ETV Bharat / sports

ଟିମ୍‌ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ; ଆସିଲା କ୍ରୀଡାସୂଚୀ, ଦେଖନ୍ତୁ କେଉଁଠି କେବେ ହେବ ମ୍ୟାଚ ? - IND vs SL

author img

By ETV Bharat Odisha Team

Published : Jul 12, 2024, 9:02 AM IST

INDIA TOUR OF SRI LANKA SCHEDULE: ଭାରତ-ଶ୍ରୀଲଙ୍କା ଟି20 ଓ ଦିନିକିଆ ସିରିଜ ପାଇଁ କ୍ରୀଡାସୂଚୀ ଘୋଷଣା । ପାଲେକେଲେରେ ଟି-20 ଓ କଲମ୍ବୋରେ ଏକଦିବସୀୟ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ

INDIA TOUR OF SRI LANKA SCHEDULE
INDIA TOUR OF SRI LANKA SCHEDULE (IANS)

ନୂଆଦିଲ୍ଲୀ: ଜିମ୍ବାଓ୍ବେ ବିପକ୍ଷ ଟି 20 ସିରିଜ ପରେ ଆସନ୍ତା ଜୁଲାଇ ଶେଷ ସପ୍ତାହରେ ଶ୍ରୀଲଙ୍କା ଗସ୍ତ କରିବ ଟିମ୍‌ ଇଣ୍ଡିଆ । ଏହା ପୂର୍ବରୁ ଭାରତ-ଶ୍ରୀଲଙ୍କା ଟି20 ଓ ଦିନିକିଆ ସିରିଜ ପାଇଁ କାର୍ଯ୍ୟସୂଚୀ ବିସିସିଆଇ ଘୋଷଣା କରିଛି । ଏହି ଗସ୍ତ ସମୟରେ ଘରୋଇ ଟିମ୍‌ ସହ ତିନି ଟିକିଆ ଟି 20 ସିରିଜ ଓ ତିନି ଟିକିଆ ଦିନିକିଆ ମ୍ୟାଚ ଖେଳିବ ଟିମ୍‌ ଇଣ୍ଡିଆ । ପାଲେକେଲେରେ ଟି20 ଓ କଲମ୍ବୋରେ ଏକଦିବସୀୟ ମ୍ୟାଚ ଖେଳାଯିବ ।

IND VS SL
IND VS SL (ETV BHARAT ODISHA)

ଉଭୟ ଫର୍ମାଟର ଖେଳସୂଚୀ: ଜୁଲାଇ 26 ତାରିଖରେ ପ୍ରଥମ ଟି20 ମ୍ୟାଚ ଖେଳାଯିବ । ଏହାପରେ ଜୁଲାଇ 27 ଓ 29ରେ ଦ୍ବିତୀୟ ଓ ଶେଷ ମ୍ୟାଚ ଖେଳାଯିବ । ଏହି ସିରିଜ ସରିବା ପରେ ଏକ ଦିବସୀୟ ସିରିଜ ଆରମ୍ଭ ହେବ । ଅଗଷ୍ଟ ପହିଲାରେ ପ୍ରଥମ ମ୍ୟାଚ ଓ ଅଗଷ୍ଟ 4ରେ ଦ୍ବିତୀୟ, ଅଗଷ୍ଟ 7 ତାରିଖରେ ତୃତୀୟ ମ୍ୟାଚ ଖେଳାଯିବ ।

ଟି 20ରେ ପାଣ୍ଡ୍ୟା ଓ ଦିନିକିଆରେ ରାହୁଲ ଅଧିନାୟକ !: ଭାରତ ଦ୍ବିତୀୟ ଥର ଟି 20 ବିଶ୍ବକପ ଜିତାଇବା ପରେ ରୋହିତ ଶର୍ମା, କୋହଲି ଓ ଜାଡେଜା ଏହି ଫର୍ମାଟରୁ ଅବସର ନେଇଛନ୍ତି । ତେଣୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଟି20 ସିରିଜରେ ପାଣ୍ଡ୍ୟା ଅଧିନାୟକ ଭାର ତୁଲାଇ ପାରନ୍ତି । ସେହିପରି ରୋହିତ ବିଶ୍ରାମ ନେଇଥିବାରୁ ଦିନିକିଆ ସିରିଜରେ କେଏଲ ରାହୁଲ ଅଧିନାୟକ ହୋଇପାରନ୍ତି ବୋଲି କୁହାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବିସିସିଆଇ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ-ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍‌ ଇଣ୍ଡିଆ, ଏହିଠାରେ ହେବ ମ୍ୟାଚ - Champions Trophy 2025

ଶ୍ରୀଲଙ୍କା ବିପକ୍ଷ ସିରିଜରେ କାହାକୁ ମିଳିବ ସ୍ଥାନ: ଶ୍ରୀଲଙ୍କା ବିପକ୍ଷ ଟି୨୦ ଓ ଦିନିକିଆ ଉଭୟ ସିରିଜରୁ ବୁମ୍‌ରାଙ୍କୁ ବାଦ ଦିଆଯିବ । କୋହଲି ଓ ରୋହିତଙ୍କୁ ମଧ୍ୟ ଏହି ଦିନିକିଆ ଶୃଙ୍ଖଳାରୁ ବିଶ୍ରାମ ଦେବାକୁ ଚାହୁଁଛି ବିସିସିଆଇ । ତେଣୁ ଯୁବ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିବ । ଜିମ୍ବାଓ୍ବେ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଶ୍ରୀଲଙ୍କା ଗସ୍ତ କରିପାରନ୍ତି । ବ୍ୟାଟିଂରେ ଗିଲ, ପନ୍ତ, ସାମସନ, ଜୟସ୍ବାଲ, ସୂର୍ଯ୍ୟ କୁମାର ଓ ଅଭିଶେଖ ଶର୍ମାଙ୍କୁ ଚୟନ କରାଯିବାର ଯଥେଷ୍ଟ ସମ୍ବାବନା ରହିଛି । ସେହିପରି ବୋଲିଂରେ ସିରାଜ, କୁଳଦୀପ, ଅର୍ଶଦୀପଙ୍କ ପରି ଖେଳାଳିଙ୍କୁ ଚୟନ କରାଯାଇ ପାରେ ।

ଶ୍ରୀଲଙ୍କା ଗସ୍ତରୁ କାର୍ଯ୍ୟଭାର ଆରମ୍ଭ କରିବେ ଗମ୍ଭୀର: ଭାରତୀୟ କ୍ରିକେଟ ଟିମ୍‌ର ନୂଆ ମୁଖ୍ୟ କୋଚ ହୋଇଛନ୍ତି ଗୌତମ ଗମ୍ଭୀର । ଶ୍ରୀଲଙ୍କା ଗସ୍ତରେ ସେ ତାଙ୍କ କାର୍ଯ୍ୟଭାର ଆରମ୍ଭ କରିବେ । ଏହି ସିରିଜରେ ଭାରତୀୟ ଦଳକୁ ବିଜୟୀ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.