ETV Bharat / sports

ଭିନେଶଙ୍କ ବଡ଼ ଖୁଲାସା, 'ପ୍ୟାରିସ ଅଲିମ୍ପିକ୍ସରେ ହୋଇଥିଲା ରାଜନୀତି', PT ଉଷାଙ୍କୁ ଟାର୍ଗେଟ - Vinesh Phogat Big Allegation

author img

By ETV Bharat Sports Team

Published : Sep 11, 2024, 5:10 PM IST

Updated : Sep 11, 2024, 5:48 PM IST

vinesh phogat big allegation: ମୁହଁ ଖୋଲିଲେ ଅଲିମ୍ପିଆନ ଭିନେଶ ଫୋଗତ । ପିଟି ଉଷାଙ୍କ ସମେତ ଅନେକଙ୍କ ନାଁରେ ଆଣିଲେ ଅଭିଯୋଗ । ପ୍ୟାରିସରେ ତାଙ୍କ ସହ ଚକ୍ରାନ୍ତ କରାଯାଇଥିବା ଆଣିଲେ ଆରୋପ ।

vinesh phogat big allegation
vinesh phogat big allegation (ETV Bharat Odisha)

ନୂଆଦିଲ୍ଲୀ: ଏବେ ରାଜନୀତିରେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗତ । ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ପଦକ ହରାଇବା ପରେ ଏବେ ରାଜନୀତିକୁ ଓହ୍ଲାଇଛନ୍ତି । କଂଗ୍ରେସ ଦଳରେ ସାମିଲ ହେବା ସହ ହରିୟାଣା ବିଧାନସଭା ନିର୍ବାଚନରେ ବିଧାୟକ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି । ଜୁଲାନ ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଛନ୍ତି । ଏଭଳି ସମୟରେ ପ୍ୟାରିସ ଅଲିମ୍ପିକ୍ସକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ଭିନେଶ । ପ୍ୟାରିସ ଅଲିମ୍ପିକ୍ସରେ ତାଙ୍କ ସହ କେମିତି ହୋଇଥିଲା ଅନ୍ୟାୟ ? ଏହା ପଛରେ କେଉଁମାନଙ୍କର ଭୂମିକା ଥିଲା ? ଏବଂ ସେ କାହିଁକି ପଦକରୁ ବଞ୍ଚିତ ହେଲେ, ସବୁ କଥାର ଖୁଲାସା କରିଛନ୍ତି ନିଜେ ଭିନେଶ ।

ଭିନେଶଙ୍କ ବଡ଼ ଖୁଲାସା
ଭିନେଶଙ୍କ ବଡ଼ ଖୁଲାସା (X)

କଣ କହିଲେ ଭିନେଶ ?

2024 ପ୍ୟାରିସ ଅଲିମ୍ପିକ୍ସ ପରେ ଏବେ ଚର୍ଚ୍ଚାରେ ୨୦୨୪ ବିଧାନସଭା ନିର୍ବାଚନ । ହରିୟାଣା ଏବଂ ଜମ୍ମୁ କାଶ୍ମୀର, ଏହି ଦୁଇ ରାଜ୍ୟରେ ହେଉଛି ବିଧାନସଭା ନିର୍ବାଚନ । ନିର୍ବାଚନୀ ତାତିକୁ ଅଧିକ ତତଲା କରିଛି, ରାଜନୀତିରେ ଅଲିମ୍ପିଆନ ଭିନେଶ ଫୋଗତଙ୍କ ଏଣ୍ଟ୍ରି । ପ୍ୟାରିସ ଅଲିମ୍ପିକ୍ସରେ ନିରାଶ ହୋଇ ଫେରିବା ପରେ, ହରିୟାଣା ବିଧାନସଭା ନିର୍ବାଚନ ବାଜି ଲଗାଇଛନ୍ତି ଭିନେଶ । ସେ କଂଗ୍ରେସ ଟିକେଟରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ଏହି ଅବସରରେ ପ୍ୟାରିସ ଅଲିମ୍ପିକ୍ସରେ ତାଙ୍କ ସହ ଘଟିଥିବା ଚକ୍ରାନ୍ତକୁ ପଦାକୁ ଆଣିଛନ୍ତି । ବରିଷ୍ଠ ସାମ୍ବାଦିକ ଅଜିତ ଅଞ୍ଜୁମଙ୍କ ସହ ତାଙ୍କ YouTube ଚ୍ୟାନେଲକୁ ସାକ୍ଷାତକାର ଦେଇ ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ଭିନେଶ । ପ୍ୟାରିସ ଅଲିମ୍ପିକ୍ସରେ ସେ କାହିଁକି ଅଯୋଗ୍ୟ ଘୋଷିତ ହେଲେ, ତାକୁ ନେଇ ଦେଇଛନ୍ତି ବଡ଼ ବୟାନ ।

ଅଲିମ୍ପିକ୍ସ ରାଜନୀତିରେ ଶିକାର ହୋଇଥିଲେ କି ଭିନେଶ ?

ପ୍ୟାରିସ ଅଲିମ୍ପିକ୍ସରେ ମହିଳା ରେସଲିଂ ବିଭାଗର ୫୦ କିଲୋଗ୍ରାମ ବର୍ଗରେ ଫାଇନାଲରେ ପ୍ରବେଶ କରିଥିଲେ ଭିନେଶ । ସେ ଫାଇନାଲକୁ ଉନ୍ନିତ ହେବା ପରେ, ଦେଶରେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ । ଭିନେଶ ଦେଶ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ (Gold Medal) ଆଣିବେ ବୋଲି ଏକ ପ୍ରକାର ସମ୍ଭାବନା ସୃଷ୍ଟି ହୋଇଥିଲା । ମାତ୍ର ଭିନେଶଙ୍କ ସହ ସାଥ୍ ହେଲାନି ଭାଗ୍ୟ । ଭିନେଶଙ୍କ କ୍ୟାଟେଗୋରୀ ୫୦ କେଜି ଥିବା ବେଳେ, ଫାଇନାଲ ଇଭେଣ୍ଡ ପୂର୍ବରୁ ବଢ଼ିଯାଇଥିଲା ତାଙ୍କ ଓଜନ । ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ ଭିନେଶ । ଭିନେଶଙ୍କ ଓଜନ ରାତିରେ ହଠାତ ୨ କିଲୋଗ୍ରାମ ବଢ଼ି ଯାଇଥିଲା । ଓଜନ କମାଇବାକୁ ସେ ରାତି ସାରା ଉଦ୍ୟମ କରିଥିଲେ । ଏପରିକି ପୋଷାକ ସାଇଜ କମାଇବା ସହ ଚୁଟି ମଧ୍ୟ ଛୋଟ କରିଥିଲେ । ତଥାପି ୧୦୦ ଗ୍ରାମ ଅଧିକ ରହିଥିଲା ଭିନେଶଙ୍କ ଓଜନ । ଅର୍ଥାତ ତାଙ୍କ ଓଜନ ୫୦ କେଜି ୧୦୦ ଗ୍ରାମ ରେକର୍ଡ କରାଯାଇଥିଲା । ଫଳରେ ଅନ୍ତତଃ ରୋପ୍ୟ ପାଇଁ ଯୋଗ୍ୟ ବିବେଚିତ ହୋଇ ସାରିଥିଲେ ମଧ୍ୟ, ଓଜନ ବୃଦ୍ଧି ପାଇଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ ।

vinesh phogat big allegation
vinesh phogat big allegation (IANS PHOTOS)
ଏହାମଧ୍ୟ ପଢ଼ନ୍ତୁ:'ଭିନେଶ ଫୋଗାଟଙ୍କ ଜୀବନ ଚାଲିଯାଇଥାଆନ୍ତା'; ଓଜନ କମାଇବା ରାତିର ପୂରା କାହାଣୀ କହିଲେ କୋଚ - Vinesh Phogat coach Woller Akos

PT ଉଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ :

ଭାରତୀୟ ଅଲିମ୍ପିକ୍ସ ସଂଘ ଅଧ୍ୟକ୍ଷା ପିଟି ଉଷାଙ୍କ ବିରୋଧରେ ଭିନେଶ ଆଣିଛନ୍ତି ସାଂଘାତିକ ଅଭିଯୋଗ । ମହିଳା ରେସଲର ଭିନେଶଙ୍କ ଆରୋପ '୫୦ କିଲୋଗ୍ରାମ ବର୍ଗ ଫାଇନାଲ ଦିନ ଓଜନ ମାପିବା ପରେ ହସପିଟାଲରେ ଭର୍ତ୍ତି ହୋଇଥିଲି । ପିଟି ଉଷା ହସପିଟାଲକୁ ଆସି ମୋତେ ସାକ୍ଷାତ କରିଥିଲେ । ମାତ୍ର ସେ ମୋତେ କୌଣସି ସହାୟତା ପ୍ରଦାନ କରିନଥିଲେ ।' ୩୦ ବର୍ଷୀୟ ଭିନେଶ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ' ସେ ବର୍ତ୍ତମାନ ରାଜନୀତିରେ ସାମିଲ ହୋଇଛନ୍ତି । ତେଣୁ କୁସ୍ତି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ । '

ଭିନେଶଙ୍କ ବଡ଼ ଖୁଲାସା
ଭିନେଶଙ୍କ ବଡ଼ ଖୁଲାସା (@Phogat_Vinesh)
ଏହାମଧ୍ୟ ପଢ଼ନ୍ତୁ: କାହିଁକି ଖାରଜ ହେଲା ଭିନେଶ ଫୋଗାଟଙ୍କ ମେଡାଲ ଅପିଲ ? କାରଣ କହିଲେ CAS - CAS on Vinesh Phogat Appeal

PT ଉଷାଙ୍କ ବିରୋଧରେ କଣ କହିଲେ ଭିନେଶ ?

ସାମାଜିକ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ବିସ୍ଫୋରକ ସୂଚନା ଦେଇଛନ୍ତି ଭିନେଶ । ସେ କହିଛନ୍ତି ଯେ 'ମୋତ ଜଣା ନାହିଁ କି ସେଠାରେ କି ସହାୟତା ମିଳିଲା । ପିଟି ଉଷା ମୋତେ ହସପିଟାଲରେ ଭେଟି ଏକ ଫଟୋ ଉଠାଇଥିଲେ । ସାଧାରଣତଃ ରାଜନୀତିରେ ବନ୍ଦ କୋଠରୀରେ ବହୁତ କିଛି ହୁଏ । ଠିକ୍ ସେପରି ପ୍ୟାରିସ ଅଲିମ୍ପିକ୍ସରେ ମଧ୍ୟ ମୋ ସହ ବଡ଼ ରାଜନୀତି ହୋଇଥିଲା । ଏଥିପାଇଁ ମୁଁ ପୂରା ଭାଙ୍ଗି ପଡ଼ିଥିଲି । ମୋ ଦିଲ୍ ଭାଙ୍ଗିଯାଇଥିଲା । ମୋତେ ବହୁତ ଲୋକ ଏବେ ବି କହୁଛନ୍ତି ଯେ, କୁସ୍ତି ଛାଡ଼ନ୍ତୁ ନାହିଁ । ଖେଳ ଜାରି ରଖନ୍ତୁ । କାରଣ ସବୁଠି ରାଜନୀତି ହୁଏ ।'

ଏହାମଧ୍ୟ ପଢ଼ନ୍ତୁ:କାହିଁକି ଖାରଜ ହେଲା ଭିନେଶ ଫୋଗାଟଙ୍କ ମେଡାଲ ଅପିଲ ? କାରଣ କହିଲେ CAS - CAS on Vinesh Phogat Appeal

ଆଉ କେଉଁ ଆରୋପ ଆଣିଲେ ଭିନେଶ ?

ଭିନେଶଙ୍କ ବଡ଼ ଖୁଲାସା
ଭିନେଶଙ୍କ ବଡ଼ ଖୁଲାସା (X)

ପିଟି ଉଷାଙ୍କ ସଂପର୍କରେ ଆହୁରି କହିଛନ୍ତି ଭିନେଶ ଫୋଗତ । ତାଙ୍କର ଅଭିଯୋଗ 'ଆପଣ ହସପିଟାଲ ବେଡରେ ପଡ଼ିଥିବେ ଏବଂ ଆପଣଙ୍କୁ ଜଣାନଥିବ କି ବାହାରେ କଣ ସବୁ ଘଟୁଛି । ଆଉ ଏସବୁ ଘଟୁଥିବ ସେତିକି ବେଳେ, ଯେତେବେଳେ ଆପଣ ଏକ ଖରାପ ସମୟ ଦେଇ ଗତି କରୁଥିବେ । ଏହି ସମୟରେ ଆପଣ କେବଳ ଅନ୍ୟ ସମସ୍ତଙ୍କୁ ଦେଖାଇବା ଭଳି ମୋ ସହ ଛିଡ଼ା ହୋଇଥିଲେ । ଆପଣ ମୋର ଅନୁମତି ନ ନେଇ ଏକ ଫଟୋ ଉଠାଇଲେ ଏବଂ ତାକୁ ସୋସିଆଲ ମିଡିଆରେ ଛାଡ଼ିଦେଲେ । ଆଉ ଏଥିରେ ଏହି ବାର୍ତ୍ତା ଦେବାକୁ ଚାହିଁଲେ କି ଆପଣ ମୋ ସହିତ ଅଛନ୍ତି । ଏଭଳି ଉପାୟରେ ସମର୍ଥନ ଦିଆଯାଏ ନାହିଁ ।'

ଏହାମଧ୍ୟ ପଢ଼ନ୍ତୁ: ପ୍ୟାରିସରୁ ଫେରିଲେ ରେସଲର ଭିନେଶ ଫୋଗତ; ଖାଲି ହାତରେ ଫେରିଥିବାରୁ କାନ୍ଦି ପକାଇଲେ, ସ୍ବାଗତ କଲେ ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକ - Vinesh Phogat arrives at Delhi

ଅଯୋଗ୍ୟ ପରେ କଣ କରିଥିଲେ ଭିନେଶ ?

ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ପରେ ଭିନେଶ Court of Arbitration for Sport (CAS)ରେ ଆବେଦନ କରିଥିଲେ ଏବଂ ଦାବି ଜଣାଇଥିଲେ କି, ଯେହେତୁ ସେ ଫାଇନାଲକୁ ଉନ୍ନିତ ହୋଇଛନ୍ତି, ତେଣୁ ତାଙ୍କୁ ରୌପ୍ୟ ( CILVER)ପଦକ ଦିଆଯାଉ । ମାତ୍ର CAS ତାଙ୍କ ଆବେଦନ ଅଗ୍ରାହ୍ୟ କରି ଦେଇଥିଲେ । ଶେଷରେ ବିନା ମେଡାଲରେ ପ୍ୟାରିସରୁ ନିରାଶ ହୋଇ ଫେରିଥିଲେ ଅଲିମ୍ପିଆନ ଭିନେଶ ଫୋଗତ ।

ଏହାମଧ୍ୟ ପଢ଼ନ୍ତୁ:ରାଜନୀତିରେ ପାଦ ଦେବେ ଭିନେଶ ଫୋଗାଟ; ଭଉଣୀଙ୍କ ବିରୋଧରେ ଲଢିବେ ନିର୍ବାଚନ ! - Vinesh Phogat may join Politics

ପ୍ୟାରିସରେ ଫେଲ୍, ପଲିଟିକ୍ସରେ ହେବେ କି ପାସ୍ ?

ଭିନେଶଙ୍କ ବଡ଼ ଖୁଲାସା
ଭିନେଶଙ୍କ ବଡ଼ ଖୁଲାସା (@Phogat_Vinesh)

ପ୍ୟାରିସରେ ନିଶ୍ଚିତ ପଦକ ପାଇବାରୁ ବଞ୍ଚିତ ହେଲେ ରେସଲର୍ ଭିନେଶ ଫୋଗତ । ପ୍ୟାରିସରେ ଫେଲ୍, ଏବେ ପଲିଟିକ୍ସରେ ଥାପିଛନ୍ତି ପାଦ । ବର୍ତ୍ତମାନ ସମୟରେ ଦେଶର ସବୁଠୁ ଚର୍ଚ୍ଚିତ ଆଥଲେଟ୍ ହେଉଛନ୍ତି ଭିନେଶ ଫୋଗତ । ପ୍ୟାରିସରେ କ୍ଲିନ ବୋଲ୍ଡ ପରେ ରାଜନୀତିକୁ ଡେଇଁଛନ୍ତି । ତେବେ ରାଜନୀତିରେ ଭିନେଶଙ୍କୁ ମିଳିବ କି ଭିକ୍ଟ୍ରି ? ଫୋଗତ ପଲିଟିକାଲ ପିଚ୍ ରେ ଛକା ମାରିବେ ନା କ୍ଲିନ ବୋଲ୍ଡ ହେବେ ? ରାଜନୀତିରେ ପୁଣି ତାଙ୍କ ସହ ହେବ ନାହିଁ ତ ଧୋକା ? ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୫ରେ ନିର୍ବାଚନ ଏବଂ ଅକ୍ଟୋବର ୮ରେ ରେଜଲ୍ଟ । ଭିନେଶଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

Last Updated : Sep 11, 2024, 5:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.