ETV Bharat / sports

T-20 ବିଶ୍ବକପରେ ବଡ ବିପର୍ଯ୍ୟୟ, ଅଷ୍ଟ୍ରେଲିଆକୁ ହରାଇ ଆଫଗାନର ସେମି ଆଶା ଉଜ୍ଜୀବିତ - AFGHANISTAN HOPES ALIVE FOR SEMI

author img

By ETV Bharat Odisha Team

Published : Jun 23, 2024, 11:16 AM IST

T20 World Cup 2024: ଆଫଗାନ ବୋଲରଙ୍କ ଘାତକ ବୋଲିଂରେ ଚିତପଟାଙ୍ଗ କଙ୍ଗାରୁ ଦଳ । 21 ରନରେ ଅଷ୍ଟ୍ରେଲିଆକୁ ହରାଇ ଆଫଗାନିସ୍ତାନର ସେମିରେ ପ୍ରବେଶ କରିବା ଆଶା ଉଜ୍ଜୀବିତ । ଅଧିକ ପଢନ୍ତୁ

T20 World Cup 2024
T20 World Cup 2024 (@ICC)

ଓ୍ବାଶିଂଟନ: ଟି-20 ବିଶ୍ବକପରେ ବଡ ବିପର୍ଯ୍ୟୟ । ସୁପର 8 ଗ୍ରୁପ 1ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଆଫଗାନିସ୍ତାନ । ଆଫଗାନ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ଗଙ୍ଗାରୁ ଟିମ୍‌ । 4 ବଲ୍‌ ବାକି ଥାଇ ଅଷ୍ଟ୍ରେଲିଆକୁ ଅଲଆଉଟ କଲା ଆଫଗାନ । 21 ରନରେ ଜିତିଲା ଆଫଗାନିସ୍ତାନ, ମାତ୍ର 127 ରନ କରି ହାରିଲା କଙ୍ଗାରୁ ଟିମ । ଆସନ୍ତାକାଲି ସୁପର 8ରେ ଭାରତ ସହ ଅଷ୍ଟ୍ରେଲିଆର ଶେଷ ମୁକାବିଲା ରହିଛି । ସେମିଫାଇନାଲ ପାଇଁ ଦୁଇ ଦଳ ମଧ୍ୟରେ ଅସଲ ଲଢେଇ ହେବ । ପ୍ରଥମ ମ୍ୟାଚରେ ରସିଦ ଖାନଙ୍କ ବାହିନୀ ଭାରତଠାରୁ ପରାଜିତ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲ ଆଶା ଉଜ୍ଜୀବିତ ହୋଇଛି ।

ପଏଣ୍ଟ ଟେବୁଲରେ ଆଗରେ ଟିମ ଇଣ୍ଡିଆ: ଗ୍ରୁପ 1ରେ ଭାରତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ବାଂଲାଦେଶ ରହିଛି । ଏହି 4 ଦଳ ମଧ୍ୟରୁ 2ଟି ଦଳ ସେମିଫାଇନାଲକୁ ଯିବେ । ପ୍ରତି ଦଳ 2ଟି ଲେଖାଏଁ ମ୍ୟାଚ ଖେଳିସାରିଛନ୍ତି । ଟିମ ଇଣ୍ଡିଆ 2ଟି ଯାକ ମ୍ୟାଚରେ ବିଜୟୀ ହୋଇ 4 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । 2ଟି ମ୍ୟାଚରେ ଗୋଟିଏରେ ବିଜୟୀ ହୋଇ 2 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ସେହିପରି ଆଫଗାନ ଦ୍ବିତୀୟ ଓ ବାଂଲାଦେଶ ଗୋଟିଏ ବି ମ୍ୟାଚ ନ ଜିତି ପଏଣ୍ଟ ଟେବୁଲର ଶେଷରେ ରହିଛି ।

ଏହା ମଧ୍ୟ ପଢନ୍ତୁ-ପାଣ୍ଡ୍ୟା-କୁଳଦୀପଙ୍କ ଚମତ୍କାର ପ୍ରଦର୍ଶନ, ବାଂଲାଦେଶକୁ ହରାଇ ସେମିଫାଇନାଲ ଦ୍ବାରରେ ଭାରତ - T20 WORLD CUP 2024

ସେମିରୁ ବାଦ ପଡିପାରେ ଅଷ୍ଟ୍ରେଲିଆ: ଭାରତ ଏକ ପ୍ରକାର ସେମିରେ ପ୍ରବେଶ କରିବା ପକ୍କା ହୋଇଛି । ଅନ୍ୟପଟେ ଅଷ୍ଟ୍ରେଲିଆର ଭାଗ୍ୟ ନିର୍ଦ୍ଧାରଣ କରିବ ଆସନ୍ତାକାଲିର ମ୍ୟାଚ । ଯଦି ଭାରତକୁ ହରାଇବାରେ ଦଳ ସକ୍ଷମ ହୁଏ ତେବେ ସେମିକୁ ଯିବାର ସମ୍ଭାବନା ରହିଛି । କିନ୍ତୁ ଅଷ୍ଟ୍ରେଲିଆ ରାସ୍ତାରେ କଣ୍ଟା ସାଜିପାରେ ଆଫଗାନିସ୍ତାନ ଟିମ । କଙ୍ଗାରୁ ଦଳକୁ ହରାଇବା ପରେ ଆଫଗାନର ସେମି ଆସା ଉଜ୍ଜୀବିତ ହୋଇଛି । ଦଳର ଆହୁରି ଗୋଟିଏ ମ୍ୟାଚ ମଧ୍ୟ ବାକି ରହିଛି । ଯଦି ଆସନ୍ତା 25 ତାରିଖରେ ହେବାକୁ ଥିବା ମ୍ୟାଚରେ ବାଂଲାଦେଶକୁ ଆଫଗାନ ପରାସ୍ତ କରେ ତେବେ ସେମିକୁ ଯିବାର ସମ୍ଭାବନା ରହିଛି । ଅଷ୍ଟ୍ରେଲିଆ ଓ ଆଫଗାନ ମଧ୍ୟରୁ କିଏ ସେମିକୁ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ।

ବିପର୍ଯ୍ୟୟ ଘଟାଇଲେ ଆଫଗାନ୍‌ ବୋଲର: ଆରୋନ୍ସ ଭାଲେ ଷ୍ଟାଡିଯମରେ ଆଜି ସକାଳୁ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ପାଇଁ ଆଫଗାନକୁ ଆମନ୍ତ୍ରଣ କରିଥିଲା । 20 ଓଭରରେ 6 ଓ୍ବିକେଟ ହରାଇ 148 ରନ କରିଥିଲା ଆଫଗାନ । ଜବାବରେ ବିଜୟ ରନ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଥିଲେ ଅଷ୍ଟ୍ରେଲିଆ ବ୍ୟାଟର । ଦଳର ଦୁଇ ଓପନରେ ଆଫଗାନ ବୋଲରଙ୍କ ବଲକୁ ମୁକାବିଲା କରିବାରେ ବିଫଳ ହୋଇ ଖାତା ଖୋଲିବା ପୂର୍ବରୁ ଟ୍ରାଭିସ ଆଉଟ ଓ 3 ରନରେ ଓ୍ବାର୍ଣ୍ଣର ପାଭିଲିୟନକୁ ଫେରିଥିଲେ । କେବଳ ମାକ୍ସଓ୍ବେଲ 59 ରନ କରିଥିବା ବେଳେ ଅନ୍ୟ କେହିବି 10 ରନ କରିବାକୁ ସମର୍ଥ ହୋଇନଥିଲେ । ଦଳ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇ 19.2 ଓଭରରେ ସମସ୍ତ ଓ୍ବିକେଟ ହରାଇ 127 ରନ କରିଥିଲା । ଗୁଲାବଦିନ ସର୍ବାଧିକ 4ଟି ଓ୍ବିକେଟ ନେଇଥିବା ବେଳେ ନବୀନ 3 ଓ ମହମ୍ମଦ ନବୀ ଗୋଟିଏ ଓ୍ବିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.