ETV Bharat / sports

ପାଣ୍ଡ୍ୟାଙ୍କ ଦମଦାର ଅର୍ଦ୍ଧଶତକ, ବାଂଲାଦେଶ ଆଗରେ ୧୯୭ ଟାର୍ଗେଟ - T20 World Cup 2024

author img

By ETV Bharat Odisha Team

Published : Jun 22, 2024, 9:52 PM IST

Updated : Jun 22, 2024, 10:11 PM IST

T20 World Cup 2024 Super 8 IND vs BAN: ବାଂଲାଦେଶ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜବରଦସ୍ତ ଅର୍ଦ୍ଧଶତକ । ନିର୍ଦ୍ଧାରିତ ଓଭରରେ ୧୯୬ ରନ କଲା ଭାରତ । ବିଜୟ ପାଇଁ ବାଂଲାଦେଶ ଆଗରେ ଟାର୍ଗେଟ ୧୯୭ । ଅଧିକ ପଢ଼ନ୍ତୁ

T20 World Cup 2024 Super 8 IND vs BAN
T20 World Cup 2024 Super 8 IND vs BAN (BCCI)

ଆଣ୍ଟିଗୁଆ: ବାଂଲାଦେଶ ବିପକ୍ଷ ସୁପର ୮ ମ୍ୟାଚ୍‌ରେ ଭାରତର ସୁପର ପ୍ରଦର୍ଶନ । ଟି୨୦ ବିଶ୍ବକପ୍‌ ୨୦୨୪ରେ ଚାଲିଛି ସୁପର ୮ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ଆଜି ମୁହାଁମୁହିଁ ହୋଇଛନ୍ତି ଗ୍ରୁପ୍‌-୧ରେ ରହିଥିବା ଭାରତ ଓ ବାଂଲାଦେଶ । ତେବେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୯୬ ରନ ସଂଗ୍ରହ କରିଛି । ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଜବରଦସ୍ତ ଅର୍ଦ୍ଧଶତକ ହାସଲ କରିଛନ୍ତି । ବିଜୟ ପାଇଁ ବାଂଲାଦେଶ ଆଗରେ ୧୯୭ ରନ ଲକ୍ଷ୍ୟ ରଖିଛି ଇଣ୍ଡିଆ ।

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍‌ ସାନ୍ତୋ । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ମୈଦାନକୁ ଓହ୍ଲାଇଥିଲା ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ଦଳକୁ ବେଶ ଭଲ ଆରମ୍ଭ ଦେଇଥିଲେ ଦୁଇ ଭେଟେରାନ ରୋହିତ ଶର୍ମା ଓ କୋହଲି । ତେବେ ବିସ୍ଫୋରକ ପାଳି ଆରମ୍ଭ କରିଥିବା ଅଧିନାୟକ ରୋହିତ ଶର୍ମା ୧୧ ବଲରୁ ୩ ଚୌକା ଓ ଗୋଟିଏ ଛକା ବଳରେ ୨୩ ରନ କରି ଆଉଟ୍‌ ହୋଇଯାଇଥିଲେ । ଏହାପରେ କୋହଲି ଋଷଭ ପନ୍ତଙ୍କ ସହ ମିଶି ପାଳି ସମ୍ଭାଳିଥିଲେ ମଧ୍ୟ ସେ ୩୭ ରନ କରିବାରେ ସକ୍ଷମ ହୋଇଥିଲେ । ଗୋଟିଏ ଚୌକା ଓ ୩ ଛକା ମାରିଥିଲେ କୋହଲି ।

ସୂର୍ଯ୍ୟକୁମାର ଯାଦବ କେବଳ ୬ ରନ କରି ଆଉଟ୍‌ ହୋଇଯାଇଥିଲେ ମଧ୍ୟ ଯୁବ ଅଲରାଉଣ୍ଡର ଶିବମ ଦୁବେଙ୍କ ସହ ମିଶି ପାଳିକୁ ଆଗେଇ ନେଇଥିଲେ ପନ୍ତ । ୨୪ ବଲରୁ ୪ ଚୌକା ଓ ୨ ଛକା ସହିତ ୩୬ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିଲେ ପନ୍ତ । ଅନ୍ୟପଟେ ଦୁବେ ୨୪ ବଲରୁ ୩ ଛକା ବଳରେ ୩୪ ରନ କରି ପାଭିଲିୟନ ଫେରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା କିନ୍ତୁ ଦଳକୁ ଏକ ବିଶାଳ ସ୍କୋର ଛିଡ଼ା କରାଇବାରେ ସହାୟକ ହୋଇଥିଲେ । ସେ ୨୭ ବଲରୁ ୪ ଚୌକା ଓ ୩ ଛକା ବଳରେ ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳି ଦଳୀୟ ସ୍କୋରକୁ ୧୯୬ ରନରେ ପହଞ୍ଚାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସୁପର 8ରେ ଆଜି ଭାରତ-ବାଂଲାଦେଶ ମୁକାବିଲା, ସେମିଫାଇନାଲ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ - T20 World Cup 2024

ବାଂଲାଦେଶ ପକ୍ଷରୁ ତାଞ୍ଜିମ ହାସନ ସକିବ ଓ ରିସାଦ ହୁସେନ୍‌ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ସେହିଭଳି ପୂର୍ବତନ ଅଧିନାୟକ ଅଲରାଉଣ୍ଡର ଶାକିବ୍‌ ଅଲ୍‌ ହାସନ୍‌ଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 22, 2024, 10:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.