ETV Bharat / sports

ହଟ୍‌ଷ୍ଟାର କି ଜିଓ ସିନେମା ନୁହେଁ, ଏଠାରେ ଦେଖନ୍ତୁ IND vs SL ଲାଇଭ୍‌ ମ୍ୟାଚ୍‌ - IND VS SL 2ND ODI

author img

By ETV Bharat Sports Team

Published : Aug 2, 2024, 2:09 PM IST

Updated : Aug 4, 2024, 12:29 PM IST

IND vs SL 1st ODI Live Streaming : ଭାରତ ବନାମ ଶ୍ରୀଲଙ୍କା 3 ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଡ୍ର' ହୋଇଥିଲା । ଆଜି ଖେଳାଯିବ ଦ୍ବିତୀୟ ଦିନିକିଆ । ହେଲେ ହଟଷ୍ଟାର କିମ୍ବା ଜିଓ ସିନେମାରେ ଆପଣ ଦେଖିବାକୁ ପାଇବେନି ମ୍ୟାଚ୍‌ର କୌଣସି ଲାଇଭ ଷ୍ଟ୍ରିମିଂ । କେମିତି ଦେଖିବେ ଜାଣନ୍ତୁ,

IND vs SL 1st ODI Live Streaming
IND vs SL 1st ODI Live Streaming (IANS)

କଲମ୍ବୋ (ଶ୍ରୀଲଙ୍କା): ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । କଲମ୍ବୋର ଆର.ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ରୋମାଞ୍ଚକର ଭାବେ ଅମିମାଂସିତ ରହିଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳକୁ ଦିନିକିଆ ସିରିଜ ଜିତିବାକୁ ହେଲେ ଶ୍ରୀଲଙ୍କା ବିପକ୍ଷରେ ଅବଶିଷ୍ଟ 2ଟି ମ୍ୟାଚ୍‌ ଜିତିବାକୁ ହେବ । ଆଜି ଦ୍ବିତୀୟ ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି । ମୁଖ୍ୟ ପ୍ରଶିକ୍ଷକ ଭାବରେ ଏହା ଗୌତମ ଗମ୍ଭୀରଙ୍କର ପ୍ରଥମ ଦିନିକିଆ ସିରିଜ୍ ହୋଇଥିବାରୁ ଦଳ ଏହାକୁ ଜିତିବାକୁ ଚାହିଁବ । ତେବେ ଆପଣ ଏହି ସିରିଜ ଦେଖିବାକୁ ନେଇ ଚିନ୍ତିତ କି ? ହଟ୍‌ଷ୍ଟାର କି ଜିଓ ସିନେମା ନୁହେଁ, ଜାଣନ୍ତୁ କେମିତି ଦେଖିବେ ଏହି ସିରିଜର ସମସ୍ତ ଲାଇଭ୍‌ ମ୍ୟାଚ୍‌ ।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ଅପରାହ୍ନ 2:30ରେ ଆରମ୍ଭ ହେବ । ଏହା ସହିତ ମ୍ୟାଚ୍‌ ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ ଟସ୍‌ ଅପରାହ୍ନ 2ଟାରେ ପଡ଼ିବ । ତେବେ ଏହି ଦିନିକିଆ ସିରିଜ୍‌ର ମ୍ୟାଚ୍‌ ଗୁଡ଼ିକ ହଟଷ୍ଟାର କିମ୍ବା ଜିଓ ସିନେମାରେ ଉପଲବ୍ଧ ହେବନାହିଁ । ଏଠାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆପଣ ଏହି ମ୍ୟାଚ୍‌କୁ କେବେ, କେଉଁଠାରେ ଏବଂ କିପରି ଦେଖିପାରିବେ । ଆସନ୍ତୁ ମ୍ୟାଚ୍ ସହିତ ଜଡିତ କିଛି ବିଶେଷ ସୂଚନା ଉପରେ ନଜର ପକାଇବା,

  • ଭାରତ ବାନାମ ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ ମ୍ୟାଚ୍‌ କେତେବେଳେ ଖେଳାଯିବ ?
    ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଦିନିକିଆ ମୁକାବିଲା ଆଜି (4 ଅଗଷ୍ଟ) ଦିନ 2:30 ସମୟରୁ ଖେଳାଯିବ ।
  • ଭାରତ ବନାମ ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ କେଉଁଠାରେ ଖେଳାଯିବ ?
    ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ସିରିଜର ସମସ୍ତ ଦିନିକିଆ ମ୍ୟାଚ୍‌ କଲମ୍ବୋସ୍ଥିତ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ ।
  • ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ମ୍ୟାଚ୍‌ ଟିଭିରେ କେମିତି ଦେଖିବେ ?
    ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ୍‌ର ସମସ୍ତ ମ୍ୟାଚ୍‌ ଗୁଡ଼ିକ ଆପଣ ସୋନି ଟିଭି ନେଟୱାର୍କରେ ଦେଖିପାରିବେ ।
  • ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଲାଇଭ ଷ୍ଟ୍ରିମିଂ କିପରି ଦେଖିବେ ?
    ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ୍‌ର ସମସ୍ତ ମ୍ୟାଚ୍‌ ଗୁଡ଼ିକର ଅନ୍‌ଲାଇନ ଲାଇଭ ଷ୍ଟ୍ରିମିଂ ହଟଷ୍ଟାର କିମ୍ବା ଜିଓ ସିନେମା ନୁହେଁ, ବରଂ ସୋନି ଲିଭରେ ପ୍ରସାରଣ କରାଯିବ ।

ଭାରତ ବନାମ ଶ୍ରୀଲଙ୍କା ଦିନିକିଆ ସିରିଜ୍‌ କ୍ରୀଡ଼ାସୂଚୀ:-

  • ପ୍ରଥମ ଦିନିକିଆ : 2 ଅଗଷ୍ଟ, ଆର୍‌ ପ୍ରେମଦାସା ଷ୍ଟାଡିୟମ, କଲମ୍ବୋ, ଦିନ 2:30 (Match Tied)
  • ଦ୍ବିତୀୟ ଦିନିକିଆ : 4 ଅଗଷ୍ଟ, ଆର୍‌ ପ୍ରେମଦାସା ଷ୍ଟାଡିୟମ, କଲମ୍ବୋ, ଦିନ 2:30
  • ତୃତୀୟ ଦିନିକିଆ : 7 ଅଗଷ୍ଟ, ଆର୍‌ ପ୍ରେମଦାସା ଷ୍ଟାଡିୟମ, କଲମ୍ବୋ, ଦିନ 2:30

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 4, 2024, 12:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.