ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: କିଏ DSP ତ କିଏ PCS ଅଧିକାରୀ; ଦେଶକୁ ମେଡାଲ ଆଣିଥିବା ଭାରତୀୟ ହକି ଖେଳାଳି ପଡ଼ିଆ ବାହାରେ ବି ହିରୋ - Paris Olympics 2024 - PARIS OLYMPICS 2024

Paris Olympics 2024 Hockey : ଭାରତୀୟ ହକି ଦଳର ଖେଳାଳିମାନେ କେବଳ ପଡ଼ଆରେ ନୁହେଁ, ପଡ଼ିଆ ବାହାରେ ବି ହିରୋ । ଏହି ଦଳର ଅନେକ ଖେଳାଳି ସରକାରୀ ଅଧିକାରୀ ଭାବେ କାର୍ଯ୍ୟରତ । ଦେଖନ୍ତୁ କିଏ ଏମାନେ,

Indian Hockey Team
Indian Hockey Team (AP Photo)
author img

By ETV Bharat Sports Team

Published : Aug 9, 2024, 3:40 PM IST

ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲିମ୍ପିକ୍ସ 2024ରେ ସେମିଫାଇନାଲରେ ହାରିଯିବା ପରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ପାଇଁ ମ୍ୟାଚରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା । ଏହି ମ୍ୟାଚ୍‌ରେ ସ୍ପେନକୁ 2-1ରେ ପରାସ୍ତ କରି ଦେଶକୁ 4ର୍ଥ ବ୍ରୋଞ୍ଜ ମେଡାଲ ଆଣିଛନ୍ତି ହରମନପ୍ରୀତ ସିଂହ ଆଣ୍ଡ କୋ । ତେବେ କେବଳ ଅନ୍‌ ଦ ଫିଲ୍ଡ ନୁହେଁ, ଅଫ୍‌ ଦ ଫିଲ୍ଡ ମଧ୍ୟ ଆମ ହକି ଦଳର ଖେଳାଳି ମାନେ ହିରୋ । ଏହି ଭାରତୀୟ ହକି ଦଳ ବିଷୟରେ କହିବାକୁ ଗଲେ ଏଥିରେ କେବଳ ପଞ୍ଜାବ ରାଜ୍ୟରୁ 10 ଜଣ ଖେଳାଳି ଅଛନ୍ତି । ଏହି ଖେଳାଳିଙ୍କ ମଧ୍ୟରୁ 2 ଜଣ ପଞ୍ଜାବ ସରକାରରେ PCS ଅଧିକାରୀ ରହିଥିବାବେଳେ 4 ଜଣ ଡିଏସ୍‌ପି ପଦରେ କାର୍ଯ୍ୟ କରୁଛନ୍ତି ।

Indian Hockey Team
Indian Hockey Team (ETV Bharat)

ପଞ୍ଜାବର 8 ଜଣ ହକି ଖେଳାଳି, ଯେଉଁମାନେ ସରକାରୀ ବିଭାଗରେ ମଧ୍ୟ କାର୍ଯ୍ୟରତ :-

1. ହରମନପ୍ରୀତ ସିଂହ- ପଞ୍ଜାବ ପୋଲିସରେ ଡିଏସ୍‌ପି:

ହରମନପ୍ରୀତ ସିଂହ
ହରମନପ୍ରୀତ ସିଂହ (AP Photo)

ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ ଜଣେ ପଞ୍ଜାବୀ ଖେଳାଳି । ପ୍ୟାରିସରେ ହରମନପ୍ରୀତ ସିଂ ତାଙ୍କର ତୃତୀୟ ଅଲିମ୍ପିକ୍ସ ଖେଳିଥିଲେ । ହରମନପ୍ରୀତ ଜଣେ ଡିଫେଣ୍ଡର ଏବଂ ଡ୍ରାଗ୍ ଫ୍ଲିକର ଭାବରେ ସେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । 41 ବର୍ଷ ପରେ 2021 ଟୋକିଓ ଅଲିମ୍ପିକ୍ସରେ ଭାରତ ହକିରେ ପଦକ ଜିତିଥିଲା । ହରମନପ୍ରୀତ ସିଂହ ଏଥିରେ 6ଟି ଗୋଲ ଦେଇ ଭାରତର ଶୀର୍ଷ ସ୍କୋରର ହୋଇଥିଲେ । ଏବେ ପୁଣି ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଇତିହାସ ଦୋହରାଇଥିବାବେଳେ ଅଧିନାୟକ ସର୍ବାଧିକ 10ଟି ଗୋଲ ସ୍କୋର କରିଛନ୍ତି । ତେବେ ଅମୃତସର ଜିଲ୍ଲାର ତିମୋୱାଲ ଗାଁର ବାସିନ୍ଦା ହରମନପ୍ରୀତ ସିଂହ ପଞ୍ଜାବ ପୋଲିସରେ ଡିଏସପି ଭାବେ କାର୍ଯ୍ୟରତ ।

2. ହାର୍ଦ୍ଦିକ ସିଂହ- ପିସିଏସ୍‌ ଅଧିକାରୀ:

ହାର୍ଦ୍ଦିକ ସିଂହ
ହାର୍ଦ୍ଦିକ ସିଂହ (AP Photo)

ପ୍ୟାରିସରେ ଦ୍ବିତୀୟ ଅଲିମ୍ପିକ୍ସ ଖେଳିଥିବା ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ସିଂ ଜଳନ୍ଧର ନିକଟ ଖୁସରୋପୁର ଗାଁର ଏକ କ୍ରୀଡା ପରିବାରରୁ ଆସିଛନ୍ତି । ତାଙ୍କ ପରିବାରରେ ଗୁରମେଲ ସିଂହ ଜଣେ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା, ରାଜବୀର କୌର ଜଣେ ଏସୀୟ ଖେଳର ସ୍ବର୍ଣ୍ଣ ପଦକ ବିଜେତା ଏବଂ ଯୁଗରାଜ ସିଂହ ଜଣେ ଜୁନିୟର ବିଶ୍ବକପ ବିଜେତା । ହାର୍ଦ୍ଦିକ ସିଂହ ମିଡଫିଲ୍ଡରେ ଭାରତର ଜଣେ ଦୃଢ଼ ପିଲାର । ସେ ପଞ୍ଜାବ ସରକାରର ଜଣେ ପିସିଏସ୍ ଅଧିକାରୀ ଭାବେ କାର୍ଯ୍ୟରତ ।

3. ମନପ୍ରୀତ ସିଂହ- ପଞ୍ଜାବ ପୋଲିସରେ ଡିଏସ୍‌ପି:

ମନପ୍ରୀତ ସିଂହ
ମନପ୍ରୀତ ସିଂହ (IANS Photo)

ଭାରତୀୟ ହକି ଦଳର ସବୁଠାରୁ ଅଭିଜ୍ଞ ଖେଳାଳି ମନପ୍ରୀତ ସିଂ ଏଥର ରେକର୍ଡ ଚତୁର୍ଥ ଅଲିମ୍ପିକ୍ସ ଖେଳିଛନ୍ତି । ମନପ୍ରୀତ ଏବଂ ଶ୍ରୀଜେଶଙ୍କ ପରି ଭାରତରେ କେବଳ 5 ଜଣ ଖେଳାଳି ଅଛନ୍ତି, ଯିଏ ଚାରିଟି ଅଲିମ୍ପିକ୍ସ ଖେଳିଛନ୍ତି । ମିଠାପୁର ଗାଁର ମନପ୍ରୀତ ସିଂହ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ ଦଳର ଅଧିନାୟକ ଥିଲେ । ମିଡଫିଲ୍ଡରେ ସେ ଭାରତୀୟ ଦଳର ପ୍ରମୁଖ ଖେଳାଳି, ଯିଏ ଡିଫେନ୍ସ ଏବଂ ଆଟାକ୍‌ରେ ପ୍ରମୁଖ ଭୂମିକା ନିଭାଇଥାନ୍ତି । 350ରୁ ଅଧିକ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରଖିଥିବା ମନପ୍ରୀତ ସିଂହ ପଞ୍ଜାବ ପୋଲିସର ଜଣେ ଡିଏସ୍‌ପି ଅଟନ୍ତି ।

4. ମନଦୀପ ସିଂହ- ପଞ୍ଜାବ ପୋଲିସରେ ଡିଏସ୍‌ପି:

ମନଦୀପ ସିଂହ
ମନଦୀପ ସିଂହ (AFP Photo)

ମନଦୀପ ସିଂହ ଏଥର ନିଜ ଦ୍ବିତୀୟ ଅଲିମ୍ପିକ୍ସ ଖେଳିଥିଲେ । ଭାରତୀୟ ଫରୱାର୍ଡ ଲାଇନର ସବୁଠାରୁ ଅଭିଜ୍ଞ ଖେଳାଳି ମନଦୀପ ସିଂ ଏପର୍ଯ୍ୟନ୍ତ ପ୍ରାୟ 250ଟି ମ୍ୟାଚରେ 100ରୁ ଅଧିକ ଗୋଲ ସ୍କୋର କରିଛନ୍ତି । ସେ ମଧ୍ୟ ପଞ୍ଜାବ ପୋଲିସର ଡିଏସପି ଭାବେ କାର୍ଯ୍ୟରତ ଅଛନ୍ତି ।

5. ଗୁରଜନ୍ତ ସିଂହ- ପିସିଏସ୍‌ ଅଧିକାରୀ:

ଗୁରଜନ୍ତ ସିଂହ
ଗୁରଜନ୍ତ ସିଂହ (ANI Photo)

ଅମୃତସର ଜିଲ୍ଲାର ଖଲିହରା ଗାଁର ଗୁରୁଜନ୍ତ ସିଂ ଜଣେ ବାମହାତୀ ଫରୱାର୍ଡ ଖେଳାଳି । ହଲାଣ୍ଡ ବିପକ୍ଷ ମ୍ୟାଚରେ 13 ସେକେଣ୍ଡରେ ଦ୍ରୁତତମ ଗୋଲ ସ୍କୋର କରିଥିବା ଭାରତୀୟ ଷ୍ଟ୍ରାଇକର ଗୁରୁଜନ୍ତ ସିଂ ପ୍ୟାରିସରେ ଦ୍ବିତୀୟ ଅଲିମ୍ପିକ୍ସ ଜିତିଛନ୍ତି । ସେ ପଞ୍ଜାବ ସରକାରର ଜଣେ ପିସିଏସ୍ ଅଧିକାରୀ ଅଛନ୍ତି ।

6. ସମଶେର ସିଂହ- ପଞ୍ଜାବ ପୋଲିସରେ ଡିଏସ୍‌ପି:

ସମଶେର ସିଂହ
ସମଶେର ସିଂହ (AFP Photo)

ଅଟ୍ଟାରୀର ସୀମାନ୍ତବର୍ତ୍ତୀ ଗାଁର ସମଶେର ସିଂହ ଗତ ଟୋକିଓ ଅଲିମ୍ପିକ୍ସରେ ସବୁଠାରୁ କମ୍ ଅଭିଜ୍ଞ ଖେଳାଳି ଥିଲେ । ହେଲେ ବର୍ତ୍ତମାନ ସେ ଭାରତୀୟ ଫରୱାର୍ଡ ଲାଇନର ଅନ୍ୟତମ ପ୍ରମୁଖ ଖେଳାଳି ଅଟନ୍ତି । ଖେଳ ପଡ଼ିଆରେ ତାଙ୍କର ଶାନ୍ତ ଆଚରଣ ପାଇଁ ପରିଚିତ ହୋଇଥିବାବେଳେ ଦଳର ସେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ସମଶେର ସିଂହ ପଞ୍ଜାବ ପୋଲିସର ଜଣେ ଡିଏସପି ଅଟନ୍ତି ।

7. ଜରମନପ୍ରୀତ ସିଂହ- ଭାରତୀୟ ଆୟକର ବିଭାଗ:

ଜରମନପ୍ରୀତ ସିଂହ
ଜରମନପ୍ରୀତ ସିଂହ (AP Photo)

ଅମୃତସର ଜିଲ୍ଲାର ରାଜଦାନ ଗାଁର ଜରମନପ୍ରୀତ ସିଂହଙ୍କର ଷ୍ଟାଇଲ୍‌ ଏବଂ ହାଇଟ ଯୋଗୁଁ ହକି ପଡ଼ିଆରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଭାରତୀୟ ଡିଫେନ୍ସ ଲାଇନରେ ଖେଳୁଥିବା ଏହି ଖେଳାଳୀ ମଧ୍ୟ ତାଙ୍କର ଲମ୍ବା ସ୍ଲାପ ସଟ୍‌ ମାରିବା ସହିତ ଫରୱାର୍ଡ ଲାଇନ ପାଇଁ ଏକ ଫିଡର ଭାବରେ କାର୍ଯ୍ୟ କରନ୍ତି । ସେ ବର୍ତ୍ତମାନ ଭାରତୀୟ ଆୟକର ବିଭାଗରେ କାର୍ଯ୍ୟ କରୁଛନ୍ତି ।

8. ସୁଖଜିତ ସିଂହ- ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ କାର୍ଯ୍ୟରତ:

ସୁଖଜିତ ସିଂହ
ସୁଖଜିତ ସିଂହ (IANS Photo)

ଅମୃତସର ଜିଲ୍ଲାର ମୂଳ ବାସିନ୍ଦା ସୁଖଜିତ ସିଂହ ଜଳନ୍ଧର ସହରର ବାସିନ୍ଦା । ଭାରତୀୟ ଫରୱାର୍ଡ ଲାଇନର ଅନ୍ୟତମ ନୂତନ ଖେଳାଳି ସୁଖଜିତ୍ ସିଂ ହେଉଛନ୍ତି ଏସିଆନ୍ ଗେମ୍ସ ଏବଂ ଏସୀୟ ଚାମ୍ପିଅନ୍ସ ଟ୍ରଫି ସ୍ୱର୍ଣ୍ଣ ପଦକ ବିଜେତା । ସେ ମ୍ୟାଚ୍‌ରେ ବହୁତ ପ୍ରଭାବଶାଳୀ ସାବ୍ୟସ୍ତ ହୁଅନ୍ତି । ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ କାର୍ଯ୍ୟ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Paris Olympics 2024; 52ବର୍ଷ ପରେ ଇତିହାସ ଦୋହରାଇଲା ଭାରତୀୟ ହକି ଟିମ୍, ସ୍ପେନକୁ 2-1ରେ ହରାଇ ଜିତିଲା ବ୍ରୋଞ୍ଜ ମେଡାଲ, ଅଲିମ୍ପିକ୍ସରୁ ଆସିଲା 4ର୍ଥ ପଦକ - OLYMPICS HOCKEY BRONZE MEDAL MATCH

ଏହା ମଧ୍ୟ ପଢ଼ନ୍ତୁ...ଅଲିମ୍ପିକ୍ସରେ ଶାନଦାର ପ୍ରଦର୍ଶନ; ସାଥ ଦେଲା ଓଡିଶା, ବଦଳିଗଲା ଭାରତୀୟ ହକି ଦଳର ଭାଗ୍ୟ - odisha started sponsoring hockey

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.