ETV Bharat / sports

କିଏ ହେବ ୟୁରୋ ଚମ୍ପିଆନ୍‌ ? 4ର୍ଥ ଟାଇଟଲ ଲକ୍ଷ୍ୟରେ ସ୍ପେନ୍‌; ଇଂଲଣ୍ଡ ଅପେକ୍ଷାର ଘଟିବ ଅନ୍ତ ! - European Football Championship 2024

author img

By ETV Bharat Odisha Team

Published : Jul 14, 2024, 10:05 PM IST

European Football Championship 2024: ବିଶ୍ବ ଦେଖିବ ନୂଆ ୟୁରୋ ଚମ୍ପିଆନ । 4ର୍ଥ ଟାଇଟଲ ହାସଲ କରିବ ସ୍ପେନ୍‌ ? ନା 58 ବର୍ଷ ଧରି ଇଂଲଣ୍ଡ କରିଥିବା ଅପେକ୍ଷାର ଘଟିବ ଅନ୍ତ ? ଅଧିକ ପଢ଼ନ୍ତୁ

European Football Championship 2024
European Football Championship 2024 (@UEFA)

ବର୍ଲିନ (ଜର୍ମାନୀ): ଦୀର୍ଘ 1 ମାସର ଲମ୍ବା ଲଢ଼େଇ ପରେ ଫାଇନାଲ୍‌ରେ ପହଞ୍ଚିଛି ଜର୍ମାନୀର ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ଲମ୍ବିଥିବା ମହାଦ୍ବିପୀୟ ପ୍ରତିସ୍ପର୍ଦ୍ଧା ୟୁରୋକପ୍‌ 2024 । ଏହି ବହୁଚର୍ଚ୍ଚିତ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ଫାଇଟ୍‌ ଅଲିମ୍ପିୟା ଷ୍ଟାଡିୟମରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ବ୍ୟାପୀ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଥିବା ସ୍ପେନ୍‌ ଓ ଇଂଲଣ୍ଡ ଏହି ଫାଇନାଲ୍‌ ଫାଇଟ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇବେ । ଭାରତୀୟ ସମୟ ଅନୁଯାୟୀ ଆଜି (ରବିବାର) ବିଳମ୍ବିତ ରାତି 12:30 ରେ ଏହି ଖେଳ ଆରମ୍ଭ ହେବ । ପ୍ରଥମ ଥର ପାଇଁ ବିଦେଶ ମାଟିରେ ଫାଇନାଲକୁ ଉନ୍ନିତ ହୋଇଥିବା ଇଂଲଣ୍ଡ ୫୮ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇବା ଲକ୍ଷ୍ୟରେ ରହିଛି । ସେପଟେ ଫୁଟବଲ ପଣ୍ଡିତଙ୍କ ଫେଭରେଟ୍‌ ସ୍ପେନ ।

ସ୍ପେନ୍‌ ଫେଭରେଟ୍‌:-

ସ୍ପେନ୍‌ ଏଥର ୟୁରୋକପ୍‌ରେ ଶ୍ରେଷ୍ଠ ଦଳ ଭାବେ ଉଭା ହୋଇଛି । କାରଣ ସ୍ପେନ୍‌ ଖେଳିଥିବା ସମସ୍ତ 6 ମ୍ୟାଚ୍‌ରେ ବିଜୟ ହାସଲ କରି ଫାଇନାଲ୍‌ରେ ପ୍ରବେଶ କରିଛି ଦଳ । ଅନ୍ୟପଟେ ଦଳର ତାରକା ଖେଳାଳିଙ୍କ ମଧ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି 17 ବର୍ଷୀୟ ଖେଳାଳି ଲାମିନ ୟାମାଲ । ସେ ୟୁରୋକପ୍‌ ଇତିହାସର ସର୍ବକନିଷ୍ଠ ଗୋଲ ସ୍କୋରର ପାଲଟିଥିବାରୁ ଫାଇନାଲ୍‌ ଫାଇଟ୍‌ରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ । ସମାନ ଭାବେ ମିଡ୍‌-ଫିଲ୍ଡର ଡାନି ଓଲମୋ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି । ତେବେ ଫାଇନାଲ୍‌ରେ ଦଳୀୟ କୋଚ୍‌ଙ୍କ ରଣନୀତି କଣ ରହୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର । ସମ୍ପୂର୍ଣ୍ଣ ପ୍ରତିଯୋଗିତାର ପ୍ରଦର୍ଶନକୁ ଦେଖିଲେ ସ୍ପେନ୍‌ ଏଥର 4ର୍ଥ ଟାଇଟଲ୍‌ ହାସଲ କରିବାରେ ସଫଳ ହେବ ବୋଲି ଫୁଟବଲ ପଣ୍ଡିତମାନେ ଆକଳନ କରୁଛନ୍ତି ।

58 ବର୍ଷ ଅପେକ୍ଷାର ଅନ୍ତ ଘଟାଇବ ଇଂଲଣ୍ଡ:-

ଏଥର ୟୁରୋକପ୍‌ ଟାଇଟଲ୍‌ ହାସଲ କରି 58 ବର୍ଷର ପ୍ରତୀକ୍ଷାର ଅବସାନ ଘଟାଇବା ଲକ୍ଷ୍ୟରେ ରହିଛି ଇଂଲିସ୍‌ ଟିମ୍‌ । ଶେଷଥର ପାଇଁ 1966 ମସିହାରେ ଇଂଲଣ୍ଡ ଜିତିଥିଲା ଫୁଟବଲ ବିଶ୍ବକପ୍‌ । ଏହା ପରଠାରୁ ଆଜି ପର୍ଯ୍ୟନ୍ତ ଫୁଟବଲରେ କୌଣସି ମେଜର ଟ୍ରଫି ହାସଲ କରିବାରେ ଅସମର୍ଥ ରହିଛି ଇଂଲଣ୍ଡ । ଏପରିକି 2020 ୟୁରୋକପ୍‌ରେ ଦଳ ଇଟାଲୀଠାରୁ ଅପ୍ରତ୍ୟାଶିତ ପରାଜୟ ହାସଲ କରି ରନର୍‌-ଅପ୍‌ ହୋଇଥିଲା । ଏଥର ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ଦଳର ପ୍ରଦର୍ଶନ ବିଶେଷଭାବେ ହ୍ୟାରି କେନ୍‌ ଓ ଜୁଡ୍‌ ୱେଲିଂହାମଙ୍କ ଉପରେ ନିର୍ଭରଶୀଳ ରହିଆସିଛି । ମିଡ୍‌-ଫିଲ୍ଡ୍‌ରେ ମଧ୍ୟ ବୁକାୟୋ ସାକା ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ତେଣୁ ଏଥର ଦଳର ଅପେକ୍ଷାର ଅନ୍ତ ଘଟିବ ବୋଲି ବିଶ୍ବସ କରାଯାଇପାରେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସରେ ଭାରତ, ଜାଣନ୍ତୁ କେଉଁ ଇଭେଣ୍ଟରେ ଭାଗ ନେବେ କେଉଁ ଖେଳାଳି ? - Paris Olympics 2024

ସ୍ପେନ୍‌ ଓ ଇଂଲଣ୍ଡର ପ୍ରତ୍ୟେକ ଖେଳାଳି ୟୁରୋକପ୍‌ ଉଠାଇବାକୁ ଫାଇନାଲ୍‌ ଫାଇଟ୍‌ରେ 90 ମିନିଟ୍‌ ପାଇଁ ନିଜ ଜୀବନ ବାଜୁ ଲଗାଇବେ । ତେବେ ଦେଖିବାକୁ ରହିଲା, କିଏ ପିନ୍ଧିବ ବିଜୟ ମୁକୁଟ ! ଭାରତୀୟ ସମୟ ଅନୁସାରେ ରବିବାର (14 ଜୁଲାଇ) ବିଳମ୍ବିତ ରାତିରେ ଏହି ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ଜୁଲାଇ 15ରେ ବିଶ୍ବ ଦେଖିବ ନୂଆ ୟୁରୋ ଚମ୍ପିଆନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.