ETV Bharat / sports

ଦ୍ବିତୀୟ ଦଳ ଭାବେ ସେମିରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା, ବିଶ୍ବକପରୁ ଆଉଟ ଓ୍ବେଷ୍ଟଇଣ୍ଡିଜ - T20 World Cup 2024

author img

By ETV Bharat Odisha Team

Published : Jun 24, 2024, 12:12 PM IST

T20 World Cup 2024: ସୁପର 8 ଗ୍ରୁପ 2 ମୁକାବିଲାରେ ଦ୍ବିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା। 3 ଓ୍ବିକେଟରେ ହାରିଲା ଓ୍ବେଷ୍ଟଇଣ୍ଡିଜ । ଅଧିକ ପଢନ୍ତୁ

T20 World Cup 2024
T20 World Cup 2024 (IANS)

ଓ୍ବାଶିଂଟନ: ଟି-20 ବିଶ୍ବକପରେ ଦ୍ବିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା । ଓ୍ବେଷ୍ଟଇଣ୍ଡିଜକୁ 3 ଓ୍ବିକେଟରେ ହରାଇ ସେମିରେ ସିଧା ଏଣ୍ଟ୍ରିମାରିଛି ଦଳ । ବର୍ଷା କାରଣରୁ ମ୍ୟାଚ ଅଧାରେ ଅଟକିବା ପରେ ଡିଏଲଏସ ମେଥଡରେ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା । ତାବ୍ରାଇଜ ସାମ୍ସି ଘାତକ ବୋଲିଂ କରି 3 ଓ୍ବିକେଟ ନେଇ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ବୃଥା ଗଲା ରୋଷ୍ଟନ ଚାଷେଙ୍କ ଅଲରାଉଣ୍ଡର ପ୍ରଦର୍ଶନ । ପରାଜୟ ପରେ ଟି-20 ବିଶ୍ବକପ ଅଭିଯାନ ଶେଷ କରିଛି ଦଳ । ପ୍ରଥମ ଦଳ ଭାବେ ଇଂଲଣ୍ଡ ଆମେରିକାକୁ ହରାଇ ସେମିରେ ପ୍ରବେଶ କରିଛି ।

ସୁପର8ରେ ଗ୍ରୁପ ବିରେ ଆଜି ଅନ୍ତମ ମ୍ୟାଚ ରହିଥିଲା । ଭିଭିଆନ ରିଡାର୍ଡ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ହୋଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ଓ୍ବେଷ୍ଟଇଣ୍ଡିଜକୁ ଦଳ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । 20 ଓଭରରେ 8 ଓ୍ବିକେଟ ହରାଇ 135 ରନ କରିଥିଲା ଦଳ । ରୋଷ୍ଟନ ଚାଷେ 42 ବଲରେ 52 ରନ କରିଥିବା ବେଳେ ମେୟର୍ସ 35 ଓ ଆଣ୍ଡ୍ରୋ ରସେଲ 15 ରନ କରିଥିଲେ । ଦକ୍ଷିଣ ଆଫ୍ରିକା ବୋଲର ଘାତକ ବୋଲିଂ କରିଥିଲେ । ତାବ୍ରାଇଜ ସାମ୍ସି 3ଟି ଓ୍ବିକେଟ ନେଇଥିବା ବେଳେ କାଗିସୋ ରାବଡା ଓ ମାରକୋ ଜନସନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଜି ଭାରତ-ଅଷ୍ଟ୍ରେଲିଆ ମୁକାବିଲା, ସେମିଫାଇାନଲ ପାଇଁ ଫାଇଟ ହେବ ଟାଇଟ - IND VS AUS MATCH TODAY

ଏହାପରେ 136 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା । 16.1 ଓଭରରେ ଦଳ 124 ରନ କରିଥିବା ବେଳେ ବର୍ଷା ବାଧକ ସାଜିବାରୁ ଖେଳ ଅଧାରେ ଅଟକିଥିଲା । ଫଳରେ ଡିଏଲଏସ ନିୟମ ଅନୁଯାୟୀ ଦକ୍ଷିଣ ଆଫ୍ରିକାକୁ 17 ଓଭରରେ 123 ରନ କରି ବିଜୟୀ ହେବାର ଥିଲା । ଯାହା 16.1 ଓଭରରେ ଦଳ ବିଜୟୀ ରନ ହାସଲ କରିନେଇଥିଲା । ଦଳ ପକ୍ଷରୁ କ୍ଲାସେନ 22, ତ୍ରୀଷ୍ଟାନ ଷ୍ଟବ୍ସ 29 ଓ ମାରୋକ ଅପରାଜିତ 21 ରନ କରିଥିଲେ ।

ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିଥିଲା ଇଲଂଣ୍ଡ: ଟି-20 ବିଶ୍ବକପରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା ଟିମ୍‌ ଇଂଲଣ୍ଡ । ସୁପର 8 ଗ୍ରୁପ 2 ମୁକାବିଲାରେ ଆମେରିକାକୁ 10 ଓ୍ବିକେଟରେ ହରାଇଛି ଇଂଲଣ୍ଡ ସେମିକୁ ପ୍ରବେଶ କରିଛି । ଅଧିନାୟକ ଜୋସ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ଓ କ୍ରିସ ଜୋର୍ଡାନଙ୍କ ହ୍ୟାଟ୍ରିକ ଓ୍ବେକଟ ବଳରେ ଦଳ ଗତକାଲି ଖେଳାଯାଇଥିବା ମ୍ୟାଚରେ ବିଜୟୀ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.