ETV Bharat / sports

Teachers Day 2024: କ୍ରିକେଟରରୁ କ୍ରିକେଟ ଗୁରୁ, ଖେଳାଳି ଭାବେ ଦେଶ ପାଇଁ ସ୍ବନାମ, କୋଚ୍ ଭାବେ ଜିତିଲେ ବିଶ୍ବକପ - Indian cricketer Work As Head Coach

author img

By ETV Bharat Odisha Team

Published : Sep 5, 2024, 5:37 PM IST

Updated : Sep 5, 2024, 6:00 PM IST

Indian cricketers worked as head coach of the team; ତେବେ କ୍ରିକେଟ ପାଇଁ ପାଗଳ ଦେଶରେ ଭାରତୀୟ କ୍ରିକେଟ ଇତିହାସରେ ଅନେକ କ୍ରିକେଟର ଅଛନ୍ତି ଯିଏ ପ୍ରଥମେ କ୍ରିକେଟର ଭାବେ ଦେଶ ପାଇଁ ସ୍ବନାମ ଆଣିବା ପରେ ବନିଛନ୍ତି କ୍ରିକେଟ ଗୁରୁ । କ୍ରିକେଟ ଶିକ୍ଷା ପ୍ରଦାନ କରି ଉତାରିଛନ୍ତି ଲକ୍ଷ ଲକ୍ଷ ରାଇଜିଂ କ୍ରିକେଟର । ଅଧିକ ପଢନ୍ତୁ

Kapil Dev, Anil Kumble, Ravi Shastri and Rahul Dravid
Kapil Dev, Anil Kumble, Ravi Shastri Rahul and Dravid ((ANI))

ହାଇଦ୍ରାବାଦ: ଆଜି ଗୁରୁ ଦିବସ । ପ୍ରତି ବର୍ଷ ସେପ୍ଟେମ୍ବର 5 ତାରିଖକୁ ଭାରତରେ ଗୁରୁ ଦିବସ ଭାବେ ପାଳନ କରାଯାଏ । ଶିକ୍ଷାଦାନ ପ୍ରତି ଅତୁଳନୀୟ ଅବଦାନକୁ ସ୍ମରଣ କରି ଭାରତର ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିକୁ ଗୁରୁଦିବସ ଭାବେ ପ୍ରତିବର୍ଷ ଆଜିର ଦିନରେ ପାଳନ କରାଯାଏ । ତେବେ କ୍ରୀଡା ହଉକି ମନୋରଞ୍ଜନ, ଶିକ୍ଷା ହେଉ କି ସ୍ବାସ୍ଥ୍ୟ ସଦା ସର୍ବଦା ବ୍ୟକ୍ତିର ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି ଗୁରୁ । ଖାଲି ସେତିକିରେ ଅଟକିନାହାଁନ୍ତି କ୍ରିକେଟର ଭେଟେରାନ ଖେଳାଳି । ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ବନି ଦେଶ ପାଇଁ ଆଣିଛନ୍ତି ରେକର୍ଡ ପରେ ରେକର୍ଡ । ତେବେ ଏଭଳି କ୍ରିକେଟ ଗୁରୁଙ୍କ ବିଷୟରେ ଆଜି ଗୁରୁ ଦିବସରେ ଜାଣନ୍ତୁ କିଛି ଖାସ ତଥ୍ୟ-

ରାହୁଲ ଦ୍ରାବିଦ-

2021ରୁ 2024 ପର୍ଯ୍ୟନ୍ତ 3 ବର୍ଷ ଧରି ଟିମ୍ ଇଣ୍ଡିଆର କୋଚ ରହିଥିଲେ ରାହୁଲ ଦ୍ରାବିଡ । ଦ୍ରାବିଡଙ୍କ ସମୟରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା । ବିଶ୍ବକପ ଏବଂ WTCରେ ପରାଜୟ ପରେ ବି ଭାରତ 2024 ଟି-20 ବିଶ୍ବକପରେ ଚମ୍ପିଆନ ହୋଇଥିଲା ।

କପିଳ ଦେବ-

1983 ମସିହା ବିଶ୍ବକପ ବିଜୟୀ ଦଳର ଅଧିନାୟକ ତଥା ଦମଦାର ଅଲରାଉଣ୍ଡର କପିଳ ଦେବ1999 ମସିହାରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ହୋଇଥିଲେ । ସେପ୍ଟେମ୍ବର 1999ରୁ ସେପ୍ଟେମ୍ବର 2000 ମସିହା ପର୍ଯ୍ୟନ୍ତ ଭାରତୀୟ ଦଳର ହେଡ୍ କୋଚ ଥିଲେ କପିଳ ଦେବ । ଏହି ସମୟରେ ଭାରତ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାରେ ଲଜ୍ଜାଜନକ ପରାଜୟ ହାସଲ କରିଥିଲା ଟେଷ୍ଟ ସିରିଜରେ ।

ଏହା ବି ପଢନ୍ତୁ- ବିପଦ ସମୟର ବନ୍ଧୁ ଭାରତ ! ଟିମ୍ ଇଣ୍ଡିଆ ବିପକ୍ଷରେ ନାହିଁ ଗୋଟିଏ ବି ମ୍ୟାଚ, କିନ୍ତୁ ଦିଲ୍ଲୀରେ ପହଞ୍ଚିଲା ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍; ରହିଛି ଖାସ୍ କାରଣ - New Zealand Cricket Team In India

ଅନିଲ କୁମ୍ବଲେ-

2026 ମସିହାରେ ଟିମ୍ ଇଣ୍ଡିଆର ହେଡ କୋଚ ହୋଇଥିଲେ ଅନିଲ କୁମ୍ବଲେ । ପାଖାପାଖି ଏକ ବର୍ଷ ଧରି ଭାରତୀୟ କ୍ରିକେଟ ଦଳ କୋଚ ରହିବା ପରେ ବିରାଟ କୋହଲିଙ୍କ ସହିତ ବିବାଦ ପାଇଁ ଇସ୍ତଫା ଦେଇଥିଲେ ଅନିଲ ।

ମଦନ ଲାଲ-

1996 ମସିହାରେ ମଦନ ଲାଲ ଭାରତୀୟ କ୍ରିକେଟ ଦଳର କୋଚ ହୋଇଥିଲେ । ଏହି ସମୟରେ ଭାରତ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା ସେମାନଙ୍କ ଘରେ ।

ରବି ଶାସ୍ତ୍ରୀ-

2015-2016ରେ ଭାରତୀୟ କ୍ରିକେଟ ଦଳ ପାଇଁ କୋଚ ବନିଥିଲେ ରବିଶାସ୍ତ୍ରୀ । ଏହି ସମୟରେ ଭାରତ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ 3-0ରେ ହରାଇଥିଲା ।

Last Updated : Sep 5, 2024, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.