ହାଇଦ୍ରାବାଦ: ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ହାରିବା ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ବ ଓ ଫର୍ମକୁ ନେଇ ପ୍ରଶ୍ନ ଉଠିଛି। ପୁରା ଟେଷ୍ଟରେ ରୋହିତଙ୍କ ଫର୍ମ ଖରାପ ରହିଥିବା ବେଳେ ତାଙ୍କ ଅଧିନାୟକତ୍ବରେ 3ଟି ଖେଳାଯାଇଥିବା ଟେଷ୍ଟ ମ୍ୟାଚ ଭାରତ ହାରିଛି । ଯେଉଁଥିପାଇଁ ଚୟନକର୍ତ୍ତା ଟିମ୍ ବର୍ତ୍ତମାନ ରୋହିତଙ୍କୁ ଟେଷ୍ଟ ଦଳର ଏକାଦଶରେ ସ୍ଥାନ ଦେବେ ନା ନାହିଁ ବୋଲି ଚିନ୍ତା କରୁଛନ୍ତି । ଅନ୍ୟପଟେ ଖୁବଶୀଘ୍ର ରୋହିତ ଅନ୍ତର୍ଜାତୀୟ ଟେଷ୍ଟରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ଆଧାରରେ ହିଟ୍ମ୍ୟାନ ସିଡନୀ ଟେଷ୍ଟ ପରେ ଟେଷ୍ଟରୁ ଅବସର ଘୋଷଣା କରିପାରନ୍ତି, କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଟେଷ୍ଟରୁ ଅବସର ନେଇପାରନ୍ତି ରୋହିତ:
ଏବେ ପ୍ରଶ୍ନ ହେଉଛି ଯଦି ସିଡନୀ ଟେଷ୍ଟରେ ଭାରତର ବିଜୟ ଏବଂ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ସିରିଜର ଫଳାଫଳ ଯଦି ଭାରତ ସପକ୍ଷରେ ଯାଏ, ତେବେ ରୋହିତଙ୍କ ସହିତ କ’ଣ ହେବ? ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ବୋର୍ଡର ବରିଷ୍ଠ ଅଧିକାରୀ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ଯଦିଓ ଭାରତ ଡବ୍ଲୁଟିଏସି ଫାଇନାଲରେ ପହଞ୍ଚେ, ତେବେ ସେମାନେ ରୋହିତଙ୍କୁ ଦଳରେ ରଖିବା ସପକ୍ଷରେ ନାହାଁନ୍ତି। ଏଭଳି ପରିସ୍ଥିତିରେ ରୋହିତ ଚୟନକର୍ତ୍ତାଙ୍କୁ ତାଙ୍କୁ ଦଳରେ ରଖିବାକୁ ଅପିଲ କରିବେ, ଯଦି ତାଙ୍କର ଆବେଦନ ଗ୍ରହଣ ନହୁଏ ତେବେ ସିଡନୀରେ ଧଳା ଜର୍ସିରେ ଭାରତୀୟ ଅଧିନାୟକ ତାଙ୍କର ଶେଷ ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିବ।
ଏହା ମଧ୍ୟ ପଢ଼ନ୍ତୁ...ବକ୍ସିଂ ଡେ ଟେଷ୍ଚ: ଡେବ୍ୟୁରେ ନୀତିଶଙ୍କ ଦମଦାର ଶତକ, ଭାରତ ୩୫୮/୯ |
4ଟି ମ୍ୟାଚରେ ବୁମରା ନେଇଛନ୍ତି 30 ଓ୍ବିକେଟ, ରୋହିତ କରିଛନ୍ତି 31 ରନ:
ରୋହିତ ଘରୋଇ ଗ୍ରାଉଣ୍ଡରେ ଶେଷ ବାଂଲାଦେଶ ସିରିଜ ପରଠାରୁ 15 ଇନିଂସରେ ମୋଟ 164 ରନ କରିଛନ୍ତି। ବର୍ତ୍ତମାନର ଅଷ୍ଟ୍ରେଲିଆ ସିରିଜରେ ତାଙ୍କର ପ୍ରଦର୍ଶନ ସବୁଠାରୁ ଖରାପ ରହିଛି । ବର୍ଡର-ଗାଭାସ୍କର ଟ୍ରଫିରେ ଯଶପ୍ରୀତ ବୁମରା ଏପର୍ଯ୍ୟନ୍ତ 30 ୱିକେଟ୍ ନେଇଥିବା ବେଳେ ପାଞ୍ଚ ଇନିଂସ ଖେଳି ରୋହିତଙ୍କ ମାତ୍ର 31 ରନ କରିଛନ୍ତି । ବୁମରାଙ୍କ ଓ୍ବିକେଟ ସଂଖ୍ୟା ଯେତେ ମାତ୍ର ତାଠୁ ଗୋଟିଏ ସଂଖ୍ୟା ରନ କରିବାରେ ଆଗରେ ରୋହିତ ।
ଯଦି ଭାରତ ଡବ୍ଲୁଟିସି ଫାଇନାଲରେ ପହଞ୍ଚେ ତେବେ ଚୟନକର୍ତ୍ତା ତାଙ୍କୁ ଏକାଦଶରେ ସ୍ଥାନ ନଦେବାକୁ ଚିନ୍ତା କରୁଛି । ଯଦି ସିଡନୀ ଟେଷ୍ଟରେ ଭାରତ ହାରିଯାଏ ତେବେ ସେ ଟେଷ୍ଟରୁ ଅବସର ଘୋଷଣା କରିପାରନ୍ତି । ମେଲବର୍ଣ୍ଣ ଟେଷ୍ଟ ପରେ ରୋହିତ ଅବସର ନେଇ କିଛିବି ସୂଚନା ଦେଇନାହାନ୍ତି । କିନ୍ତୁ ସେ ସମସ୍ତଙ୍କୁ ଏହି ଟେଷ୍ଟରେ ନିରାଶ କରିଛନ୍ତି ।