ETV Bharat / sports

ଅଲିମ୍ପିକ୍ସରେ ଭାରତୀୟ ହକି ଜର୍ସିରେ ନାହିଁ ଓଡିଶା ନାଁ; କଂଗ୍ରେସ କହିଲା ଷଡ଼ଯନ୍ତ୍ର, ଏମିତି କହିଲେ କ୍ରୀଡ଼ା ସମୀକ୍ଷକ - Politics over Hockey Team Jersey

author img

By ETV Bharat Sports Team

Published : Jul 29, 2024, 8:09 PM IST

Politics over Hockey Team Jersey at Paris Olympics 2024: ପ୍ୟାରିସ ଅଲମ୍ପିକ୍ସ 2024ରେ ଖେଳୁଥିବା ବାରତୀୟ ହକି ଦଳ ଜର୍ସିରେ ନାହିଁ ଓଡ଼ିଶାର ନାଁ । 2036 ପର୍ଯ୍ୟନ୍ତ ଓଡିଶା ଭାରତୀୟ ହକି ଦଳର ପ୍ରାୟୋଜକ ଥିବାବେଳେ କାହିଁକି ଓଡ଼ିଶାର ନାଁ ରହିଲାନି ବୋଲି ପ୍ରଶ୍ନ କଲା କଂଗ୍ରେସ । ଜବାବ ରଖିଲେ କ୍ରୀଡ଼ା ସମୀକ୍ଷକ । ଅଧିକ ପଢ଼ନ୍ତୁ

Politics over Hockey Team Jersey
Politics over Hockey Team Jersey (ETV Bharat Odisha)

ଭୁବନେଶ୍ବର: ପ୍ୟାରିସ ଅଲମ୍ପିକ୍ସ 2024ରେ ସାମିଲ ହୋଇଥିବା ଭାରତୀୟ ହକି ଦଳର ଜର୍ସିରେ ନାହିଁ ଓଡିଶାର ଲୋଗୋ କିମ୍ବା ନାଁ । ଓଡ଼ିଶା ବଦଳରେ ଏକ ଘରୋଇ ସଂସ୍ଥାର ଲୋଗୋ ଯୁକ୍ତ ଜର୍ସିରେ ନଜର ଆସୁଛି ଭାରତୀୟ ଦଳ । 2036 ପର୍ଯ୍ୟନ୍ତ ଓଡିଶା ଭାରତୀୟ ହକି ଦଳର ପ୍ରାୟୋଜକ ଥିବାବେଳେ ଦଳ କାହିଁକି ଘରୋଇ ସଂସ୍ଥାର ଲୋଗୋ ବ୍ୟବହାର କରୁଛି, ସେନେଇ ଉଠିଛି ପ୍ରଶ୍ନ । ଅନେକ ଏହାକୁ ଓଡ଼ିଆ ଅସ୍ମିତା ବିରୋଧୀ ଏବଂ ଓଡିଶା ବିରୋଧରେ ଷଡ଼ଯନ୍ତ୍ର ବୋଲି ଅଭିହିତ କରୁଛନ୍ତି । କିନ୍ତୁ ଏହି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି ବରିଷ୍ଠ କ୍ରୀଡା ସାମ୍ବାଦିକ । ଅଲିମ୍ପିକ୍ସରେ ହକି ଦଳ ଓଡିଶା ଜର୍ସି ନପିନ୍ଧିବା ପଛରେ କୌଣସି ଷଡ଼ଯନ୍ତ୍ର ନାହିଁ ବୋଲି କହିଛନ୍ତି ବରିଷ୍ଠ କ୍ରୀଡ଼ା ସମୀକ୍ଷକ ବିମଳ କୁମାର ରାଉଳ ।

ହକି ଜର୍ସିରେ ନାହିଁ ଓଡିଶା ନାଁ (ETV Bharat Odisha)

'ଅଲିମ୍ପିକ୍ସରେ ଓଡ଼ିଶାକୁ ଅଣଦେଖା ନିନ୍ଦନୀୟ':-

ଜାତୀୟ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ କହିଛନ୍ତି, "ଭାରତୀୟ ହକିର ଦୁର୍ଦ୍ଦିନ ସମୟରେ ଓଡିଶା ଛିଡା ହୋଇଥିଲା । ସାଢ଼େ 4 କୋଟି ଓଡିଆଙ୍କ ଟିକସ ପଇସାରେ ଭାରତୀୟ ହକିର ପ୍ରୟୋଜକ ହୋଇଥିଲା ଓଡିଶା । ଓଡିଶା 2018 ମସିହାରୁ ହକି ଇଣ୍ଡିଆର ପ୍ରାୟୋଜକ ରହିଛି । ପ୍ରଥମ 5 ବର୍ଷ ଲାଗି 120 କୋଟି, ପରବର୍ତ୍ତୀ 10 ବର୍ଷ ଲାଗି 434 କୋଟି ଓଡିଶା ପ୍ରଦାନ କରିଛି । ଏବେ ନୂଆ ସରକାର ଆଉ 3 ବର୍ଷ ଏହି ଅବଧିକୁ ବଢ଼ାଇଛନ୍ତି । ଆମେ 2036 ଯାଏଁ ଭାରତୀୟ ହକିର ପୃଷ୍ଠପୋଷକ ରହିଛୁ । ଯଦି ଆମେ 2018ରୁ 2036 ଯାଏଁ 18 ବର୍ଷ ପ୍ରାୟୋଜକ ରହିବୁ, ବିଶ୍ବକ୍ରୀଡ଼ା ଅଲିମ୍ପିକ୍ସରେ କାହିଁକି ଆମକୁ ଅଣଦେଖା କରାଯିବ ? ଏହା ନିନ୍ଦନୀୟ କଥା ।"

'ଓଡିଶା ସରକାର ପଦକ୍ଷେପ ନିଅନ୍ତୁ':-

ସେ ଆହୁରି କହିଛନ୍ତି, "ପ୍ୟାରିସରେ ଚାଲିଥିବା ଅଲିମ୍ପିକ୍ସରେ ଭାରତୀୟ ହକି ଜର୍ସିରେ ପ୍ରଯୋଜକ ଓଡିଶାର ନାଁ ଉଭାନ ହୋଇଯାଇଛି । ସେଠାରେ ଏକ ଘରୋଇ ସଂସ୍ଥାର ନାଁ ରହିଛି । ଏହାକୁ ଆମେ ତୀବ୍ର ନିନ୍ଦା କରୁଛୁ । ମୁଖ୍ୟମନ୍ତ୍ରୀ ଓଡ଼ିଆ ଅସ୍ମିତାର କଥା କହୁଥିବାବେଳେ ଓଡିଶା ନାଁ ନରହିବା ଓଡ଼ିଆ ଅସ୍ମିତା ସଙ୍କଟରେ ପଡୁନାହିଁ କି ? ଆମେ 18 ବର୍ଷ ହେଲା ହକିର ସେବା କରୁଛୁ । ତେଣୁ ଆମେ ମଧ୍ୟ ଚାହୁଁ ଅଲିମ୍ପିକ୍ସ ସମୟରେ ସାରା ବିଶ୍ବ ଜାଣୁ ଓଡିଶା ହକିର ପ୍ରାୟୋଜକ ।" ଓଡିଶା ସରକାର ଏନେଇ ହକି ଇଣ୍ଡିଆ ସହିତ ଆଲୋଚନା କରି ଆଗକୁ ଏପରି ନହେବା ଲାଗି ପଦକ୍ଷେପ ନିଅନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ ଦାବି କରିଛନ୍ତି ।

'ଅଲିମ୍ପିକ୍ସରେ ଓଡ଼ିଶା ନାହିଁ ପ୍ରାୟୋଜକ':-

ଅନ୍ୟପଟେ ବରିଷ୍ଠ କ୍ରୀଡା ସମୀକ୍ଷକ ବିମଳ କୁମାର ରାଉଳ କହିଛନ୍ତି, "ଭାରତୀୟ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ଓଡିଶା ଜର୍ସି ପରିଧାନ କାହିଁକି କରୁନାହିଁ, ସେନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । କିଛି ଲୋକ ଏହା ଓଡିଶା ଅସ୍ମିତା ସହ ଯୋଡୁଛନ୍ତି । ବିଭିନ୍ନ ବିଭ୍ରାନ୍ତିକର ତଥ୍ୟ ରଖିଛନ୍ତି । ପ୍ରକୃତ କଥା ହେଉଛି ଯେ, ଓଡିଶା ହକି ଇଣ୍ଡିଆର ପ୍ରାୟୋଜକ ରହିଛି । ହକି ଇଣ୍ଡିଆ ଯେଉଁଠାକୁ ଭାରତୀୟ ହକି ଦଳକୁ ପଠାଇବ ସେଠାରେ ସେମାନେ ଓଡିଶା ଜର୍ସି ପରିଧାନ କରି ଖେଳିବେ । କିନ୍ତୁ ଅଲିମ୍ପିକ୍ସ ଭିନ୍ନ କଥା । ଅଲିମ୍ପିକ୍ସକୁ ଭାରତୀୟ ଅଲିମ୍ପିକ୍ସ ସଂଘ ବା ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏସନ (IOA) ଦଳ ପଠାଏ । ଭାରତ ସରକାର ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରନ୍ତି । ପ୍ରତ୍ୟେକ ଖେଳାଳି ଆଇଓଏରୁ ପ୍ରତିନିଧିତ୍ବ କରନ୍ତି । ତେଣୁ ଆଇଓଏ ଦ୍ବାରା ପ୍ରଦତ୍ତ ଜର୍ସି ସେମାନେ ମ୍ୟାଚ୍‌ ଓ ଅଭ୍ୟାସ ବେଳେ ପରିଧାନ କରିବେ । ଏଥର ଏକ ଘରୋଇ ସଂସ୍ଥା ଆଇଓଏର ପ୍ରାୟୋଜକ ରହିଛି । ତେଣୁ ଭାରତୀୟ ହକି ଦଳ ଜର୍ସିରେ ଘରୋଇ ସଂସ୍ଥାର ନାଁ ଲେଖା ହୋଇଛି ।"

'ଟୋକିଓ ଅଲିମ୍ପିକ୍ସରେ ନଥିଲା ଓଡ଼ିଶା ନାଁ':-

ସେ ଆହୁରି କହିଛନ୍ତି, "41 ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଦଳ ବ୍ରୋଞ୍ଜ ପଦକ ଜିତିଥିଲା । ଟୋକିଓ ଅଲିମ୍ପିକ୍ସରେ ସମାନ ଚିତ୍ର ଦେଖିବାକୁ ମିଳିଥିଲା । ସେଠାରେ ମଧ୍ୟ ଭାରତୀୟ ଦଳ ଓଡିଶା ଜର୍ସି ପିନ୍ଧିନଥିଲେ । ତେଣୁ ଏଥର ଓଡିଶା ଜର୍ସି ପିନ୍ଧିବା ଆଶା କରିବା ବୃଥା । ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଓଡିଶା ଜର୍ସି ନପିନ୍ଧିବା ପଛରେ କୌଣସି ଷଡ଼ଯନ୍ତ୍ର ନାହିଁ । ତେଣୁ ଏହାକୁ ନେଇ ଭ୍ରମରେ ପଡିବା କୌଣସି ଯୁକ୍ତିଯୁକ୍ତ ନୁହେଁ ।" ଅଲିମ୍ପିକ୍ସ ପରେ ଭାରତୀୟ ଦଳ ବିଭିନ୍ନ ସିରିଜ ଓ ଟୁର୍ଣ୍ଣାମେଣ୍ଟ ଖେଳିବ, ସେତେବେଳେ ପୁଣି ଓଡିଶା ଜର୍ସି ପିନ୍ଧି ଖେଳିବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଚମକିଲେ ହରମନପ୍ରୀତ; ହକିରେ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍‌ ଡ୍ର' - Paris Olympics 2024

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.