ETV Bharat / sports

ଖେଳାଳିଙ୍କ ସହ କଥା ହେଲେ ମୋଦି, ରୋହିତ-କୋହଲି-ରାହୁଲଙ୍କୁ ପ୍ରଶଂସା କଲେ - MODI CONGRATULATES TEAM INDIA

author img

By ETV Bharat Odisha Team

Published : Jun 30, 2024, 1:17 PM IST

Updated : Jun 30, 2024, 3:18 PM IST

PM Modi speaks to Team India Players: ଭାରତୀୟ କ୍ରିକେଟରଙ୍କ ସହ କଥା ହୋଇ ବିଜୟର ଶୁଭେଚ୍ଛା ଜଣାଇଲେ ମୋଦି । ରୋହିତଙ୍କ ଅଧିନାୟକତ୍ବକୁ କଲେ ପ୍ରଶଂସା । ଅଧିକ ପଢନ୍ତୁ

PM Modi speaks to Team India Players
PM Modi speaks to Team India Players (@narendramodi)

INDIA WON T20 WORLD CUP (@BCCI)

ହାଇଦ୍ରାବାଦ: ଭାରତ ବିଶ୍ବ ବିଜୟୀ ହେବା ଖୁସିରେ ଉତ୍ସବ ମନାଉଛନ୍ତି ଦେଶବାସୀ । ଟିମ ଇଣ୍ଡିଆକୁ ଛୁଟିଛି ଶୁଭେଚ୍ଛାର ସୁଅ । ଖୁସିରେ ଆତ୍ମବିଭୋର ହୋଇ ନିଜକୁ ଅଟକାଇ ପାରିଲେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶେଷରେ ଭାରତୀୟ ଟିମର ଖେଳାଳିଙ୍କ ସହ ଫୋନରେ କଥା ହୋଇଛନ୍ତି । ଦିନିକିଆ ବିଶ୍ବକପରେ ଖେଳାଳିଙ୍କୁ ସାନ୍ତ୍ବନା ଦେଇଥିଲେ... ଆଉ ଏବେ ଟି20 ବିଶ୍ବକପ ହାତେଇବା ପରେ ଭାରତୀୟ ଦଳ ସହ କଥା ହୋଇ ଟି20 ବିଶ୍ୱକପରେ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପୁରା ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ଦକ୍ଷତା ଏବଂ ଜଲଓ୍ବା ଦେଖାଇଛନ୍ତି । ପ୍ରତ୍ୟେକ ଖେଳାଳିଙ୍କ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରେରଣାଦାୟକ ଅଟେ ବୋଲି ଟ୍ବିଟ କରି କହିଛନ୍ତି ମୋଦି ।

ରୋହିତଙ୍କ ଅଧିନାୟକତ୍ବକୁ ମୋଦିଙ୍କ ପ୍ରଶଂସା: ରୋହିତଙ୍କ ସହ ଫୋନରେ କଥା ହୋଇଥିଲେ ମୋଦି । ଏନେଇ ସେ ଟ୍ବିଟ କରି କହିଛନ୍ତି, ''ରୋହିତ ତୁମେ ଉତ୍କୃଷ୍ଟତାର ପ୍ରତୀକ । ତୁମର ଆକ୍ରମଣାତ୍ମକ ମାନସିକତା, ବ୍ୟାଟିଂ ଏବଂ ଅଧିନାୟକତ୍ବ ଭାରତୀୟ ଦଳକୁ ଏକ ନୂଆ ଦିଗ ଦେଇଛି । ତୁମର T20 କ୍ୟାରିୟର ମନେ ରହିବ । ଆଜି ତୁମ ସହିତ କଥା ହୋଇ ମୁଁ ଖୁସି ମନେ କରୁଛି ।''

ଏହା ମଧ୍ୟ ପଢନ୍ତୁ-ଟି20 ବିଶ୍ବକପ: ବିଜେତା ଦଳ ଉପରେ ଟଙ୍କା ବର୍ଷା, କୋଟିପତି ହେଲେ ଏହି ଖେଳାଳି ? - T20 World Cup prize money

କୋହଲିଙ୍କୁ ମୋଦିଙ୍କ ପ୍ରଶଂସା: କୋହଲିଙ୍କୁ ମୋଦି କହିଛନ୍ତି, ''ତୁମ ସହିତ କଥା ହୋଇ ମୁଁ ବହୁତ ଖୁସି । ଫାଇନାଲରେ ଦମଦାର ଇନିଂସ ଖେଳି ତୁମେ ଭାରତୀୟ ବ୍ୟାଟିଂ ବିଭାଗକୁ ଭଲ ଭାବରେ ସମ୍ଭାଳି ନେଇଥିଲେ । ଖେଳର ପ୍ରତିଟି ଫର୍ମାଟରେ ତମେ ନିଜର ଚମକ ଦେଖାଇଛ । T20 କ୍ରିକେଟରେ ଆପଣଙ୍କୁ ମନେ ପକାଇବ । କିନ୍ତୁ ମୁଁ ନିଶ୍ଚିତ ଯେ ଆପଣ ନୂତନ ପିଢି ଖେଳାଳିଙ୍କୁ ଉତ୍ସାହିତ କରିବା ଜାରି ରଖିବେ ।

ରାହୁଲଙ୍କ ସହ କଥା ହେଲେ ମୋଦି: ''କୋଚ ଭାବେ ରାହୁଲ ଦ୍ରାବିଡଙ୍କ ଯାତ୍ରା ଭାରତୀୟ କ୍ରିକେଟର ସଫଳତାକୁ ରୂପ ଦେଇଛି । ତାଙ୍କର ଉତ୍ସର୍ଗୀକୃତତା, ଜ୍ଞାନ ଏବଂ ସଠିକ୍ ପ୍ରତିଭାକୁ ଚିହ୍ନିବା ଦଳକୁ ପରିବର୍ତ୍ତନ କରିଛି । ଭାରତ ତାଙ୍କର ଅବଦାନ ଏବଂ ପର ପିଢିକୁ ପ୍ରେରଣା ପାଇଁ କୃତଜ୍ଞ । ତାଙ୍କୁ ବିଶ୍ୱକପ୍ ଉଠାଇବା ଦେଖି ଆମେ ଖୁସି । ''

Last Updated : Jun 30, 2024, 3:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.