ETV Bharat / sports

ଟି20 ବିଶ୍ୱକପ: ବାରବାଡୋସ ଷ୍ଟାଡିୟମରେ ବିଜୟର ମାଟି ଚାଖିଲେ ରୋହିତ - rohit sharma

author img

By ETV Bharat Odisha Team

Published : Jun 30, 2024, 2:30 PM IST

Rohit Sharma eats soil: ବିଶ୍ବକପ ଜିତିବା ପରେ ଆତ୍ମବିଭୋର ହୋଇପଡିଲେ ରୋହିତ । ଷ୍ଟାଡିୟମରେ ବସି ମାଟି ଖାଇଲେ । ଅଧିକ ପଢନ୍ତୁ

Rohit Sharma eats soil
Rohit Sharma eats soil (ICC)

ହାଇଦ୍ରାବାଦ: ଟି20 ବିଶ୍ବକପ ଟ୍ରଫି ହାତେଇବା ପରେ ଖୁସିରେ ଆତ୍ମ ବିଭୋର ହୋଇପଡିଥିଲେ ଭାରତୀୟ ଖେଳାଳି । ବଡ ମ୍ୟାଚରେ ବଡ ବିଜୟ ପରେ ବାରବାଡୋସ ଷ୍ଟାଡିୟମରେ ଲୋଟି ପଡିଥିଲେ ଅଧିନାୟକ ରୋହିତ ଶର୍ମା । ବିଶ୍ବକପ ହାତେଇବା ଖୁସିରେ ଭାବବିହ୍ବଳ ହୋଇ ଷ୍ଟାଡିୟମରେ ବସି ପଡଥିଲେ ଓ ପିଚ୍‌ରୁ ମାଟି ଉଠାଇ ଖାଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଇସିସି ପକ୍ଷରୁ ରବିବାର ଦିନ ରୋହିତଙ୍କ ଏକ ଭିଡିଓ ପୋଷ୍ଟ କରାଯାଇଛି, ଯେଉଁଥିରେ ଭାରତୀୟ ଅଧିନାୟକ ଷ୍ଟାଡିୟମ ପିଚ୍‌ରେ ବସି ତଳୁ ମାଟି ଉଠାଇ ଖାଉଥିବା ଦେଖିବାକୁ ମିଳିଛି । ବାରବାଡୋସ ଷ୍ଟାଡିୟମରେ ଭାରତ 17 ବର୍ଷର ଅପେକ୍ଷାର ଅନ୍ତ ଘଟିଥିବାରୁ ଏହାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସେ ମାଟି ଖାଇଥିବା କୁହାଯାଉଛି । ଭାରତୀୟ ଟିମର ଧୌର୍ଯ୍ୟ ଓ ଆତ୍ମବିଶ୍ବାସ ଯୋଗୁଁ ବିଶ୍ବକପ ହାତେଇଛି ଦଳ ।

ଏହା ମଧ୍ୟ ପଢନ୍ତୁ-ଖେଳାଳିଙ୍କ ସହ କଥା ହେଲେ ମୋଦି, ରୋହିତ-କୋହଲି-ରାହୁଲଙ୍କୁ ପ୍ରଶଂସା କଲେ - MODI CONGRATULATES TEAM INDIA

ଧୌର୍ଯ୍ୟ-ସାହସ-ଆତ୍ମବିଶ୍ବାସର ବିଜୟ: ଦିନିକିଆ ବିଶ୍ବକପରେ ଭାରତ ଅପରାଜେୟ ରହି ଫାଇନାଲରେ ପହଞ୍ଚିଥିଲା । କିନ୍ତୁ ଟ୍ରଫି ହାତେଇବା ଠାରୁ ଗୋଟିଏ ପାଦ ପଛରେ ରହିଯାଇଥିଲା । ଟିମ ଇଣ୍ଡିଆଠାରୁ ଟ୍ରଫି ଛଡାଇ ନେଇଥିଲା କଙ୍ଗାରୁ ଦଳ । ଫଳରେ ଦୁଃଖରେ ଭାଙ୍ଗି ପଡିଥିଲେ ଖେଳାଳି, ଭାଙ୍ଗିଥିଲା କୋଟି କୋଟି କ୍ରୀଡାପ୍ରେମୀଙ୍କ ହୃଦୟ । ଏତେ ବଡ ପରାଜୟର କଷ୍ଟରୁ ବାହାରି ଭାରତ ପୁଣି ଟି20 ବିଶ୍ବକପ ଖେଳିଥିଲା । ମନରେ ଦୃଢଆତ୍ମବିଶ୍ବାସ ରଖି ପଡିଆକୁ ଓହ୍ଲାଇଥିଲା । ସମାନ ବିଶ୍ବକପ ପରି ଟି20ରେ ମଧ୍ୟ ଅପରାଜେୟ ରହି ଦଳ ଫାଇନାଲକୁ ପ୍ରବେଶ କରିଥିଲା । ପରାଜିତ ନୁହଁ ବରଂ ଫାଇନଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଜୟର ବାନା ଉଡାଇଥିଲା ।

ଅନ୍ତର୍ଜାତୀୟ ଟି 20ରୁ ରୋହିତଙ୍କ ଅବସର: ଭାରତକୁ ବିଶ୍ବ ବିଜୟୀ କରାଇବା ପରେ ଅନ୍ତର୍ଜାତୀୟ ଟି20 କ୍ରିକେଟରୁ ବିଦୟ ନେଇଛନ୍ତି ରୋହିତ ଶର୍ମା । ବିଜୟ ପରେ ସାମ୍ବାଦିକ ସମ୍ମିଳନୀରେ ସେ ଏପରି ଘୋଷଣା କରି ଫ୍ୟାନ୍ସଙ୍କୁ ଝଟକା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.