ETV Bharat / sports

ଟି-20 ବିଶ୍ବକପ ଖେଳିବା ନେଇ ବଡ ଖୁଲାସା କଲେ ନାରିନ - West Indies Player Sunil Narine

author img

By ETV Bharat Odisha Team

Published : Apr 23, 2024, 12:01 PM IST

T20 World Cup: ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ନାହିଁ ସୁନୀଲ ନାରିନ । ଟି-20 ବିଶ୍ବକପ ଖେଳିବା ଚର୍ଚ୍ଚା ଉପରେ ଲଗାଇଲେ ବିରାମ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଆସନ୍ତା ଜୁନରେ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ ଟି-20 ବିଶ୍ବକପ । ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ ନାହିଁ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ସୁନୀଲ ନାରିନ । ଚଳିତ ଆଇପିଏଲ ସିଜିନରେ ସୁନୀଲ ନାରିନଙ୍କ ପ୍ରଦର୍ଶନ ଭଲ ରହିଥିବାରୁ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ସୁନୀଲ । ନଭେମ୍ବର 2023ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ସେ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ବିଶ୍ବରେ ଫ୍ରାଞ୍ଚାଇଜ କ୍ରିକେଟରେ ଖେଳିବା ଜାରି ରଖିବେ ବୋଲି କହିଥିଲେ ସୁନୀଲ। ଗତ ବିଶ୍ବକପ ମଧ୍ୟ ସେ ଖେଳିନଥିଲେ ।

ଶେଷ ଥର ପାଇଁ 2019ରେ ଓ୍ବେଷ୍ଟଇଣ୍ଡିଜ ପାଇଁ ଖେଳିଥିଲେ ସୁନୀଲ ନାରିନ । ନଭେମ୍ବର 2023 ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ଟିମରେ ଖେଳୁଥିବା ବେଳେ ରାଜସ୍ଥାନ ବିପକ୍ଷ ମ୍ୟାଚରେ ସେ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ଏହାପରେ ସେ ପୁଣି ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ୱେଷ୍ଟଇଣ୍ଡିଜ ଦଳ ପାଇଁ ସେ ଆଗକୁ ଖେଳିବେ କି ନାହିଁ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ''ବର୍ତ୍ତମାନ ଆଇପିଏଲ ଖେଳୁଛି, ଭବିଷ୍ୟତରେ କଣ ହେବ ତାହା ଆଗକୁ ଜଣାପଡିବ । ''

ଏହା ମଧ୍ୟ ପଢନ୍ତୁ-ଟି-20 ବିଶ୍ବକପ ପାଇଁ ମୁଁ ପ୍ରସ୍ତୁତ: ଦିନେଶ କାର୍ତ୍ତିକ - T20 World Cup

ଟି-20 ବିଶ୍ବକପ ଖେଳିବା ନେଇ ସୁନୀଲ କହିଛନ୍ତି, ''ମୁଁ ପ୍ରକୃତରେ ବହୁତ ଖୁସି ଯେ ମୋର ପ୍ରଦର୍ଶନ ଅନେକ ଲୋକଙ୍କୁ ପସନ୍ଦ ଆସିଛି । ମୋର ଅବସର ପରେ ମଧ୍ୟ ଆଗାମୀ ଟି-20 ବିଶ୍ବକପ ମୁଁ ଖେଳେ ବୋଲି ଲୋକେ ଚାହୁଁଛନ୍ତି । କିନ୍ତୁ ମୁଁ ଟି-20 ବିଶ୍ବକପ ଖେଳିବି ନାହିଁ । ଯେଉଁ ମାନେ ଏହି ଟୁର୍ଣ୍ଣାମେଣ୍ଟ କେଳିବାକୁ ୟାଉଛନ୍ତି ସେମାନଙ୍କୁ ମୁଁ ସମର୍ଥନ ଓ ଶୁଭେଚ୍ଛା ଜଣାଉଛି ।''

ସୁନୀଲ ନାରିନ ତାଙ୍କ କ୍ୟାରିୟରରେ ମୋଟ 122ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେଥିରେ 65ଟି ଦିନିକିଆ 6ଟି ଟେଷ୍ଟ ଓ 51ଟି ଟି-ଟ୍ବେଣ୍ଟି ମ୍ୟାଚ ରହିଛି । 2012ରେ ଦଳକୁ ଟି-ଟ୍ବେଣ୍ଟି ବିଶ୍ବକପ ଚମ୍ପିଆନ କରାଇବାରେ ତାଙ୍କର ବଡ଼ ଭୂମିକା ରହିଥିଲା । ସେହି ବର୍ଷ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ଦଳ ଚମ୍ପିଆନ ହୋଇଥିଲା । ସୁନୀଲ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ବି ବିବେଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.