ETV Bharat / sports

ପ୍ୟାରିସ ପାରାଲିମ୍ପିକ୍ସ: ଗୋଟିଏ ଦିନରେ ଭାରତକୁ ମିଳିଲା 8 ପଦକ, ତୃତୀୟ ଗୋଲ୍ଡ ଦେଲେ ଜାଭେଲିନ ତାରକା ସୁମିତ - Paris Paralympics 2024

author img

By ETV Bharat Sports Team

Published : Sep 3, 2024, 6:45 AM IST

Updated : Sep 3, 2024, 8:50 AM IST

Paris Paralympics 2024 : ପାରାଲିମ୍ପିକ୍ସରେ ଭାରତର ପଦକ ଅଭିଯାନ ଜାରି । ଷଷ୍ଠ ଦିନରେ 8 ପଦକ ଜିତିଥିଲା ଭାରତ । ଜାଭେଲିନରେ ସ୍ବର୍ଣ୍ଣ ଜିତିଲେ ସୁମିତ ଆଣ୍ଟିଲ । । ଅଧିକ ପଢନ୍ତୁ

Paris Paralympics 2024
Paris Paralympics 2024 (Etv Bharat)

ପ୍ୟାରିସ: ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ତୃତୀୟ ସ୍ବର୍ଣ୍ଣ । ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କଲେ ଜାଭେଲିନ ଫିଙ୍ଗାଳି ସୁମିତ ଆଣ୍ଟିଲ । ଲଗାତାର 2ଟି ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ସେ ଇତିହାସ ରଚିଛନ୍ତି । ସୋମବାର ରାତିରେ ପୁରୁଷ ଜାଭେଲିନ ଥ୍ରୋ ଏଫ64 ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁମିତ 70.59 ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହି ଗୋଲ୍ଡ ଜିତିଥିଲେ ।

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ପାରାଲିମ୍ପିକ୍ସରେ ଦ୍ବିତୀୟ ଗୋଲ୍ଡ : ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତି ରେକର୍ଡ କଲେ ନିତେଶ କୁମାର; ଡିସକସ୍‌ ଥ୍ରୋ'ରେ ଯୋଗେଶଙ୍କୁ ରୌପ୍ୟ - Paris Paralympics 2024

ଟୋକିଓ ଟାଇଟଲକୁ ପ୍ୟାରିସରେ ଦୋହରାଇଲେ ସୁମିତ: ଟୋକିଓ ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲେ ସୁମିତ । ପ୍ୟାରିସରେ ମଧ୍ୟ ଜାଭେଲିନରେ ସ୍ବର୍ଣ୍ଣ ପଦକ ହାସଲ କରି ରେକର୍ଡ ବଜାୟ ରଖିଛନ୍ତି । ସ୍ବର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Paralympics 2024; ପାରାଅଲମ୍ପିକ୍ସରେ ଭାରତକୁ ଷଷ୍ଠ ପଦକ, ମହିଳା 200 ମିଟର ଫାଇନାଲରେ ବ୍ରୋଞ୍ଜ ମେଡାଲ ଜିତିଲେ ପ୍ରୀତି ପଲ୍, 124ବର୍ଷ ପରେ ରଚିଲେ ଇତିହାସ - Preeti Pal secures Bronze medal

ଷଷ୍ଠ ଦିନରେ ଭାରତରୁ 8 ପଦକ: ଗତକାଲି ଖେଳାଯାଇଥିବା ଇଭେଣ୍ଟରେ ଭାରତକୁ ମୋଟ 8ଟି ପଦକ ମିଳିଛି । ଏହା ଥିଲା ଭାରତର ପାଇଁ ଐତିହାସିକ ଦିନ । ଗୋଟିଏ ଦିନରେ ଭାରତକୁ 2ଟି ସ୍ବର୍ଣ୍ଣ, 3ଟି ରୌପ୍ୟ ଓ 3ଟି ବ୍ରୋଞ୍ଜ ପଦକ ମିଳିଛି । ବ୍ୟାଡମିଣ୍ଟନରେ ନିତେଶଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ , ସୁମିତଙ୍କୁ ଜଭେଲିନରେ ସ୍ବର୍ଣ୍ଣ ମିଳିଥିଲା । ପାରା ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ନିତ୍ୟା ଶ୍ରୀଙ୍କୁ ବ୍ରୋଞ୍ଜ, ପୁରୁଷ ଡିସକସ ଥ୍ରୋରେ ଯୋଗେଶଙ୍କୁ ରୌପ୍ୟ, ତୀରନ୍ଦାଜୀ ମିକ୍ସଡ ଟିମରେ ଶୀତଲ ଦେବୀ ଓ ରାକେଶ କୁମାର ଯୋଡିକୁ ବ୍ରୋଞ୍ଜ ପଦକ ମିଳିଥିଲା । ବ୍ୟାଡମିଣ୍ଟନ ପୁରୁଷ ଏସଏଲ4ରେ ଭାରତର ସୁବାସ ୟଥୀରାଜ ରୌପ୍ୟପଦକ ଜିତିଥିଲେ । ସେହିପରି ମହିଳା ବ୍ୟାଡମିଣ୍ଟନର ଏସୟୁ5 ବିଭାଗରେ ଭାରତର ମନୀଷୀ ରମଦାସ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଏହି ଇଭେଣ୍ଟରେ ତୁଳସୀମତି ମୁରୁଗେସାନ ଫାଇନାଲରେ ପହଞ୍ଚି ରୌପ୍ୟ ପଦକ ଜିତିଥିଲେ ।

ଏହା ମଧ୍ୟ ପଢନ୍ତୁ-Paralympics 2024; ପାରା ଅଲିମ୍ପିକ୍ସରେ 4 ଦିନରେ ଭାରତକୁ 7 ପଦକ, ହାଇଜମ୍ପରେ ସିଲଭର ମେଡାଲ ଜିତିଲେ ନିଶାଦ, ଟୋକିଓରେ ବି ଜିତିଥିଲେ ରୌପ୍ୟ ପଦକ - Nishad Kumar wins Silver Medal

ଭାରତର ପଦକ ସଂଖ୍ୟା 15: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତତୀୟ ଖେଳାଳି ମାନେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଭାରତର ପଦକ ସଂଖ୍ୟା 15 ଛୁଇଁଛି । ସେଥି ମଧ୍ୟରୁ 3ଟି ଗୋଲ୍ଡ, 5ଟି ରୌପ୍ୟ ଓ 7ଟି ବ୍ରୋଞ୍ଜ ପଦକ ରହିଛି । ଆଗକୁ ଏହି ପଦକ ସଂଖ୍ୟା ବୃଦ୍ଧି ହେବା ନେଇ ଆଶା ରହିଛି ।

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ପାରାଲିମ୍ପିକ୍ସରୁ ଭାରତକୁ 5ମ ପଦକ; ଶୁଟିଂରେ ବ୍ରୋଞ୍ଜ ଜିତିଲେ ରୁବିନା ଫ୍ରାନ୍ସିସ - Paris Paralympics 2024

Last Updated : Sep 3, 2024, 8:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.