ETV Bharat / sports

RCB ଫ୍ୟାନ୍ସଙ୍କ ପାଇଁ ଖୁସି ଖବର; କୋହଲିଙ୍କ ଟିମରେ ଖେଳିବେ ‘ଫିନିସର’ ରିଙ୍କୁ ସିଂ, ଚାମ୍ପିଅନ୍ KKRକୁ ବଡ ଝଟକା ! - Rinku Singh wants to join RCB

author img

By ETV Bharat Sports Team

Published : Aug 19, 2024, 9:40 AM IST

Updated : Aug 19, 2024, 11:10 AM IST

Rinku Singh Wants To Play For RCB In IPL 2025 If Not Retained By KKR In IPL Auction: କେକେଆର ରିଙ୍କୁକୁ ନରଖେ ମେଗା ରିଟେନସନରେ ତାହାଲେ ରିଙ୍କୁ ଖେଳିବେ କୋହଲିଙ୍କ ଟିମରେ । ନିଜର ସବୁଠୁ ବଡ ଇଛା ବୟାନ କରି ଆଇପିଏଲ ମାହୋଲକୁ ବର୍ତ୍ତମାନ ଅଧିକ ଗରମ କରିଛନ୍ତି । କୋହଲିଙ୍କ ଟିମରେ ଏଣ୍ଟ୍ରେ ମାରିବା ବଡ ସ୍ବପ୍ନ ବୋଲି କହିଛନ୍ତି ରିଙ୍କୁ । ଅଧିକ ପଢନ୍ତୁ

Rinku Singh Wants To Play For RCB
Rinku Singh Wants To Play For RCB (IANS and AP Photos)

ହାଇଦ୍ରାବାଦ: କୋଲକତା ନାଇଟ ରାଇଡର୍ସ (କେକେଆର) ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର । ଯଦି ଆଗାମୀ ମେଗା ରିଟେନସନରେ ରିଙ୍କୁ ସିଂଙ୍କୁ ଟିମରେ ନରଖେ କେକେଆର ତେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁଲୁ ( ଆରସିବି ) ପକ୍ଷରୁ ଖେଳିବେ ଫିନିସର ରିଙ୍କୁ । କୋହଲିଙ୍କ ଟିମରେ ଏଣ୍ଟ୍ରେ ମାରିବା ବଡ ସ୍ବପ୍ନ ବୋଲି କହିଛନ୍ତି ରିଙ୍କୁ । 2025 ଆଇପିଏଲ ସିଜିନ ପାଇଁ ସବୁଠି ମାହୋଲ ସରଗରମ । ଫ୍ରାଞ୍ଚାଇଜ୍ ଟିମର ମାଲିକଙ୍କ ମିଟିଂ, ଧୋନୀଙ୍କୁ ଅନକ୍ୟାପଡ ଖେଳାଳି ଭାବେ ବିଚାର କରିବାକୁ ନେଇ ଚର୍ଚ୍ଚା ମଧ୍ୟରେ କେକେଆର ଫିନିସର ରିଙ୍କୁ ସିଂଙ୍କ ବଡ ବୟାନ । ଯଦି କେକେଆର ରିଙ୍କୁକୁ ନରଖେ ମେଗା ରିଟେନସନରେ ତାହାଲେ ରିଙ୍କୁ ଖେଳିବେ କୋହଲିଙ୍କ ଟିମରେ । ନିଜର ସବୁଠୁ ବଡ ଇଛା ବୟାନ କରି ଆଇପିଏଲ ମାହୋଲକୁ ବର୍ତ୍ତମାନ ଅଧିକ ଗରମ କରିଛନ୍ତି । କାରଣ କେକେଆର ଗତ ବର୍ଷ ଚମ୍ପିଆନ ହୋଇଥିବା ବେଳେ ଆରସିବି 15 ବର୍ଷରୁ ଅଧିକ ସମୟ ଧରି ଚାମ୍ପିଅନ ତାଜ ପାଇଁ ସଂଘର୍ଷ କରୁଛି ।

ଏହା ବି ପଢନ୍ତୁ-ମହିଳା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣା; ସୋସିଆଲ ମିଡିଆରେ ବଡ଼ ସନ୍ଦେଶ ଦେଲେ ସୂର୍ଯ୍ୟକୁମାର ଯାଦବ - Suryakumar Yadav On Kolkata Case

ଫିନିସର ରିଙ୍କୁ ସିଂ-

ରିଙ୍କୁ ସିଂ କେକେଆର ପାଇଁ ଏକାଧିକ ମ୍ୟାଚରେ ଶେଷ ଆଡକୁ ଧମାକାଦାର ଇନିଂସ ଖେଳି ଦଳକୁ ବିଜୟୀ କରିଛନ୍ତି । ସିଜିନ 2023ରେ ଗୁଜୁରାଟ ବିପକ୍ଷରେ ଶଷ ଓଭରରେ 5 ବଲରେ 5 ଛକା ମାରି ସେ ଚର୍ଚ୍ଚାକୁ ଆସିଥିଲେ । ଏହା ସହିତ ସେ ଆଇପିଏଲରେ ଚାପରେ ମଧ୍ୟ କେକେଆର ପାଇଁ ଦମଦାର ଇନଂସ ଖେଳିଛନ୍ତି ।

ଏହା ବି ପଢନ୍ତୁ- ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ : ପାକିସ୍ତାନକୁ ପଛରେ ପକାଇଲା ଦକ୍ଷିଣ ଆଫ୍ରିକା; ଫାଇନାଲ୍‌ ଦୌଡ଼ରେ ଆଗରେ ଭାରତ - World Test Championship

କେକେଆର ଛାଡିବେ ରିଙ୍କୁ !

ରିଙ୍କୁ ସିଂ ନିକଟରେ ଏକ ଜାତୀୟ ମିଡିଆକୁ ସାକ୍ଷାତକାର ଦେବା ସମୟରେ କହିଥିଲେ କି, "2025 ସିଜିନରେ ମୁଁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବକୁ ଚାହୁଁଛି । ତେବେ ଯଦି କେକେଆର ମୋତେ ରିଟେନ ନ କରେ ତାହାଲେ ମୁଁ ଅନ୍ୟଦଳ ବିଶଷ କରି ଆରସିବି ପକ୍ଷରୁ ଖେଳିବାକୁ ଇଛୁକ ।"

ରିଙ୍କୁ ସିଂଙ୍କ କ୍ୟାରିଅର-

ରିଙ୍କୁ ସିଂ ଜଣେ ମଧ୍ୟକ୍ରମ ବାମହାତୀ ବ୍ୟାଟ୍ସମ୍ୟାନ । ସେ ଟିମ୍ ଇଣ୍ଡିଆ ପାଇଁ ଟି-20 ଫର୍ମାଟରେ କମାଲ କରିଛନ୍ତି । ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଦମଦାର ଫିଲ୍ଡିଂ ପାଇଁ ରିଙ୍କୁ ଜଣାଶୁଣା । ରିଙ୍କୁ ସିଂଙ୍କୁ ଗତ ଟି-20 ଓ୍ବାର୍ଲ୍ଡ କପରେ ସ୍ଥାନ ନମିଳିବା ପରେ ବିବାଦ ସୃଷ୍ଟି ହୋଇଥିଲା ।

Last Updated : Aug 19, 2024, 11:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.