ETV Bharat / sports

IAS ଅଧିକାରୀଙ୍କୁ ପାରାଲିମ୍ପିକ୍ସରେ ରୌପ୍ୟ ପଦକ; ପତ୍ନୀ ଜିତିଥିଲେ Mrs India ଟାଇଟଲ - Paralympics Silver Medalist IAS

author img

By ETV Bharat Sports Team

Published : Sep 3, 2024, 1:35 PM IST

Paralympics Silver Medalist IAS : ପାରାଲିମ୍ପିକ୍ସରେ ଭାରତର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ୟୁପିର ଜଣେ ଆଇଏଏସ୍ ଅଧିକାରୀ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି । ତାଙ୍କ ପତ୍ନୀ ମଧ୍ୟ ଜଣେ ଆଇଏଏସ୍‌ ଅଧିକାରୀ ଥିବାବେଳେ 2019ରେ ଜିତିଥିଲେ 'Mrs India' ଟାଇଟଲ । ଅଧିକ ପଢ଼ନ୍ତୁ

Paralympics Silver Medalist IAS
Paralympics Silver Medalist IAS (ETV Bharat)

ପ୍ୟାରିସ (ଫ୍ରାନ୍ସ) : ଲକ୍ଷ୍ନୌର ଆଇଏଏସ୍ ଅଧିକାରୀ ତଥା ଉତ୍ତରପ୍ରଦେଶ କ୍ରୀଡ଼ା ଏବଂ ଯୁବ କଲ୍ୟାଣ ବିଭାଗ ସଚିବ ସୁହାସ ଏଲ୍‌ୱାଇ ସୋମବାର ରାତିରେ ପ୍ୟାରିସ୍ ପାରାଲିମ୍ପିକ୍ସ 2024ରେ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତିଛନ୍ତି । ପୁରୁଷ ଏକକ SL4 ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଫ୍ରାନ୍ସର ଲୁକାସ ମଜୁରଙ୍କ ଠାରୁ 21-10 ଓ 21-13ରେ ପରାସ୍ତ ହୋଇଥିଲେ । ତେବେ ଟୋକିଓ ପାରାଲିମ୍ପିକ୍ସ ପରେ ପ୍ୟାରିସରେ କ୍ରମାଗତ ଦ୍ବିତୀୟ ରୌପ୍ୟ ପଦକ ହାସଲ କରିଛନ୍ତି ଏହି ଆଇଏଏସ୍‌ ଅଧିକାରୀ ।

ଟୋକିଓରେ ବି ରୌପ୍ୟ ଜିତିଥିଲେ ସୁହାସ :-

2021 ମସିହାରେ ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ଆଇଏଏସ୍‌ ଅଧିକାରୀ ସୁହାସ୍ ରୌପ୍ୟ ପଦକ ଜିତିଥିଲେ । ସେ ଭାରତ ସରକାରଙ୍କ ଠାରୁ ଅର୍ଜୁନ ପୁରସ୍କାର ମଧ୍ୟ ପାଇଛନ୍ତି । ପାରାଲିମ୍ପିକ୍ସ ପଦକ ଓ ଅର୍ଜୁନ ପୁରସ୍କାର ପାଇଥିବା ସୁହାସ ହେଉଛନ୍ତି ଏକମାତ୍ର ଆଇଏଏସ୍‌ ଅଧିକାରୀ । ଏସିଆନ୍ ଗେମ୍ସରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ । ସୁହାସ୍ LYଙ୍କ ପତ୍ନୀ ରିତୁ ସୁହାସ୍ ମଧ୍ୟ ଜଣେ ଆଇଏସ୍ ଅଧିକାରୀ । ଉତ୍ତରପ୍ରଦେଶ ନଗର ଉନ୍ନୟନ ସ୍ବତନ୍ତ୍ର ସଚିବ ଥିବା ରିତୁ ସୁହାସ୍ 2019ରେ ମିସେସ ଇଣ୍ଡିଆ (Mrs India) ଟାଇଟଲ୍ ଜିତିଥିଲେ ।

ଲୁକାସଙ୍କୁ ମିଳିଥିଲା ଭରପୁର ସମର୍ଥନ :-

ଲୁକାସ୍ ମଜୁର ହେଉଛନ୍ତି ଫ୍ରାନ୍ସର ଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ଖେଳାଳି । ପ୍ୟାରିସରେ ସ୍ବର୍ଣ୍ଣ ପଦକ ମ୍ୟାଚ୍ ହେଉଥିବା ସତ୍ତ୍ବେ ତାଙ୍କୁ ବହୁତ ସମର୍ଥନ ମିଳିଥିଲା । କୋର୍ଟ ଚାରିପାଖରେ ତାଙ୍କ ସମର୍ଥକଙ୍କ ଗହଳି ରହିଥିଲା । ଏଭଳି ସ୍ଥିତିରେ ତାଙ୍କର ଉତ୍ସାହବୃଦ୍ଧି ହେବା ସହ ତାଙ୍କ ଖେଳ ଆହୁରି ଉନ୍ନତ ହୋଇଥିଲା । ପୂରା ମ୍ୟାଚ୍ ସମୟରେ ଭାରତୀୟ ସୁହାସ୍, ଲୁକାସଙ୍କ ଆଗରେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲେ । ମ୍ୟାଚର ପ୍ରଥମ ଗେମ୍‌ରେ ସୁହାସଙ୍କୁ 21-10 ସେଟ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା ।

ରୌପ୍ୟରେ ସନ୍ତୁଷ୍ଟ ହେଲେ ସୁହାସ :-

ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ପାରା ସଟ୍‌ଲର ନିଶ୍ଚିତ ଭାବେ କିଛିମାତ୍ରାରେ କମ୍‌ବ୍ୟାକ୍‌ ଚେଷ୍ଟା କରିଥିଲେ । କିନ୍ତୁ ଶେଷରେ ଲୁକାସ୍, ସୁହାସ୍‌ଙ୍କୁ 21-13ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ସୁହାସଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଲା । ଏହାପୂର୍ବରୁ ସେ ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ । ଗତ ବର୍ଷ ଅକ୍ଟୋବରରେ ଚାଇନାରେ ଖେଳାଯାଇଥିବା ଏସିଆନ୍ ଗେମ୍ସରେ ସୁହାସ୍ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ଏମିତି କହିଲେ ଆଇଏଏସ୍‌ ପତ୍ନୀ :-

ଆଇଏଏସ୍‌ ସୁହାସ LY ରୌପ୍ୟ ପଦକ ଜିତିବା ପରେ ତାଙ୍କ ପତ୍ନୀ ତଥା ଆଇଏଏସ୍ ଅଧିକାରୀ ରିତୁ ସୁହାସ୍ କହିଛନ୍ତି, "ସେ ନିଶ୍ଚିତ ଭାବରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ହୁଏତ ଏଥର ସ୍ବର୍ଣ୍ଣ ପଦକ ଜିତିବାରୁ ବଞ୍ଚିତ ହୋଇଛନ୍ତି, କିନ୍ତୁ ଏହା ନିଶ୍ଚିତ ଯେ, ପରବର୍ତ୍ତୀ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ସେ ନିଶ୍ଚିତ ଭାବରେ ଦେଶକୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିବେ ।" 2019ରେ ରିତୁ ମିସେସ ଇଣ୍ଡିଆ ଟାଇଟଲ୍ ମଧ୍ୟ ଜିତିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ପାରାଲିମ୍ପିକ୍ସ: ଗୋଟିଏ ଦିନରେ ଭାରତକୁ ମିଳିଲା 8 ପଦକ, ତୃତୀୟ ଗୋଲ୍ଡ ଦେଲେ ଜାଭେଲିନ ତାରକା ସୁମିତ - Paris Paralympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.