ପ୍ୟାରିସ (ଫ୍ରାନ୍ସ): ଚଳିତ ପ୍ୟାରିସ ଅଲିମ୍ପିକ୍ସ କ୍ରୀଡା ମହାକୁମ୍ଭରେ ଖାଲି ଖେଳାଳିଙ୍କ ପଦକ ଜିତିବା ହାରିବା ଚର୍ଚ୍ଚା ହେଉନି । ବରଂ ଲଭର ବାର୍ଡ ଖେଳାଳିଙ୍କ ପାଇଁ ଚର୍ଚ୍ଚା ଆଲୋଚନା ଜୋର ଧରୁଛି । ପଡିଆରେ ପଦକ ପାଇଁ ପ୍ରତିଯୋଗିତା ମଧ୍ୟରେ ପ୍ରେମ ନିବେଦନ ଖବର ଗୋଟିଏ ପରେ ଗୋଟିଏ ଆସୁଛି । ଚାଇନୀଜ କପଲଙ୍କ ପରେ ବର୍ତ୍ତମାନ ଫ୍ରାନ୍ସ କପଲ ଅଲିମ୍ପିକ୍ସରେ ଦର୍ଶକଙ୍କ ମନ ଜିତିଛନ୍ତି ।
ଏହା ବି ପଢନ୍ତୁ- ଅଲିମ୍ପିକ୍ସ ପୋଡିୟମରେ ପ୍ରେମ ନିବେଦନ; ଗୋଲ୍ଡ ଜିତିଲେ ଗାର୍ଲଫ୍ରେଣ୍ଡ, ପ୍ରପୋଜ୍ କଲେ ବୟଫ୍ରେଣ୍ଡ
ପଡିଆରେ ରଣନୀତି, ରଣକୌଶଳ ପ୍ରଦର୍ଶନ କରି ପ୍ରତିପକ୍ଷଙ୍କୁ ଚକମା ଦେଇ ଦେଶ ପାଇଁ ମେଡାଲ ଜିତିବା ଭିତରେ ନିଜର ଜୀବନ ସାଥୀ କଥା ଭୁଲୁନାହିଁନ୍ତି ଖେଳାଳି । ପ୍ରେମ ନିବେଦନ ପରେ ପ୍ରେମ ନିବେଦନ ହେଉଛି ଏବଂ ପଡିଆ ବାହାରେ ଖେଳାଳିଙ୍କ ରୋମାନ୍ସ ଦେଖିବାକୁ ମିଳୁଛି । ଫ୍ରାନ୍ସ ଆଥଲେଟ ଆଲିସ୍ ଫିନଟ୍ 3000ମିଟର ଷ୍ଟିପଲଚେଜ୍ ଇଭେଣ୍ଟରେ 4ର୍ଥ ସ୍ଥାନରେ ରହିବା ପରେ ସାଙ୍ଗେସାଙ୍ଗେ ତାଙ୍କ ବୟଫ୍ରେଣ୍ଡଙ୍କୁ ପ୍ରପୋଜ କରିଥିଲେ । ଏହି ଖେଳାଳି 8:58.67 ସମୟରେ 3000ମିଟର ଷ୍ଟିପଲଚେଜ୍ ଇଭେଣ୍ଟ ଶେଷ କରି ଯୁରୋପରେ ନୂଆ ରେକର୍ଡ କରିଛନ୍ତି ।
French athlete came in fourth in the 3000m steeplechase, a European record, and asked for her boyfriend's hand ...pic.twitter.com/ofs9DocirE
— Figen (@TheFigen_) August 7, 2024
ବୟଫ୍ରେଣ୍ଡକୁ କଲେ ପ୍ରପୋଜ-
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି କି 32 ବର୍ଷୀୟା ଧାବିକା ତାଙ୍କ ଇଭେଣ୍ଟ ଶେଷ କରିବା ପରେ ତାଙ୍କ ବୟଫ୍ରେଣ୍ଡଙ୍କ ନିକଟକୁ ଦୌଡିଥିଲେ । ତା ପରେ ଏକ ନେମପ୍ଲେଟ୍ ଦେଖାଇ ତାଙ୍କ ପୁରୁଷ ବନ୍ଧୁଙ୍କୁ ପ୍ରେମ ନିବେଦନ କରିଥିଲେ । ଏହି ଆବେଗପୂର୍ଣ୍ଣ ସମୟର ଭିଡିଓ ଭାଇରାଲ ହେଉଛି ।
ପୂର୍ବରୁ ଚର୍ଚ୍ଚାରେ ଥିଲେ ଚାଇନୀଜ କପଲ-
ଅଲିମ୍ପିକ୍ସ ପୋଡିୟମରେ ପ୍ରେମ ନିବେଦନ । ଗୋଲ୍ଡ ଜିତିଲେ ଗାର୍ଲଫ୍ରେଣ୍ଡ । ପ୍ରପୋଜ୍ କଲେ ବୟଫ୍ରେଣ୍ଡ ତଥା ସାଥୀ ଖେଳାଳି । ବ୍ୟାଡମିଣ୍ଟନରେ ହୁଆଙ୍ଗ ୟା କ୍ବିଅଙ୍ଗ୍ ଗୋଲ୍ଡ ଜିତିଲା ପରେ ପ୍ରେମ ନିବେଦନ କଲେ ଚାଇନୀଜ ଅଲିମ୍ପିକ ଖେଳାଳି ଲିଉ ୟୁଚେନ୍ । ସୋସଆଲ ମିଡିଆରେ ଫଟୋ, ଭିଡିଓ ଭାଇରାଲ । ଦୁହେଁ ମିକ୍ସଡ ଡବଲ୍ସ ବ୍ୟାଡମିଣ୍ଟନରେ ଗୋଲ୍ଡ ଜିତିଛନ୍ତି । ଏପରିକି ପ୍ରଜୋଜକୁ ଗ୍ରହଣ କରିଛନ୍ତି ହୁଆଙ୍ଗ ୟା କ୍ବିଅଙ୍ଗ୍ । ଏପଟେ ଏହି ଘଟଣା ପରେ ସୋସିଆଲ ମିଡିଆରେ ୟୁଜର୍ସ ଲେଖିଛନ୍ତି ଯେ ଚୀନ ଲୋକ ଗୋଲ୍ଡ ବି ଜିତୁଛନ୍ତି ଆଉ ଦିଲ ବି ଜିତୁଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେବାରେ ଲାଗିଛି ।