ETV Bharat / sports

ମନୁଙ୍କ ଉପରେ ବର୍ଷିଲା ଟଙ୍କା; କେନ୍ଦ୍ରମନ୍ତ୍ରୀ ଦେଇଦେଲେ ଏତେ ଟଙ୍କାର ଚେକ୍‌ - Manu Bhaker

author img

By ETV Bharat Sports Team

Published : Aug 16, 2024, 4:04 PM IST

Union Minister Sarbananda Sonowal felicitates Olympic Medalist Manu Bhaker : ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତ ପାଇଁ ଶୁଟିଂରେ ଦୁଇ ଦୁଇଟି ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିବା ଷ୍ଟାର ଶୁଟର ମନୁ ଭାକରଙ୍କୁ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ । ଜାଣନ୍ତୁ କେତେ ଟଙ୍କା ମିଳିଲା ପୁରସ୍କାର,

Manu Bhaker
Manu Bhaker (AP PHOTO)

ନୂଆଦିଲ୍ଲୀ : ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତ ପାଇଁ ଶୁଟିଂରେ ଦୁଇ ଦୁଇଟି ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି ଷ୍ଟାର ଶୁଟର ମନୁ ଭାକର । ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଏଭଳି ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମନୁ ଭାକରଙ୍କୁ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସମ୍ମାନିତ କରିଛନ୍ତି । ଏହା ସହିତ ତାଙ୍କୁ ପୁରସ୍କାର ସ୍ବରୂପ 10 ଲକ୍ଷ ଟଙ୍କାର ଚେକ୍ ମଧ୍ୟ ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସୋନୋୱାଲ ।

ମନୁଙ୍କ ଫ୍ୟାନ ହେଲେ କେନ୍ଦ୍ରମନ୍ତ୍ରୀ :-

ମନୁଙ୍କୁ ସମ୍ମାନିତ କରିବା ସମୟରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି, "ଆଜି ମନୁ ଭାକରଙ୍କ ପାଇଁ ଦେଶବାସୀ ଗର୍ବ ଅନୁଭବ କରୁଛନ୍ତି । ସେ ଭବିଷ୍ୟତରେ ଦେଶ ପାଇଁ ଆହୁରି ଅନେକ ପଦକ ଜିତିବାକୁ ଯାଉଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ । ତାଙ୍କର ଯୋଗ୍ୟତା, କ୍ଷମତା, ଦୂରଦର୍ଶିତା, ସମର୍ପଣ, ନିଷ୍ଠା, ପ୍ରତିବଦ୍ଧତା ଏବଂ କଠିନ ପରିଶ୍ରମ କରିବାକୁ ଆଗ୍ରହ ଅଛି । ମୁଁ ନିଶ୍ଚିତ ଯେ ମନୁ ତାଙ୍କ ସଚ୍ଚୋଟତା ଏବଂ ପ୍ରତିବଦ୍ଧତାର ମନୋଭାବ ​​ସହିତ ଆହୁରି ଅନେକ ସଫଳତା ହାସଲ କରିବେ ।

ଅଲିମ୍ପିକ୍ସ 2024ରେ ଇତିହାସ ରଚିଥିଲେ ମନୁ :-

ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ 2024ରେ ଇତିହାସ ରଚିଥିଲେ । ସେ ମହିଳା 10 ମିଟର ଏୟାର ପିସ୍ତଲ ଏକକ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଦେଶକୁ ପ୍ୟାରିସରୁ ପ୍ରଥମ ମେଡାଲ ଦେଇଥିଲେ । ଏହାପରେ ସରବଜୋତ ସିଂହଙ୍କ ସହ ମିଶି ସେ 10 ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ ଦ୍ବିତୀୟ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ । ଏହା ସହିତ ଗୋଟିଏ ଅଲିମ୍ପିକ୍ସ ସଂସ୍କରଣରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ ମନୁ ଭାକର । ଏହାପରେ ପ୍ୟାରିସ ଅଲିମ୍ପିକ୍ସ 2024 ଉଦ୍‌ଯାପନୀ ସମାରୋହରେ ମନୁଙ୍କୁ ଭାରତୀୟ ଦଳର ଧ୍ବଜାବାହକ ଘୋଷଣା କରାଯାଇଥିଲା ।

ଏଭଳି ଉଚ୍ଚକୋଟୀର ପ୍ରଦର୍ଶନ କରି ସ୍ବଦେଶ ଫେରିବା ପରେ ମନୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭୀୟ ପ୍ରମୁଖଙ୍କ ସମେତ ଅନେକ ନେତା ଓ ରାଜନେତା ଭେଟିଛନ୍ତି । ପ୍ୟାରିସ ଅଲିମ୍ପିକ୍ସ ପରେ ପିଏମ୍‌ ମୋଦି ଆଥଲେଟମାନଙ୍କୁ ଭେଟିଥିଲେ, ଯେଉଁଥିରେ ସେ ମନୁ ଭାକରଙ୍କର ବହୁତ ପ୍ରଶଂସା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Paris Olympics 2024; ସ୍ବାଧୀନତା ଦିବସରେ ଅଲିମ୍ପିକ୍ସ ହିରୋଙ୍କୁ ଭେଟିଲେ ମୋଦି, କହିଲେ ମେଡାଲ ବିଜେତା ଦେଶର ଗୌରବ - PM meets Indian Olympic contingent

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.