ETV Bharat / sports

ଅଲିମ୍ପିକ୍ସରେ ରଚିଲେ ସ୍ବର୍ଣ୍ଣିମ ଇତିହାସ, ଦେଶ ପାଇଁ ଜିତିଲେ ପ୍ରଥମ ଗୋଲ୍ଡ ମେଡାଲ - first individual gold at olympcis

author img

By ETV Bharat Sports Team

Published : Aug 12, 2024, 9:51 AM IST

five countries won their first individual gold at paris olympcis 2024: ଅଲିମ୍ପିକ୍ସରେ ଦେଶ ପାଇଁ ଜିତିଲେ ପ୍ରଥମ ଗୋଲ୍ଡ । ପ୍ୟାରିସ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ଏହି ଖେଳାଳିମାନେ ସେମାନଙ୍କ ଦେଶ ପାଇଁ ବିଶ୍ବସ୍ତରରେ ନାଁ କମାଇଛନ୍ତି ନିଶ୍ଚିତ । ଏହା ସହିତ ଆଗାମୀ ପୀଢି ପାଇଁ ଏମାନେ ପ୍ରେରଣା ସାଜିବା ସୁନିଶ୍ଚିତ । ଅଧିକ ପଢନ୍ତୁ

ଦେଶ ପାଇଁ ଜିତିଲେ ପ୍ରଥମ ଗୋଲ୍ଡ ମେଡାଲ
ଦେଶ ପାଇଁ ଜିତିଲେ ପ୍ରଥମ ଗୋଲ୍ଡ ମେଡାଲ (ETV Bharat Odisha)

ପ୍ୟାରିସ (ଫ୍ରାନ୍ସ): 16 ଦିନର କ୍ରୀଡା ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍ସ 2024 ଶେଷ ହୋଇଛି । 32 କ୍ରୀଡାରେ ପ୍ରତିଯୋଗିତା କରି ଖେଳାଳି ଦେଶ ପାଇଁ ମେଡାଲ ଜିତି ଇତିହାସ ରଚିଛନ୍ତି । ଏହା ସହିତ ବିଶ୍ବ କ୍ରୀଡା ମହାମଞ୍ଚରେ ଦେଶବାସୀଙ୍କୁ ମେଡାଲ ଗିଫ୍ଟ କରି ଗୌରବାନ୍ବିତ କରିଛନ୍ତି । 206 ଦେଶର 10 ହଜାରରୁ ଅଧିକ କ୍ରୀଡାବିତ ଦମଦାର ଶାନଦାର ଜବରଦସ୍ତ ଦର୍ଶନୀୟ ପ୍ରଦର୍ଶନ କରି ଗୋଲ୍ଡ, ସିଲଭର ଏବଂ ବ୍ରୋଞ୍ଜ ପଦକ ଜିତି ଇତିହାସରେ ନିଜ ନାମକୁ ଲିପିବବ୍ଧ କରିଛନ୍ତି । ଏପଟେ ଭାରତ ଏହି କ୍ରୀଡା ମହାକୁମ୍ଭରେ ସାମିଲ ହୋଇ 6ଟି ପଦକ ଜିତିଛି ।

ତେବେ ସଦ୍ୟତମ ଉଦଯାପିତ 2024 ପ୍ୟାରିସ ଅଲିମ୍ପିକ୍ସରେ ବିଭିନ୍ନ ଦେଶର ଖେଳାଳି ପ୍ରଥମ ଥର ପାଇଁ ବ୍ୟକ୍ତିଗତ ସ୍ତରରେ ଦେଶ ପାଇଁ ପଦକ ଜିତିଛନ୍ତି । ଏଥରି ସାମିଲ ହୋଇଛି ପାକିସ୍ତାନ, ସେଣ୍ଟ ଲୁସିଆ, ଡୋମିନିକା, ବୋଟ୍ସଓ୍ବାନା ଏବଂ ଗୁଟେମାଲା ।

ଏହା ବି ପଢନ୍ତୁ- ଭାରତଠୁ ଡବଲ ମେଡାଲ; ଯୁଦ୍ଧ ଲଢି ଲଢି ଦେଶ କାଙ୍ଗାଳ, 12ପଦକ ଜିତି ଦେଶବାସୀଙ୍କୁ ଖୁସ୍ କଲେ ୟୁକ୍ରେନ୍ ଖେଳାଳି - Ukrainian athletes won 12 medals

ପାକିସ୍ତାନ- ଅସରଦ ନଦୀମ

ପାକିସ୍ତାନର ଷ୍ଟାର ଜାଭଲିନ୍ ଥ୍ରୋୟର ଅସରଦ ନଦୀମ 32 ବର୍ଷ ପରେ ଦେଶ ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି । ତା ପୁଣି ବ୍ୟକ୍ତିଗତ ସ୍ତରରେ ଆଥଲେଟିକ୍ସ ବର୍ଗରେ ସ୍ବର୍ଣ୍ଣ । ଜାଭଲିନ ଥ୍ରୋ ଫାଇନାଲ ଇଭେଣ୍ଟରେ ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କୁ ପରାସ୍ତ କରି ଗୋଲ୍ଡ ଜିତିଛନ୍ତି ନଦୀମ । ରେକର୍ଡ 92 ମିଟରରୁ ଅଧିକ ଜାଭଲିନ ଥ୍ରୋ କରି ଏହି ପଦକ ହାତେଇଛନ୍ତି ଅସରଦ । ଏହି ଇଭେଣ୍ଟର ଭାରତର ଜାଭଲିନ ଥ୍ରୋୟର ସିଲଭର ଜିତିଛନ୍ତି ।

ଡୋମିନିକା- ଥିଆ ଲାଫୋନଡ୍

ଡୋମିନିକାର ଷ୍ଟାର ଅଲିମ୍ପିଆନ୍ ଥିଆ ଲାଫୋନଡ ଦେଶ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ତରରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେ ମହିଳା ଟ୍ରିପଲ ଜମ୍ପରେ ଏହି ରେକର୍ଡ କରିଛନ୍ତି ।

ଗୁଟେମାଲା- ଆଡ୍ରିଆନା ରୁଆନୋ

ମହିଳା ଟ୍ରାପରେ ସ୍ବର୍ଣ୍ଣ ଜିତି ଦେଶ ପାଇଁ ନାଁ କରିଛନ୍ତି ଆଡ୍ରିଆନା ରୁଆନୋ । ଗୁଟେମାଲାର ପ୍ରଥମ ଅଲିମ୍ପିଆନ ଭାବେ ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ଅଲିମ୍ପିକ୍ସରେ ହାସଲ କରିଛନ୍ତି ।

ସେଣ୍ଟ ଲୁସିଆ, ଜୁଲିଏନ୍ ଆଲଫ୍ରେଡ୍

ମହିଳା 100 ମିଟର ଦୌଡ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଛନ୍ତି ଜୁଲିଏନ୍ ଆଲଫ୍ରେଡ୍ । ଏହା ହେଉଛି ସେଣ୍ଟ ଲୁସିଆର କୌଣସି ଖେଳାଳି ବ୍ୟକ୍ତିଗତ ସ୍ତରରେ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବାର ସ୍ବର୍ଣ୍ଣିମ ରେକର୍ଡ ।

ବୋଟ୍ସଓ୍ବାନା- ଲେଷ୍ଟିଲେ ଟେବୋଗୋ

ପୁରୁଷ 200 ମିଟର ଦୌଡ କୁଦ ପ୍ରତିଯୋଗତିତାରେ ସ୍ବର୍ଣ୍ଣ ଜିତିଛନ୍ତି ଲେଷ୍ଟିଲେ ଟେବୋଗୋ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.