ETV Bharat / sports

T-20 ବିଶ୍ୱକପରେ ମାଟି କାମୁଡିଲା ପାକ, 6 ଓ୍ବିକେଟରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ - T20 World Cup 2024 - T20 WORLD CUP 2024

T20 World Cup 2024 Ind vs Pak: ଟି20 ବିଶ୍ବକପରେ ଭାରତର ବିଜୟ ଧାରା ଜାରି । ପାକିସ୍ତାନକୁ 6 ରନରେ ହରାଇଲା ଟିମ୍‌ ଇଣ୍ଡିଆ । ବୁମରାଙ୍କ ଘାତକ ବୋଲିଂରେ ମାଟି କାମୁଡିଲା ପାକ୍‌ । ଅଧିକ ପଢନ୍ତୁ

T20 World Cup 2024
T20 World Cup 2024 (@BCCI)
author img

By ETV Bharat Odisha Team

Published : Jun 10, 2024, 8:00 AM IST

Updated : Jun 10, 2024, 8:08 AM IST

ଓ୍ବାଶିଂଟନ: ହାର ମାନିଲେ ବ୍ୟାଟର, ଧମାଲ କଲେ ବୋଲର । ଭାରତୀୟ ପେସ ବାହିନୀର ଘାତକ ବୋଲିଂରେ ଭାଙ୍ଗିଲା ପାକିସ୍ତାନ ବ୍ୟାଟରଙ୍କ ଅଣ୍ଟା । ପରାଜୟ ମୁହାଁ ହୋଇଥିବା ମ୍ୟାଚରେ ଭାରତର ଅଦ୍ଭୁଦ... ଅବିଶ୍ବସନୀୟ ବିଜୟ । ପରାଜୟରୁ ଭାରତକୁ ଉଦ୍ଧାର କଲେ ବୁମରା । 6 ରନରେ ପାକିସ୍ତାନକୁ ହରାଇ ଟି 20 ବିଶ୍ବକପରେ ବିଜୟ ଧାରା ବଜୟୀ ରଖିଲା ମେନ ଇନ ବ୍ଲୁ । ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ମାଟି କାମୁଡିଲା ପାକ୍‌ । 4 ଓଭରରେ 14 ରନ ଦେଇ 3ଟି ଓ୍ବିକେଟ ନେଇଥିବାରୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହେଲେ ଜଶପ୍ରୀତ ବୁମରା । ଭାରତର ବିଜୟ ପରେ କାଉଣ୍ଟି ଷ୍ଟାଡିୟମରେ ଉଡିଥିଲା ତ୍ରିରଙ୍ଗା ।

ଭାରତର ବ୍ୟାଟିଂ ବିପର୍ଯ୍ୟୟ: କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ବର୍ଷା ଯୋଗୁଁ ବିଳମ୍ବରେ ପଡିଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ପାକ ଅଧିନାୟକ ବାବର ଆଜମ । ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲେ । 19 ଓଭବରେ ଦଳ ସମସ୍ତ ଓ୍ବିକେଟ ହରାଇ ମାତ୍ର 119 ରନ କରିଥିଲା । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା ଟିମ ଇଣ୍ଡିଆ । ଓପନିଂ ଯୋଡି ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ପାକିସ୍ତାନ ବୋଲରଙ୍କ ଘାତକ ବୋଲିଂରେ ରନ କରିବା ରୋହିତ କୋହଲିଙ୍କ ପକ୍ଷରେ ସମ୍ଭବ ହୋଇପାରିନଥିଲା । ପ୍ରଥମେ କୋହଲି 4 ରନ ଓ ପରେ ରୋହିତ ମାତ୍ର 13 ରନ କରି ପାଭିଲିୟନକୁ ଫେରିଥିଲେ । ପନ୍ତଙ୍କୁ ଛାଡି ଦେଲେ କେହି ଜଣେ ହେଲେ ବ୍ୟାଟର ବେଶି ସମୟ ପଡିଆରେ ତିଷ୍ଟି ପାରିନଥିଲେ । ପାକିସ୍ତାନର ଘାତକ ବୋଲିଂ ଭାରତର ଗୋଟିଏ ପରେ ଗୋଟିଏ ଓ୍ବିକେଟ ପଡିଥିଲା । ଦଳର ସ୍ଥିତି ଦେଖି ବ୍ୟାଟର ଜଗି ରକି ଖେଳିବେ କଣ ବଡ ବଡ ସଟ ଖେଳିବାକୁ ଚେଷ୍ଟା କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର 96 ହୋଇଥିବା ବେଳେ 7ଟି ଓ୍ବିକେଟ ପଡିସାରିଥିଲା । ଦାୟିତ୍ବହୀନ ବ୍ୟାଟିଂ ଯୋଗୁଁ ସୂର୍ଯ୍ୟକୁମାର 7, ଶିବମ ଦୁବେ 3, ହାର୍ଦ୍ଦିକ 7, ଜାଡେଜା 0, ଅକ୍ସର ପଟେଲ 20, ବୁମରା 0, ଅର୍ଶଦୀପ 9 ରନ କରି ଆଉଟ ହୋଇଥିଲା । କେବଳ ପନ୍ତ ସର୍ବାଧିକ 42 ରନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ମହାମୁକାବିଲା; ଟସ୍‌ ଜିତିଲା ପାକିସ୍ତାନ, ଆଗେ ବ୍ୟାଟିଂ କରିବ ଭାରତ - T20 World Cup 2024

ବୁମରାଙ୍କ ବୋଲିଂରେ ଚିତପଟାଙ୍ଗ ପାକ: 120 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ବାବର ବାହିନୀ । କିନ୍ତୁ ପାକକୁ ହରାଇାବୁକ ମନସ୍ତ କରିଦେଇଥିଲେ ଭାରତୀୟ ବୋଲର । ବିଜୟ ଲକ୍ଷ୍ୟରେ ପହଞ୍ଚିବାରେ ବ୍ରେକ ଲଗାଇଥିଲେ ଭାରତୀୟ ପେସ ବାହିନୀ । ବୁମରା, ହାର୍ଦ୍ଦିକ, ଅକ୍ସର ଘାତକ ବୋଲିଂ କରି ପାକିସ୍ତାନ ବ୍ୟାଟରଙ୍କ ବ୍ୟାଟକୁ ଚଲାଇ ଦେଇନଥିଲେ । ବୁମରା ଘାତକ ବୋଲିଂ କରି ପ୍ରଥମେ 2ଟି ଓ୍ବିକେଟ ନେଇଥିଲେ । 19 ଓଭରରେ ଆଉ ଏକ ଓ୍ବିକେଟ ନେଇ ଭାରତର ବିଜୟ ଆଶାକୁ ବଢାଇଥିଲେ । ଫଳରେ 20 ଓଭରରେ ଦଳ 7 ଓ୍ବିକେଟ ହରାଇ 113ରନରେ ଅଟକିଥିଲା । 31 ରନ କରି ଜଶପ୍ରୀତ ବୁମରାଙ୍କ ବଲରେ ବୋଲ୍ଡ ହୋଇଥିଲେ ରିଓ୍ବାଜ । 13 ରନରି ବାବରଙ୍କୁ ଆଉଟ କରିଥିଲେ ବୁମରା । ଉସମାନ 13, ଜାମାନ 13, ଓ୍ବାସିମ 15 ରନ କରି ଆଉଟ ହୋଇଥିଲେ । ବୁମରା 3, ପାଣ୍ଡ୍ୟା 2ଓ ଅକ୍ସର ପଟେଲ ଗୋଟିଏ ଓ ଅର୍ଶଦୀପ ଗୋଟିଏ ଓ୍ବିକେଟ ନେଇଥିଲେ ।

Last Updated : Jun 10, 2024, 8:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.