ଓ୍ବାଶିଂଟନ: ଆଇସିସି ଟି 20 ବିଶ୍ବକପର 12ତମ ମୁକାବିଲାରେ ସ୍କଟଲାଣ୍ଡର ବିଜୟ । ନାମିବ୍ୟାଙ୍କୁ 5 ଓ୍ବିକେଟରେ ହରାଇ ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କଲା ସ୍କଟଲାଣ୍ଡ । 9 ବଲ ବାକିଥାଇ ବିଜୟୀ ହୋଇଛି ଦଳ । ମାଇକେଲ ଲିସ୍କ ଏହି ମ୍ୟାଚରେ ସ୍କଟଲ୍ୟାଣ୍ଡ ପାଇଁ ଚମତ୍କାର ପ୍ରଦର୍ଶନ କରି ମ୍ୟାନ ଅଫଦ ମ୍ୟାଚ ବିବେଚିତ ହୋଇଛନ୍ତି । ସ୍କଟଲାଣ୍ଡର ଘାତକ ବୋଲିଂରେ ଚିତପଟାଙ୍ଗ ହେଲା ନାମିବ୍ୟା । ବ୍ରାଣ୍ଡ ହ୍ବିଏଲଙ୍କୁ ତିନୋଟି ଓ୍ବିକେଟ ।
ଆମେରିକାର ଓଭାଲରେ ଗୁରୁବାର ସ୍କଟଲାଣ୍ଡ ନାମିବ୍ୟା ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନାମିବ୍ୟା । ୟାହା ପରମୁହୁ୍ତ୍ତରେ ଦଳ ଉପରେ ଭାରି ପଡିଥିଲା । ପ୍ରଥମେ ବ୍ୟାଟିଂ କରି ଦଳ 20 ଓଭରରେ 9 ଓ୍ବିକେଟ ହରାଇ 155 ରନ କରିବାକୁ ସମର୍ଥ ହୋଇଥିଲା । ସ୍କଟଲାଣ୍ଡର ବୋଲରଙ୍କ ବଲକୁ ସାମ୍ନା କରିନପାରି ପ୍ରଥମେ ବ୍ୟାଟିଂ କରିବାକୁ ଆସି ଖାତା ଖୋଲିବା ଆଗରୁ ଓପନର ଜେନ ପିଏର ଆଉଟ ହୋଇଥିଲେ ପରେ ନିକୋ ଡିଭାଇନ 20 ରନ କରି ପାଭିଲିୟନକୁ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇରସ୍ମସ ସର୍ବାଧିକ 52, ଜାନେ ଗ୍ରିନ 28, ଡେଭିନ14 ଓ ଜାମ ଫ୍ରାଏନିସ୍କ 12 ରନ କରିଥିଲେ । ବ୍ରାଣ୍ଡ ହ୍ବିଏଲ3, ବ୍ରଡଲି କ୍ବେରି 2 ଓ ମିଚେଲ ଗୋଟିଏ ଓ୍ବିକେଟ ନେଇଥିଲେ ।
ପରେ 156 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ସ୍କଟଲାଣ୍ଡ । ମାତ୍ର 18.3 ଓଭରରେ ଦଳ 5 ଓ୍ବିକେଟ ହରାଇ 157 ରନ କରି ବିଜୟୀ ହୋଇଥିଲା । ମିଚେଲ ଜୋନ୍ସ 26, ବ୍ରାଣ୍ଡୋନ 19, ରିଚାଇ ଅପରାଜିତ 47, ମିଚେଲ 35 ରନ କରି ଦଳକୁ ବିଜୟୀ କରାଇଥିଲେ । ନାମିବ୍ୟା ପକ୍ଷରୁ ଇରସ୍ମସ 2, ବ୍ରେନାଡ ଓ ରୁବେନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ପ୍ରଥମ ମ୍ୟାଚରେ ନାମିବ୍ୟା ଓମାନକୁ ହରାଇ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ପରାଜିତ ହୋଇଛି ।