ETV Bharat / sports

T20 ବିଶ୍ବକପ: ଅଭ୍ୟାସ ମ୍ୟାଚରେ 60 ରନରେ ଜିତିଲା ଭାରତ, ଋଷଭଙ୍କ ଅର୍ଦ୍ଧଶତକ - T20 World Cup - T20 WORLD CUP

T20 World Cup warm-up match: ଟି 20 ବିଶ୍ବକପ ଅଭ୍ୟାସ ମ୍ୟାଚରେ ଟିମ ଇଣ୍ଡିଆର ବିଜୟ । 60 ରନରେ ହାରିଲା ବାଂଲାଦେଶ । ଋଷଭ ପନ୍ତ, ପାଣ୍ଡ୍ୟା ଓ ସୂର୍ଯ୍ୟ କମାରଙ୍କ ଧୂଆଁଧାର ବ୍ୟାଟିଂ । ଅଧିକ ପଢନ୍ତୁ

T20 World Cup
T20 World Cup (ETV BHARAT ODISHA)
author img

By ETV Bharat Odisha Team

Published : Jun 2, 2024, 7:47 AM IST

ଓ୍ବାସିଂଟନ: ଟି 20 ବିଶ୍ବକପ ପାଇଁ ଶେଷ ହୋଇଛି ଅଭ୍ୟାସ ମ୍ୟାଚ । ଶେଷ ଅଭ୍ୟାସ ମ୍ୟାଚରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ । 60 ରନରେ ବାଂଲାଦେଶକୁ ପରାସ୍ତ କରିଛି ଟିମ ଇଣ୍ଡିଆ । ଋଷଭ ପନ୍ତ, ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାରଙ୍କ ଧୂଆଁଧାର ବ୍ୟାଟିଂ । ଅର୍ଶଦୀପ ଓ ଶିବମ ଦୁବେଙ୍କ ଘାତକ ବୋଲିଂରେ ଧରାଶାୟୀ ହେଲେ ବାଂଲାଦେଶ ବ୍ୟାଟର ।

ଏହା ମଧ୍ୟ ପଢନ୍ତୁ-T-20 ବିଶ୍ବକପ: ଭାରତ-ପାକିସ୍ତାନ ମ୍ୟାଚରେ ହେବ ଆତଙ୍କବାଦୀ ଆକ୍ରମଣ ! - T20 World Cup

ଶନିବାର ରାତିରେ ଆମେରିକାର ନାସାଉ କାଉଣ୍ଟି ଷ୍ଟାଡିୟମରେ ଖେଳାଯାଇଥିଲା ଏହି ମ୍ୟାଚ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ ଇଣ୍ଡିଆ । ଫଳରେ ପ୍ରଥମେ ଫିଲ୍ଡିଂ କରିଥିଲା ବାଂଲାଦେଶ । 20 ଓଭରରେ ଦଳ 5 ଓ୍ବିକେଟ ହରାଇ 182 ରନ କରିଥିଲା । ଓପନିଂ ଯୋଡି ଭାବେ ପ୍ରଥମେ ପଡିଆକୁ ଓହ୍ଲାଇଥିଲେ ରୋହିତ ଶର୍ମା ଓ ସଞ୍ଜୁ ସାମସନ । ମାତ୍ର 1 ରନ କରି ପାଭିଲିୟନକୁ ଫେରିଥିଲେ ସଞ୍ଜୁ । ପରେ ବ୍ୟାଟିଂ କରିବାକୁ ଆସିଥିଲେ ପନ୍ତ । ଏହାପରେ ଷ୍ଟାଡିୟମରେ ଛକା ଚୌକାର ବର୍ଷା ହୋଇଥିଲା । ରୋହିତ ଓ ପନ୍ତ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । 59 ସ୍କୋର ବେଳେ ଦ୍ବିତୀୟ ଓ୍ବିକେଟ ପଡିଥିଲା । 23 ରନ କରି ଆଉଟ ହୋଇଥିଲେ ରୋହିତ । ପରେ ପନ୍ତଙ୍କୁ ସାଥ ଦେଇଥିଲେ ସୂର୍ଯ୍ୟକୁମାର । ଉଭୟ ଦଳୀୟ ସ୍କୋରକୁ 103ରେ ପହଞ୍ଚାଇବା ପରେ 53 ରନରେ ପନ୍ତ ଆଉଟ ହୋଇଥିଲେ । ପରେ ପରେ ସୂର୍ଯ୍ୟକୁମାର 31 ଓ ଦୁବେ 14 ରନ କରି ଆଉଟ ହୋଇଥିଲେ । ହାର୍ଦ୍ଦିକ (40) ଓ ଜାଡେଜା (4) ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳୀୟ ସ୍କୋରକୁ 182ରେ ପହଞ୍ଚାଇଥିଲେ ।

183 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ବାଂଲାଦେଶ । କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲା । ଦଳର ପ୍ରଥମ ବ୍ୟାଟିଂ ଅର୍ଡର ଫେଲ ମାରିଥିଲା । ସୌମ୍ୟ ସରକାର ଓ ନାଜମୁଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତାଜନଜିଡ 17, ଲିଟନ 6, ତାଓ୍ବାଡି 13, ମହମୁଦଲା ସର୍ବାଧିକ 40 ଓ ଶଖିବ 28 ରନ କରିଥିଲେ । 20 ଓଭରରେ ଦଳ 9 ଓ୍ବିକେଟ ହରାଇ 122 ରନ କରିବାକୁ ସମର୍ଥ ହୋଇଥିଲା । ଫଳରେ ଅଭ୍ୟାସ ମ୍ୟାଚରେ ଭାରତଠାରୁ 60ରନରେ ହାରିଥିଲା ବାଂଲାଦେଶ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.