘଣ୍ଟା ଭିନେଶ ଏବଂ ତାଙ୍କ କୋଚିଂ କର୍ମଚାରୀମାନେ ଭିନେଶଙ୍କ ଓଜନ ହ୍ରାସ କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ । ଏପରିକି ଭିନେଶଙ୍କର କେଶ କାଟିବା, ରକ୍ତ ବାହାର କରିବା ଏବଂ ଅନ୍ୟାନ୍ୟ କଠୋର ପଦକ୍ଷେପ ନିଆଯାଇଥିଲା । ହେଲେ ଶେଷରେ ଭିନେଶଙ୍କ କୋଚ ନିଜ କାର୍ଯ୍ୟକୁ ଠିକ୍ ଭାବରେ କରିନଥିବା କୁହାଯାଇଥିଲା ଏବଂ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏପରିକି IOA ସଭାପତି ପିଟି ଉଷା ଭିନେଶ ଏବଂ ତାଙ୍କ ପ୍ରଶିକ୍ଷକଙ୍କୁ ଏଥିପାଇଁ ଦାୟୀ କରିଥିଲେ ।

CAS ଖାରଜ କଲେ ଭିନେଶଙ୍କ ଆବେଦନ :-

ଫାଇନାଲ ପୂର୍ବରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ନିଷ୍ପତ୍ତି ବିରୋଧରେ ଭିନେଶଙ୍କ ସମେତ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ (CAS)ରେ ଆବେଦନ କରିଥିଲେ । ଫାଇନାଲରେ ପହଞ୍ଚିଥିବାରୁ ସଂଯୁକ୍ତ ରୌପ୍ୟ ପଦକ ପାଇଁ ଆବେଦନ କରାଯାଇଥିଲା । ହେଲେ 14 ତାରିଖ ଦିନ CAS ଭିନେଶଙ୍କ ଆବେଦନକୁ ଖାରଜ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମଉଳିଲା ଭିନେଶ ଫୋଗତଙ୍କ ରୌପ୍ୟ ପଦକ ଆଶା, CASରେ ଆବେଦନ ଖାରଜ - CAS Dismissed Vinesh Phogat Appeal

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.