ETV Bharat / sports

ବିଶ୍ବର ଶ୍ରେଷ୍ଠ ବୋଲର କିଏ ? ବାଙ୍ଗରଙ୍କ ତାଲିକାରେ 5 ବୋଲର - Top 5 Best Bowlers - TOP 5 BEST BOWLERS

Top 5 Best Bowlers of this Generation : ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗର ଦୁନିଆର 5 ଜଣ ଶ୍ରେଷ୍ଠ ବୋଲରଙ୍କୁ ଚୟନ କରିଛନ୍ତି । ତେବେ ଏହି ତାଲିକାରେ ଭାରତର 2 ବୋଲର ସ୍ଥାନ ପାଇଛନ୍ତି । ପଢନ୍ତୁ ପୂରା ଖବର,

Top 5 Best Bowlers of this Generation
Top 5 Best Bowlers of this Generation (IANS Photo)
author img

By ETV Bharat Sports Team

Published : Aug 26, 2024, 7:56 PM IST

ନୂଆଦିଲ୍ଲୀ : କ୍ରିକେଟ୍ ପଡ଼ିଆରେ ଦ୍ରୁତ ବୋଲରଙ୍କ ଆଟାକ୍‌ ଆଗରେ ବଡ଼ ବଡ଼ ଷ୍ଟାର ବ୍ୟାଟର ମଧ୍ୟ ନିରୁତ୍ତର ହୋଇଯାଆନ୍ତି । ୱିକେଟ୍ ଉପରେ ସ୍ୱିଙ୍ଗ୍ କରିବାର କଳା ସବୁ ବୋଲରଙ୍କ ପାଖରେ ନାହିଁ, କିନ୍ତୁ ଏହି ପୀଢ଼ିରେ କିଛି ବୋଲର ଅଛନ୍ତି, ଯେଉଁମାନେ ନିଜ ଇଚ୍ଛା ଅନୁଯାୟୀ ବଲ୍‌ ଭିତରକୁ ଓ ବାହାରକୁ ସ୍ବିଙ୍ଗ କରିବାର କ୍ଷମତା ରଖିଛନ୍ତି । ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର ଏହି ପୀଢ଼ିର ଶ୍ରେଷ୍ଠ 5 ଦ୍ରୁତ ବୋଲରଙ୍କୁ ମନୋନୀତ କରିଛନ୍ତି ।

ଏକ ବ୍ୟକ୍ତିଗତ ପଡକାଷ୍ଟରେ କଥା ହେଉଥିବାବେଳେ ସଞ୍ଜୟ ବାଙ୍ଗର ଏହି ପୀଢ଼ିର 5 ଶ୍ରେଷ୍ଠ ବୋଲରଙ୍କୁ ଚୟନ କରିଛନ୍ତି । ସେ ଜସପ୍ରୀତ ବୁମରା, ମହମ୍ମଦ ଶାମି, ଜୋଶ ହାଜଲେଉଡ୍, ପ୍ୟାଟ୍ କମିନ୍ସ ଏବଂ ଟ୍ରେଣ୍ଟ ବୋଲ୍ଟଙ୍କୁ ଏହି ପୀଢିର ଶ୍ରେଷ୍ଠ ବୋଲର ଭାବରେ ବର୍ଣ୍ଣନା କରିଛନ୍ତି । ଭାରତ ପାଇଁ ବୁମରା ଏବଂ ଶାମି ବିଭିନ୍ନ ସମୟରେ ଚମତ୍କାର ବୋଲିଂ କରି ଦଳ ପାଇଁ ସଙ୍କଟମୋଚକ ସାଜିଛନ୍ତି ।

ଜସପ୍ରୀତ ବୁମ୍‌ରା :-

ଭାରତର ସ୍ପିଡଷ୍ଟାର କୁହାଯାଉଥିବା ଜସପ୍ରୀତ ବୁମରାଙ୍କର ଭାରତୀୟ ଦଳକୁ ବୋଲିଂରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସେ ଏପର୍ଯ୍ୟନ୍ତ ଟେଷ୍ଟରେ 159, ଦିନିକିଆରେ 149 ଏବଂ ଟି20ରେ 89 ୱିକେଟ୍ ନେଇସାରିଛନ୍ତି । ବର୍ତ୍ତମାନ ବୁମରା ଭାରତର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ରହିଛନ୍ତି । ଦୁନିଆର କୌଣସି ବ୍ୟାଟର ପାଖରେ ତାଙ୍କର ଘାତକ ୟର୍କରର ଉତ୍ତର ନଥିବା ପରି ମନେହୁଏ ।

ମହମ୍ମଦ ଶାମି :-

ଟିମ୍ ଇଣ୍ଡିଆର ପ୍ରମୁଖ ବୋଲର ମହମ୍ମଦ ଶାମି ଏପର୍ଯ୍ୟନ୍ତ ଭାରତ ପାଇଁ ବେଶ ଭଲ ପ୍ରଦର୍ଶନ କରିଛନ୍ତି । ଶାମି ଶେଷଥର ପାଇଁ ଦିନିକିଆ ବିଶ୍ୱକପ 2023ରେ ଦଳର ପ୍ରତିନିଧିତ୍ୱ କରିଥିଲେ, ଯେଉଁଠାରେ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଗୋଟିଏ ମ୍ୟାଚରେ 7 ୱିକେଟ୍ ନେଇ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ । ଟେଷ୍ଟରେ ଶାମି 229, ଦିନିକିଆରେ 195 ଏବଂ ଟି20ରେ 24 ୱିକେଟ୍ ଭାରତ ପାଇଁ ନେଇଛନ୍ତି ।

ହାଜଲେଉଡ୍‌ :-

ଯେତେବେଳେ କୌଣସି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୱିକେଟ୍ ଆବଶ୍ୟକ କରେ, ସେତେବେଳେ ବୋଲିଂ କରିବାକୁ ଆସିଥାନ୍ତି ଜୋସ୍ ହାଜଲେଉଡ୍‌ । ହାଜଲେଉଡ୍ ସଠିକ୍ ସମୟରେ ଦଳକୁ ୱିକେଟ୍ ଦେଇଥାନ୍ତି । ସେ ଅଷ୍ଟ୍ରେଲିଆର ସର୍ବକାଳୀନ ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରୁ ଜଣେ । ସେ ଟେଷ୍ଟରେ 273, ଦିନିକିଆରେ 135 ଏବଂ ଟି20ରେ 65 ୱିକେଟ୍ ହାସଲ କରିଛନ୍ତି ।

ପ୍ୟାଟ କମିନ୍ସ :-

ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ନିଜର ଘାତକ ବୋଲିଂ ଯୋଗୁଁ ଦେଶର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ରହିଛନ୍ତି । ସେ ଅଷ୍ଟ୍ରେଲିଆ ପାଇଁ ଏପର୍ଯ୍ୟନ୍ତ ଟେଷ୍ଟରେ 269, ଦିନିକିଆରେ 41 ଏବଂ ଟି20ରେ 66 ୱିକେଟ୍ ନେଇଛନ୍ତି । ତାଙ୍କ ଅଧିନାୟକତ୍ୱରେ ଦଳ 2023ରେ ଭାରତକୁ ପରାସ୍ତ କରି ଦିନିକିଆ ବିଶ୍ବକପ୍‌ ଏବଂ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଟାଇଟଲ ଜିତିଥିଲା ।

ଟ୍ରେଣ୍ଟ ବୋଲ୍ଟ :-

ସଞ୍ଜୟ ବାଙ୍ଗରଙ୍କ କହିବାନୁସାରେ, ଏହି ପୀଢ଼ି 5ମ ଶ୍ରେଷ୍ଠ ବୋଲର ହେଉଛନ୍ତି ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ । ବୋଲ୍ଟ ଏପର୍ଯ୍ୟନ୍ତ ଟେଷ୍ଟରେ 317, ଦିନିକିଆରେ 211 ଏବଂ ଟି20ରେ 83 ୱିକେଟ୍ ନେଇଛନ୍ତି । ତେବେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅବସର ପରେ ବି କ୍ରିକେଟ ଖେଳିବେ ଧାୱନ; କହିଲେ 'କ୍ରିକେଟ ମୋର ଅଭିନ୍ନ ଅଙ୍ଗ' - Shikhar Dhawan Joins LLC

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.